ପଦ୍ମଶ୍ରୀ ବାବା ବଳିଆ ଙ୍କ ରାଜ୍ୟସ୍ତରୀୟ ଜନ୍ମୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
Date-28/03/26ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ତଥା ସମାଜ ସଂସ୍କାରକ ପଦ୍ମଶ୍ରୀ ବାବା ବଳିଆ ଙ୍କ ରାଜ୍ୟ ସ୍ତରୀୟ ଜନ୍ମୋତ୍ସବ ପାଳନ ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ ତଥା ସାମ୍ବାଦିକ ସମ୍ମିଳନୀ ରାହାମା ବଣିକ ସଙ୍ଘ କାର୍ଯ୍ୟାଳୟ ପରିସରରେ ରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଏପ୍ରିଲ ମାସ ୮ ତାରିଖ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆ ଙ୍କ ଧରାବତରଣ ଦିବସ ଅବସରରେ ନାମାଚାର୍ଯ୍ୟ ବାୟା ଙ୍କ ସ୍ମୃତି ଉଦେଶ୍ୟରେ ରାହାମା କଲେଜ ପଡିଆ ରେ ଶତାଧିକ ସଂକୀତର୍ଣ୍ଣ ମଣ୍ଡଳୀ କୁ ନେଇ ଏକ ସଂକୀର୍ତନ ମହାକୁମ୍ଭ , ଶ୍ରୀଗୁରୁ ପୂଜନ,ବୃକ୍ଷ ରୋପଣ , ନିଶାମୁକ୍ତ ଯୁବ ସଂକଳ୍ପ,ବିଦ୍ୟାର୍ଥୀ ସମ୍ବର୍ଦ୍ଧନା, ନାମଯଜ୍ଞ,ଭାଗବତ କଥା, ଭକ୍ତ ଙ୍କ ଅନୁଭୂତି , ଚକ୍ଷୁ ଶିବିର , ଆୟୋଜନ କରାଯିବା ପରିପ୍ରେକ୍ଷୀରେ ଆଜି ଶିଶୁ ଅନନ୍ତ ଆଶ୍ରମ ର ଟ୍ରଷ୍ଟି ଶ୍ରୀବାସ ଦାସ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ବୈଠକ ରେ ଶିଶୁ ଅନନ୍ତ ଆଶ୍ରମ ର ବାବାଜୀ ପ୍ରଣବାନନ୍ଦ ଦାସ ,ବାବାଜୀ ପରମାତ୍ମା ଦାସ,ଜ୍ୟୋତିର୍ବିଦ ଡ଼ଃ ଅରୁଣ କୁମାର ପାଣି , ରାହାମା ବଣିକ ସଙ୍ଘ ସଭାପତି ଶିଶିର କୁମାର ଦାସ , ବିଜୟ କୁମାର ମହାନ୍ତି, ଦିଲ୍ଲୀପ ମହାପାତ୍ର,ଅଧିକାରୀ ରମାକାନ୍ତ ଦାସ ପ୍ରମୁଖ ଯୋଗଦାନ କରିଥିଲେ ! ତେବେ ଏହି କାର୍ଯ୍ୟକ୍ରମ ଏପ୍ରିଲ 7 ତାରିଖରୁ 9 ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ରାହମା ବଜାର କମିଟିର ସଦସ୍ୟ ମାନେ ସମସ୍ତ ଙ୍କର ସହଯୋଗ କାମନା କରିଛନ୍ତି ।
