ଛୋଟିବର ହନୁମାନଜୀୟୁ ଙ୍କ ପୀଠରେ ଷଷ୍ଠବାର୍ଷିକ ଶ୍ରୀରାମନବମୀ ପାଳନ

ତିର୍ତ୍ତୋଲଜ:ଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସାଇଲୋ ପଞ୍ଚାୟତ ଅନ୍ତର୍ଗତ ଛୋଟିବର ଗ୍ରାମରେ ଶ୍ରୀଶ୍ରୀ ହନୁମାନଜୀଉ ଙ୍କ ପୀଠ ସ୍ଥଳୀରେ, ଷଷ୍ଠବାର୍ଷିକ ଶ୍ରୀରାମ ନବମୀ ଓ ଯଂଜ୍ଞଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ପୂର୍ବାହ୍ନ ରେ ଖୋଳାଗଣ୍ଡରୁ କଳସ ଯାତ୍ରା ବାହାରି, ପୀଠସ୍ଥଳିରେ ପହଞ୍ଚିଥିଲା l ଘଟସ୍ଥାପନ, ଅଙ୍କୁରାରୋପଣ, ଅଗ୍ନି ସ୍ଥାପନ ପରେ ପଣ୍ଡିତ ଓ ସହଯୋଗୀ ଆଚାର୍ଯ୍ୟ ମାନଙ୍କ ଦ୍ୱାରା ଯଜ୍ଞ ରେ ଆହୁତି ପ୍ରଦାନ, ଷୋଡଶ ଉପଚାର ପୂଜାର୍ଚ୍ଚନା ପରେ ଗ୍ରାମବାସୀ ମାନେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ l

ଅପରାହ୍ନ ରେ ଶ୍ରୀ ରାମ ଦୟାପରିଷଦ ମା ବୁଢୀକେନ୍ଦୁଳାଇ ଆନନ୍ଦ ସଂଗୀତ ଦ୍ଵାରା ହନୁମାନ ଚାଳିଶା, ସନ୍ଧ୍ୟାରେ ଭଜନ ସମାରୋହ ଆଦି କାର୍ଯ୍ୟକ୍ରମ ରେ ସହସ୍ରାଧିକ ଶ୍ରଦ୍ଧାଳୁଭକ୍ତ ଙ୍କ ସମାବେଶ ଦେଖିବାକୁ ମିଳିଥିଲା. ନିରଞ୍ଜନ ସାହୁ ଓ ଅନୁଚ୍ଛନ୍ଦା ସାହୁ କର୍ତ୍ତା କର୍ତ୍ତ୍ରୀ ଭାବେ ଦାୟିତ୍ୱସମ୍ପନ୍ନ କରିଥିବାବେଳେ , ଏହି ସମସ୍ତ କାର୍ଯ୍ୟକ୍ରମ କୁ ଜୟ ହନୁମାନ ସାଂସ୍କୁତିକ ପରିଷଦ ସଭ୍ୟ ଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ. ସର୍ବ ଶେଷରେ ପ୍ରସାଦ ସେବନର ଵେବସ୍ଥା କରାଯାଇଥିଲା.

Leave a Reply

Your email address will not be published. Required fields are marked *