ସାଇ ବାବାଙ୍କ ପାଦୁକା ଯାତ୍ରା ଓ ଜନ୍ମ ଉତ୍ସବ ପାଳିତ
ସାଇ ବାବାଙ୍କ ପାଦୁକା ଯାତ୍ରା ଓ ଜନ୍ମ ଉତ୍ସବ ପାଳିତ
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ଅବସ୍ଥିତ ଶ୍ରୀ ସାଇ ବାବାଙ୍କର ମନ୍ଦିରରେ ଭକ୍ତିମୟ ପରିବେଶ ମଧ୍ୟରେ ପାଦୁକା ଯାତ୍ରାଓ ଜନ୍ମ ଉତ୍ସବ ଭବ୍ୟ ଭାବେ ପାଳିତ ହୋଇଯାଇଛି ।

ଏହି ଅବସରରେ ପ୍ରଭାତରୁ ମନ୍ଦିରରେ ବିଭିନ୍ନ ପୂଜା – ଅର୍ଚ୍ଚନା, ଭଜନ କୀର୍ତ୍ତନ ଓ ଧୂପ ଦୀପ ନୈବେଦ୍ୟ କାଯ୍ୟକ୍ରମ ଆୟୋଜିତ ହୋଇଥିଲା । ପରେ ସାଇ ବାବାଙ୍କ ପାଦୁକା କୁ ସୁସଜ୍ଜିତ ପାଲିଙ୍କିରେ ବିରାଜମାନ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା ।ଭକ୍ତମାନେ ହରିନାମ ସଂକୀର୍ତ୍ତନ କରି ଏହି ପାଦୁକା ଯାତ୍ରାରେ ଯୋଗଦେଇଥିଲେ ।ଯାତ୍ରା ସମୟରେ ସମଗ୍ର ଗ୍ରାମ ଭକ୍ତିରସରେ ମୁଗ୍ଧ ହୋଇପଡ଼ିଥିଲା ଓ ଘରେଘରେ ଭକ୍ତମାନେ ପୁଷ୍ପ ବର୍ଷା କରି ପାଦୁକାଙ୍କୁ ସ୍ୱାଗତ କରିଥିଲେ । ସନ୍ଧ୍ୟା ସମୟରେ ପୁନର୍ବାର ମନ୍ଦିରରେ ଭଜନ ସନ୍ଦ୍ୟା ଓ ପ୍ରସାଦ ବିତରଣ କାର୍ଯ୍ୟକର୍ମ ହୋଇଥିଲା । ଏହି ଉତ୍ସବରେ ସ୍ଥାନୀୟ ଭକ୍ତମାନେ ଓ ଅଞ୍ଚଳବାସୀ ବିଶେଷ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।ସମଗ୍ର କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଓ ଆନନ୍ଦମୟ ପରିବେଶରେ ସମ୍ପନ୍ନ ହୋଇଥିଲା ।
