ଦୁର୍ଗାପ୍ରସାଦ ଦେବ ଙ୍କ ତୃତୀୟ ଶ୍ରାର୍ଦ୍ଧ ବାର୍ଷିକୀ ସ୍ମୃତିରେ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ।

ଦୁର୍ଗାପ୍ରସାଦ ଦେବ ଙ୍କ ତୃତୀୟ ଶ୍ରାର୍ଦ୍ଧ ବାର୍ଷିକୀ ସ୍ମୃତିରେ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ।

ଚିକିଟି, ୩୦/୩:(ନିଗମାନନ୍ଦ ପଣ୍ଡା ):ଚିକିଟି ଗୌରଚନ୍ଦ୍ର ମିନି ଷ୍ଟାଡିଅମ ରେ ଚିକିଟି ରାଣୀ ଉଷା ଦେବୀଙ୍କ ଦିଅର ଦୁର୍ଗାପ୍ରସାଦ ଦେବ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୂର୍ବତନ ଉପାଧ୍ୟକ୍ଷଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଆରମ୍ଭ ହୋଇଛି। ପୂର୍ବତନ ମନ୍ତ୍ରୀ ଉଷାଦେବୀ,ଚିକିଟି ଏନ. ଏ.ସି ଅଧକ୍ଷା ଦୀପା କୁମାରୀ ସାହୁ,ବ୍ଲକ ଅଧକ୍ଷ ଆପନା ସେଠି,ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀରୁପ ଦେବ,ବରିଷ୍ଟ

ସଂଗଠକ ସୁରେନ୍ଦ୍ର ମଣ୍ଡଳ ପ୍ରଦୀପ ପ୍ରଜ୍ବଳନ କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି କ୍ରୀଡ଼ାର ଅୟାମାରମ୍ଭ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଆଜି ଉଦ୍ଘାଟନୀ ଦିବସ ରେ ଗଞ୍ଜାମ ଦଳ ପ୍ରଥମେ ଟସ ଜିଣି ୬ ଉଇକେଟ ବଦଳ ରେ ୨୦୨ ରନ କରିଥିଲା। ପ୍ରତି ବଦଳ ରେ ବ୍ରହ୍ମପୁର ଦଳ ୭ ଉଇକେଟରେ ୩ ଗୋଟି ବଲ ବାକି ଥାଇ ୨୦୪ ରନ କରି ବିଜୟ ଲାଭ କରିଛି। ଟୁର୍ଣ୍ଣାମେଣ୍ଟର ପରିଚାଳନା ସକାଶେ ଦୁର୍ଗାପ୍ରସାଦ ଦେବଙ୍କ ପ୍ରଶଂସକ ଏବଂ କ୍ଲାସିକ ସ୍ପୋର୍ଟିଙ୍ଗ କ୍ଲବର ସଭ୍ୟ ମାନେ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *