ଅତିରିକ୍ତ ୩ ଦିନ ପାଇଁ ଖୋଲିବ ସୈନିକ ସ୍କୁଲ୍‌ ନାମଲେଖା କାଉନସେଲିଂ ପୋର୍ଟାଲ

ଅତିରିକ୍ତ ୩ ଦିନ ପାଇଁ ଖୋଲିବ ସୈନିକ ସ୍କୁଲ୍‌ ନାମଲେଖା କାଉନସେଲିଂ ପୋର୍ଟାଲ l ଏଆଇଏସଏସଏସି-୨୦୨୬ରେ ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଆଉ ଥରେ ମିଳିବ ପଞ୍ଜିକରଣ ସୁଯୋଗଭୁବନେଶ୍ୱର, ୨୮ ମାର୍ଚ୍ଚସର୍ବଭାରତୀୟ ସୈନିକ ସ୍କୁଲ୍‌ ନାମଲେଖା କାଉନସେଲିଂ (ଏଆଇଏସଏସଏସି) ପୋର୍ଟାଲରେ ପଞ୍ଜିକରଣ ୱିଣ୍ଡୋକୁ ଆଉ ୩ ଦିନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଅନିର୍ବାର୍ଯ୍ୟ କାରଣ ବଶତଃ ୨୮ ଫେବୃଆରୀ ସୁଦ୍ଧା ନିଜର ପଞ୍ଜୀକରଣ ସମ୍ପୂର୍ଣ୍ଣ କରିବାରେ ସକ୍ଷମ ହୋଇନଥିବା ଏଆଇଏସଏସଏସି-୨୦୨୬ର ଯୋଗ୍ୟ ଛାତ୍ରଛାତ୍ରୀମାନେ ପଞ୍ଜୀକରଣ, ସଂଶୋଧନ ଏବଂ ସ୍କୁଲ୍‌ ଚୟନ ଭଳି ସମସ୍ତ ଆବଶ୍ୟକ ବାଧ୍ୟତାମୂଳକ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ। ଏହି ୱିଣ୍ଡୋକୁ ୩୦ ମାର୍ଚ୍ଚ ୨୦୨୬ ଅପରାହ୍ଣ ୫ଟାରୁ ୧ ଏପ୍ରିଲ ୨୦୨୬ ରାତି ୧୧ଟା ୫୦ ମିନିଟ୍‌ ପର୍ଯ୍ୟନ୍ତ ଖୋଲା ରଖାଯିବ। ଏଆଇଏସଏସଏସି-୨୦୨୬ରେ ଯୋଗ୍ୟତା ହାସଲ କରିଥିବା ଯେଉଁ ଛାତ୍ରଛାତ୍ରୀମାନେ ୨୨ ଜାନୁଆରୀରୁ ୨୮ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ୩୮ ଦିନ ମଧ୍ୟରେ ପଞ୍ଜୀକରଣ କରିପାରି ନାହାନ୍ତି ସେମାନେ ଏହି ଅତିରିକ୍ତ ତିନି ଦିନ ମଧ୍ୟରେ ସବୁ ପ୍ରକ୍ରିୟା ଶେଷ କରିବେ। କେବଳ ପିଲାମାନଙ୍କର କଲ୍ୟାଣକୁ ଦୃଷ୍ଟିରେ ରଖି ଏହି ସୁବିଧା କେବଳ ଗୋଟିଏ ଥର ପାଇଁ ଦିଆଯିବ। ଏହାବ୍ୟତୀତ କୌଣସି ଅତିରିକ୍ତ ସମ୍ପ୍ରସାରଣ ସୁବିଧା ମିଳିବ ନାହିଁ। ଅନଲାଇନ କାଉନସେଲିଂ ସମୟରେ ମେରିଟ୍‌ ତାଲିକାରେ ନାମ ଥିବା ପ୍ରାର୍ଥୀଙ୍କର ଆପୋସ ଯୋଗ୍ୟତା ଆଧାରରେ ମେଡ଼ିକାଲ ଯାଞ୍ଚ କରାଯିବ। ସେହିପରି ଯୋଗ୍ୟ ପ୍ରାର୍ଥୀମାନଙ୍କର ଆପୋସ ଯୋଗ୍ୟତା ଆଧାରରେ ହିଁ କେବଳ କଡ଼ାକଡ଼ି ଭାବେ ସୈନିକ ସ୍କୁଲ ଏବଂ ନୂଆ ସୈନିକ ସ୍କୁଲରେ ନାମ ଲେଖାଯିବ। ଚୟନ ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ପାରଦର୍ଶୀ କରିବା ଲାଗି ବର୍ଗ, ଲିଙ୍ଗ ଏବଂ ପ୍ରତ୍ୟେକ ବିଦ୍ୟାଳୟରେ ସ୍ଥାନୀୟ କ୍ଷେତ୍ର ପାଇଁ ଖାଲିଥିବା ସିଟକୁ ଆଧାର କରି ନାମଲେଖା ହେବ ବୋଲି ସୈନିକ ସ୍କୁଲ୍‌ ସୋସାଇଟି ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *