ଜନମ ନେଇଛି କାନ୍ଦିବା ପାଇଁ ନାଟକ ମଞ୍ଚସ୍ଥ

ଧରାକୋଟ,29/3/26ଧରାକୋଟ ବ୍ଲକର ରୁଗୁମୁ ପଞ୍ଚାୟତ ଅନ୍ତର୍ଗତ କାନଗିରିଡି ଗ୍ରାମରେ ଶ୍ରି ଶ୍ରୀ ମା ଦଣ୍ଡକାଳୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ମା କାଳୀ ନାଟ୍ୟ ପରିଷଦ ପକ୍ଷରୁ ସାମାଜିକ ନାଟକ ଜନମ ନେଇଛି କାନ୍ଦିବା ପାଇଁ ସ୍ଥାନୀୟ କଳାକାର ମାନଙ୍କ ଦ୍ଵାରା ସଫଳତାର ସହ ମଞ୍ଚସ୍ଥ ହୋଇଯାଇଛି । ସାନଖେମୂଣ୍ଡି ବିଧାୟକ ଙ୍କ ପ୍ରତିନିଧି ପିଣ୍ଟୁ ଜେନା ଏହି ନାଟକକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ରୁଗୁମୁ ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁ, ମୂଖ୍ୟବକ୍ତା ଭାବରେ ତହସିଲଦାର ଲମ୍ବୋଦର ମାରାଣ୍ଡି,ସମ୍ମାନୀତ ଅତିଥି ଭାବରେ ପୂର୍ବତନ ସରପଞ୍ଚ ସୁଧାକର ସ୍ବାଇଁ,ସମାଜସେବୀ ଗୋପାଳ କୃଷ୍ଣ ପାଢ଼ୀ,ଲଳିତ ମୋହନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହିଥିଲେ। ନାଟକର ନିର୍ଦ୍ଦେଶନା ସୀମାଞ୍ଚଳ ସାର ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଧ୍ରୁବ ଭାଇ । ମଞ୍ଚସଜା ଦାୟିତ୍ୱରେ ଇଟାମାଟି ର ପ୍ରଗତି ଚିତ୍ରାଳୟ ରହିଥିଲେ । ଏଥିରେ ଇନ୍ଦ୍ରମଣି ବେହେରା ସଭାପତିତ୍ବ କରିଥିଲାବେଳେ ସଞ୍ଜୟ ସାହୁ ପରିଚାଳନା କରିଥିଲେ । କାହ୍ନୁ ଚରଣ ମହାରଣାଙ୍କୁ ଶ୍ରେଷ୍ଠ କଳାକାର ଭାବରେ ମନୋନୀତ କରାଯାଇଥିଲା । ଏଥିରେ କାନଗିରିଡି ଗ୍ରାମବାସୀ ସହଯୋଗ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *