ପୁରୀ ଓକିଲ ସଂଘର ସାଧାରଣ ନିର୍ବାଚନ ଅନୁଷ୍ଠିତ

ପୁରୀ ଓକିଲ ସଂଘର ସାଧାରଣ ନିର୍ବାଚନ ଅନୁଷ୍ଠିତ ପୁରୀ ଓକିଲ ସଂଘର ସାଧାରଣ ନିର୍ବାଚନ ମାର୍ଚ୍ଚ ମାସ ୨୮ ତାରିଖ ସକାଳ ୭ଟା ୩୦ମିନିଟରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କାର୍ଯ୍ୟ ଶେଷ ହୋଇ ସଭାପତି ଭାବେ ପ୍ରେମାନନ୍ଦ ମହାନ୍ତି,

ଉପ ସଭାପତି ଭାବେ ପ୍ରଦୀପ କୁମାର ଦାସ, ସାଧାରଣ ସମ୍ପାଦକ ଭାବେ ଶରତ କୁମାର ରାୟଗୁରୁ , ଏକ୍ଜିକ୍ୟୁଟିଭ କମିଟି ସଭ୍ୟ (୫)ପଦ ପାଇଁ ବିଜୟ କୁମାର ସାହୁ, ଦେବାଶିଷ ଦାଶ, କର୍ଣ୍ଣବୀର ମହାପାତ୍ର, ଶିବାନନ୍ଦ ପାତ୍ର, ଏବଂ ନମିତା ସାମଲ ବିଜୟ ଲାଭ କରିଛନ୍ତି। ଯୁଗ୍ମ ସମ୍ପାଦକ ପଦ ପାଇଁ ଅସୀମ କୁମାର ବାନାର୍ଜୀ, ସୋମନାଥ ରଣା ଏବଂ ତପନ କୁମାର ବାରୀକୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର ରଥ ଜଣାଇଛନ୍ତି।ଏହି ନିର୍ବାଚନରେ ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର ରଥଙ୍କୁ ସହକାରୀ ନିର୍ବାଚନ ଅଧିକାରୀ ଭାବେ ବିପିନ ବିହାରୀ ଦଳାଇ, ପ୍ରମୋଦ କୁମାର ପ୍ରଧାନ, ବିଶ୍ୱନାଥ ଚିହ୍ନାରା, ସରୋଜିନୀ ସିଂ, ମୀନାକ୍ଷୀ ପଣ୍ଡା, ସୁଧାଂଶୁ ମିଶ୍ର, ଗୋପାଳ ଚନ୍ଦ୍ର ପଣ୍ଡା ପ୍ରମୁଖ ନିର୍ବାଚନ କାର୍ଯ୍ୟରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *