ତିର୍ତ୍ତୋଲ ବ୍ଲକ କମ୍ୟୁନିଟ୍ ଷ୍ଟାଫ୍ ,ଲକ୍ଷପତି ଦିଦି, ମହିଳା ଉଦ୍ୟୋଗୀ ଙ୍କ ପୁରୀ ଜିଲ୍ଲା ପରିଦର୍ଶନ।
ତିର୍ତ୍ତୋଲ;ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ର ବିପିସି ଜ୍ୟୋତ୍ସ୍ନାରାଣୀ ମନ୍ତ୍ରୀ,ବିପିଏମ୍ କଳ୍ପନା ଦଳାଇ ଅହମ୍ମଦ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ଲକ କମ୍ୟୁନିଟ୍ ଷ୍ଟାଫ୍ ଓ ଲକ୍ଷପତି ଦିଦି ଏବଂ ଉଦ୍ୟୋଗୀ ମହିଳା ମାନେ ଏକାଠି ହୋଇ ଦୁଇଦିନ ପାଇଁ ପୁରୀ ଜିଲ୍ଲା ପରିଦର୍ଶନ ରେ ଯାଇଥିଲେ। ପ୍ରଥମେ ସେମାନେ ପିପିଲି ର ମହିଳା ହସ୍ତଶିଳ୍ପ ପ୍ରଡୁସର କମ୍ପାନୀର ଚାନ୍ଦୁଆ କାମ ବୁଲି ଦେଖିଥିଲେ। ଏହାପରେ ଟମାଟୋ ସସ୍ ଓ ଚିଲି ସସ୍ ତିଆରି ଚାଲିଥିବା ବାବା ନିଳକଣ୍ଠଶ୍ଵର ପିଜି ବୁଲି ଦେଖିଥିଲେ। ଶୁଭଦ୍ରା ଶକ୍ତି କାଫେ ରେ ସମସ୍ତେ ଏକାଠି ଭୋଜନ କରିବା ସହିତ ପୁରୀ ସଦରର କତା ଉତ୍ପାଦନ ଗୋଷ୍ଠୀ ବୁଲି ଦେଖିଥିଲେ। ଏହାପରେ ରଘୁରାଜପୁର ପଟ୍ଟଚିତ୍ର ଗାଁ ପରିଦର୍ଶନ କରିଥିଲେ।

ଏହାପରେ ଜଗନ୍ନାଥ ଙ୍କ ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ତାପର ଦିନ ସକାଳୁ ମା ରାମଚଣ୍ଡୀ ଙ୍କ ଦର୍ଶନ କରି ଚନ୍ଦ୍ରଭାଗା ବୁଲି କୋଣାର୍କ ରେ ଥିବା ଓମ୍ ଗାୟତ୍ରୀ ଛୁଟ୍ ପିଜି ବୁଲି ଦେଖିଥିଲେ।ଏହାପରେ ଗୋପର କାଫେ ରେ ଭୋଜନ କରିବା ସହିତ ସହିତ ଛତୁଆ ୟୁନିଟ୍ ବୁଲି ଦେଖିଥିଲେ। ଏହାପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ କରି ଫେରିଥିଲେ। ଏଥିରେ ୩୫ ଜଣ ସଦସ୍ୟ ମିଶି ଯାଇଥିଲା।ଏଥିରେ ତିର୍ତ୍ତୋଲ ବ୍ଲକ ର ୟୁପି ଶାଗର ସମ୍ଭବ ଦାଶ,ବିପିଏସିଏ ମାଳବିକା ବେହେରା, ବିଲ୍ ସି ସରୋଜିନୀ ବାରିକ, ବିନୋଦ କୁମାର ଭୁଇଁଆ ପ୍ରମୁଖ ଉପସ୍ଥିତ ଥିଲେ।
