ରାଜ୍ୟ ସ୍ତରୀୟ ମହିଳା ଭାରୋତ୍ତୋଳନରେ ଚିକିଟିକୁ ରୌପ୍ୟ

ଚିକିଟି, ୨୬/୩ ( ): ଛତିଶଗଡ଼ରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ୨୦୨୬ରେ ଓଡ଼ିଶାର ଭାରୋତ୍ତଳନ ପ୍ରତିଯୋଗିତା ରେ ଗଞ୍ଜାମ ଜ଼ିଲ୍ଲା ଚିକିଟି ର ଦୀପା ରାଣୀ ମଲ୍ଲିକ ୪୮ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ସୁନାମ ଆଣିଛନ୍ତି l ସେ ପୂର୍ବରୁ ବ୍ରହ୍ମପୁର ଠାରେ ଅନୁଷ୍ଠିତ ଜ଼ିଲ୍ଲା ସ୍ତରୀୟ ଅସ୍ମିତା ଖେଲୋ ଇଣ୍ଡିଆ ଲିଗ୍ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି l ଚିକିଟିସ୍ଥିତ ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ କୋଚ୍ ଦାମିନୀ ସାହୁଙ୍କ ତତ୍ତ୍ବାବଧାନରେ ଦୀପାରାଣୀ ପ୍ରତିଯୋଗିତାରେ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *