ଦଶପଲ୍ଲା ପୁରାତନ ଲଙ୍କାପୋଡି ଯାତ୍ରା ଆରମ୍ଭ
ଦଶପଲ୍ଲା ପୁରାତନ ଲଙ୍କାପୋଡି ଯାତ୍ରା ଆରମ୍ଭ
ଦଶପଲ୍ଲା( ଅନିଲ୍ କୁମାର ପ୍ରଧାନ) ଦଶପଲ୍ଲା ମହାବୀର ଖେତ୍ର ପ୍ରସିଦ୍ଧ୍ୟ ଲଙ୍କାପୋଡି ଯାତ୍ରା ଆଜି ଶ୍ରୀ ରାମ ନବମୀ ଠାରୁଆରମ୍ଭ ହୋଇଛି ଶ୍ରୀ ରାମ ନବମୀ ଅବସରେ ରଘୁନାଥଙ୍କ ମନ୍ଦିର ସମୁଖରେ ଜଞ ମଣ୍ଡପରେ ଆଜି ପୂର୍ବାହ୍ନ ରେ ଠାକୁରଙ୍କଜନ୍ମ ଲୀଳା ଵିଧି ବିଧାନ ପୂର୍ବକ ସମାପନ ହୋଇଛି ଜନ୍ମ ନାବାରେ ଠାକୁର ଙ୍କର ଚଳନ୍ତି ବିଗ୍ରହ ମାନଂକୁ ବିଜେ କରାଇ ଜନ୍ମଳଗନ ନାଭି ଛେଦନ ଦୁଗ୍ଧ ପାନ ଆଦି ଦଶବିଧ ସଂସ୍କାର କର୍ମ କାଣ୍ଡ ଵିଧି ଅନୁଯାଇ ପୁରୋହିତ ରାଜେଶ ମିଶ୍ର ଲିଙ୍ଗରାଜ ଦାସ ଙ୍କ ଦ୍ୱାରା ଯାତ୍ରାକମିଟିର ସମ୍ପାଦକ ସୂର୍ଯ୍ୟମଣି ଦାସଙ୍କ ପୌରହିତତ୍ୱ ରେ ସମାପନ ହୋଇଛି ତାପରେ ଶ୍ରୀ ରାମ ଲୀଳାରେ ଭାଗ ନାଇଥିବା କଲାକାର ଓ ଯାତ୍ରା କମିଟିର ସଦସ୍ୟମାନେ ବ୍ରତ ଧାରଣ କରି ବାନ୍ଧନା ଗାନ କରିଥିଲେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଉପବାସରହି ଶ୍ରୀ ରାମ ରଘୁନାଥ ଓ ମହାବୀରଙ୍କୁ ଦର୍ଶନ କରିଛନ୍ତି ଭକ୍ତି ପୁତ ଭାବରେ

ସନ୍ଧ୍ୟା ସମୟରେ ଠାକୁରଙ୍କର ଚାଲନ୍ତି ବଗ୍ରହ ମହାୱାଡ଼ମ୍ବର ରେ ନଗର ପରୀକ୍ରମାସହ ଭୋଗ ଲାଗି ହୋଇଥିଲେ ରାତ୍ରିରେ ମୁଖ୍ୟ ମନ୍ଦିରରେ ବିକ୍ରମ ନରେନ୍ଦ୍ର ଭଣତି ଶ୍ରୀ ତାମିଲ ଲୀଳା ପୋଥି କ୍ରମରେ ଲୀଳାଭିନୟ ହୋଇଥିଲା ଶିବ ପାର୍ବତୀ ସମ୍ବଦରୁ ଲୀଳାଭିନୟ ରାମାୟଣ ଆରମ୍ଭ ହେବାଶହ ମାଳି, ସୁମଳୀ, ମାଲ୍ୟବନ୍ତ ଅସୁରଙ୍କାକ୍ରମନରୁ ଲୀଳା ଆରମ୍ଭ ହୁଏ ଇନ୍ଦ୍ର ଆଦି ଦେବଗଣ ଶ୍ରୀ ନାରାୟଣ ଙ୍କୁ ଶରଣ ପଶିଲା ପରେ ଶ୍ରୀ ନାରାୟଣ ଗରୁଡ଼ ପୃଷ୍ଟରେ ଆସି ବିଜେ କରି ମାଲ୍ୟବନ୍ତ, ମାଳି ବଧ୍ୟ କରନ୍ତି ମାତ୍ର ସୁମାଳି ପାତାଲନୁ ଚାଲିଯାଏ ଓ ପରେ ସୁମାଳି ଯୋଜନକରି ତର କନ୍ୟା ନୌକେସା କୁ ରୁଷି