କୃଷି ସେବା ସମିତି ସମ୍ମୁଖରେ ଚାଷୀଙ୍କ ଧାରଣା।
ତିର୍ତ୍ତୋଲ: ଜଗନ୍ନାଥପୁର ସେବା ସମବାୟ ସମିତି ସମ୍ମୁଖରେ ଚାଷୀମାନେ ଆନ୍ଦୋଳନ ରେ ବସିଛନ୍ତି। ଏ ପର୍ଯ୍ୟନ୍ତ ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ୱ ଚାଷୀମାନଙ୍କ ପାଖାପାଖି ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ କୁଇଣ୍ଟାଲ ଧାନ ଚାଷୀମାନଙ୍କ ର ଉଠିନଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମାର୍ଚ୍ଚ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ସେମାନଙ୍କ ଟୁକନ ଥାଇ ଆଜି ଚାଷୀମାନେ ଆନ୍ଦୋଳନ ବସିଛନ୍ତି। ଘଟଣା ର ତଦନ୍ତ ସମାଧାନ ପାଇଁ ଚାଷୀମାନେ ଦାବି କରିଛନ୍ତି। ଘଟଣା ସ୍ଥଳରେ ତିର୍ତ୍ତୋଲ ତହସିଲଦାର ମହେଶ୍ବର ବେହେରାଙ୍କ ସମେତ ଥାନା ଅଧିକାରୀ, ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ନାୟକ ପହଞ୍ଚି ଚାଷୀମାନଙ୍କ ସହିତ ଆଲୋଚନା କରିଛନ୍ତି। ବର୍ତ୍ତମାନ ପ୍ରଥମ ଥର ପାଇଁ ଟୁକନ ଯାଇଁ ଯେଉଁ ଚାଷୀମାନେ ଧାନ ଦେଇ ନାହାଁନ୍ତି ସେମାନଙ୍କ ଧାନ ଆଗ ମଣ୍ଡିରୁ ଉଠିବ। ଏହାପରେ ଦିତୀୟ ଥର ପାଇଁ ଯେଉଁ ଚାଷୀମାନଙ୍କର ଟୁକନ ଅଛି ସେମାନଙ୍କ ଧାନ ମଣ୍ଡିରୁ ଉଠିବ।ପ୍ରାୟ ୪ ହଜାର ରୁ ଉର୍ଦ୍ଧ୍ବ କୁଇଣ୍ଟାଲ ଧାନ ଆବଶ୍ୟକ ଥିବାବେଳେ ବର୍ତ୍ତମାନ ୧୭ ହଜାର କୁଇଣ୍ଟାଲ ଧାନ ଉଠେଇବା ପାଇଁ ସରକାର ଜଗନ୍ନାଥପୁର ସେବା ସମବାୟ ସମିତି କୁ ଟାର୍ଗେଟ ଦେଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଟାର୍ଗେଟ ଆସିଲେ ବଳକା ଚାଷୀମାନଙ୍କ ଧାନ ଉଠିବ ବୋଲି ସେବା ସମବାୟ ସମିତି ର ସମ୍ପାଦକ କହିଛନ୍ତି। ସେପଟେ ଏ ସମ୍ପର୍କରେ ଚିଷୀମାନଙ୍କ ସହିତ ତହସିଲଦାର ଆଲୋଚନା କରିବାପରେ ଚାଷିମାନେ ଧାରଣାରୁ ଉଠିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଚାଷୀମାନଙ୍କ ସମସ୍ୟା କେତେଦୂର ସମାଧାନ ହେଉଛି।