ଦୁର୍ବାସାଙ୍କ ସହିତ ବିବାହ ଦିଆନ୍ତେ ଓ ପରେରାବଣ, କୁମ୍ଭକର୍ଣ,ବିଭୀଷଣ, ପୁଅ ଶ୍ରୁପଣଖା ଝିଅ ଚାରି ସନ୍ତାନ ଜନ୍ମ ନିଅନ୍ତି ପରେ ସେମାନେ ତପସ୍ୟା କରି ବରପ୍ରାପ୍ତ ହୋଇ ସ୍ୱର୍ଗ ଲୋକ ଜୟକରନ୍ତି ଇନ୍ଦ୍ର ଦେବତା ଗଣ ପୁଣି ଶ୍ରୀ ବିଷ୍ଣୁଙ୍କୁ ପ୍ରାଥାନ କରନ୍ତେ ରାମାୟାଣ ରାମ ଅବତାର ଗ୍ରହଣ କରିବାକଥା କୁହନ୍ତି ଓ ସମସ୍ତ ଦେବ, ଦେବି ଗଣ ଭାଲୁକ, ବାନର ଆଦିଭାବରେ ଜନ୍ମ ହେବାକୁ ନିର୍ଦ୍ଧେଶ ଦିଅନ୍ତି
ମିଥିଲାର ରାଜା ଜଣକ ସନ୍ତାନ ପ୍ରାପ୍ତି ନିମନ୍ତେ ଜମି ଚାଷୀ କରୁଥିବା ସମୟରେ ଲଙ୍ଗଳ ମୁଁନରେ ଲାଗି ଏକ ମଞ୍ଜୁଷା ବାହାର ହେଲା ତାହା ମଧ୍ୟରୁ ସୀତା ଜନ୍ମ ଗ୍ରହଣ କଲେ ପୁନଶ୍ଚ ଚମ୍ପାବାତି ନଗରର ରେ ବହୁ ବର୍ଷ ଧରି ବର୍ଷା ହେଲନାହିଁ ଏଣୁ ବର୍ଷା ପାଇଁ ରାଜା ଲୋମପାଦ ରୁସ୍ୟଶୃଙ୍ଗ ଙ୍କୁ ଆଣିବାପାଇ ଯାରଡା ନାମନି ନଗର ବଧୂମାନଙ୍କ ସାହାୟତା ରେ ବର୍ଷା ହେଲା ଲୋମପାଦ ରାଜାଙ୍କ ମାଇଁତ୍ର ଥିଲେ ଅଯୋଧ୍ୟା ରାଜା ଦଶରଥ ରାଜାଙ୍କର ଝିଅ ଶାନ୍ତନୁ କୁ ରୁସ୍ୟଶୃଙ୍ଗ ବିବାହ କରିବା ପରେ ଦଶରଥଙ୍କ ପାଇଁ ପୁତ୍ରେଷ୍ଟି ଜଞ୍ଜ କଲେ ସେଥିରୁ ଦୁଇଟି ଚାରୁ ବାହାରିଲା ସେଇ ଦୁଇ ଚାରୁ ଅର୍ଣ୍ଣ କୁ ମହାରଣି କୌଶଲ୍ୟା ଗର୍ଭରୁ ଶୀ ରାମ କୌକେଇ ଙ୍କ ଗର୍ଭରୁଭାରତ ଓ ସୁମୂତ୍ରା ଙ୍କ ଗର୍ଭରୁ ଲକ୍ଷଣ, ଶତ୍ରୁଘ୍ନ ଜନ୍ମ ଗ୍ରହଣ କରନ୍ତି ଓ ସିମାନଙ୍କ ଜନ୍ମ ଲୀଳାଠାରୁ ବାଲାୟଲୀଳା ଅଭିନୀତ ହୋଇଥିଲା ଆଜିଠାରୁ ମହାବୀର କ୍ଷେତ୍ର ସଦା ସର୍ବଦା ଉଚ୍ଚବ ମୁଖର ହେବା ସହ ଏକ ଆଧ୍ୟାତ୍ମକ ପରିବେଶ ଲାଗି ରହିବ ସମଗ୍ର ଆମ ଅଞ୍ଚଳ ତଥା ଓଡ଼ିଶାର ପୂରପଲିଅଞ୍ଚଳ ମାଙ୍କରେ ଏଇ ଦୃଷ୍ଟି କୋଣ ରୁ ଓଡିଶାର ତଥା ବାହାର ସମସ୍ତ ଶ୍ରୀ ରାମ ପ୍ରେମୀ ଭାଇ ଭଉଣୀ ମାନଙ୍କୁ ସାଦର ଅନୁରୋଧ ପୂର୍ବକ ନିମତ୍ରଣ ରକ୍ଷା କରିବା ପାଇ ଯାତ୍ରା କମିଟି ତରଫରୁ ସାଦର ଅଭିନନ୍ଦନ ଜଣାଉଛୁ
