ଆଇପିଏଲ-୨୦୨୩ : ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମୁକାବିଲା
ଗୌହାଟୀ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୩ରେ ଆଜି ଡବଲ୍ ହେଡର ମ୍ୟାଚ ଖେଳାଯିବ। ଶନିବାର ଅପରାହ୍ନରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ଏବଂ ସନ୍ଧ୍ୟାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ।
ଶନିବାର ଅପରାହ୍ନ ୩ଟା ୩୦ ମିନିଟ ସମୟରେ ଗୌହାଟିର ବର୍ଷାପଡ଼ା ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ । ଲଗାତ ୨ଟି ମ୍ୟାଚ ପରାଜିତ ହୋଇସାରିଥିବା ଦିଲ୍ଲୀ ବିଜୟ ପାଇଁ ବ୍ୟାକୁଳ ଥିବାବେଳେ ରାଜସ୍ଥାନ ଏହି ଗ୍ରାଉଣ୍ଡରେ ଗୋଟିଏ ମ୍ୟାଚ୍ ପରାଜିତ ହୋଇସାରିଛି । ଉଭୟ ଦଳ ପାଇଁ ଏହି ବିଜୟ ଜରୁରୀ ରହିଛି ।
ରିଷଭ ପନ୍ତଙ୍କ ଅନୁପସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ବ୍ୟାଟିଂ ବିଭାଗ ଦୁର୍ବଳ ମନେ ହେଉଛି । ଉଭୟ ମ୍ୟାଚ୍ରେ ବ୍ୟାଟିଂ ବିଫଳତା ଯୋଗୁ ଦଳ ପରାଜିତ ହୋଇଛି । ଡେଭିଡ ୱାର୍ଣ୍ଣର ସଂଘର୍ଷ କରୁଛନ୍ତି । ପୃଥ୍ୱୀ ଶ’, ସର୍ଫରାଜ ଖାନ, ମିଚେଲ ମାର୍ଶ ଓ ରାଇଲି ରସୋ ନିରାଶ କରିଛନ୍ତି । ମାର୍ଶ ସ୍ୱଦେଶ ଫେରିଯାଇଥିବାରୁ ଅନୁପସ୍ଥିତ ରହିବେ । ରୟାଲ୍ସ ଦଳର ଷ୍ଟାର ବ୍ୟାଟର ଜୋସ ବଟଲର ଆହତ ଅଛନ୍ତି । ମାତ୍ର ଅନ୍ୟ ବ୍ୟାଟରମାନେ ଫର୍ମରେ ରହିଛନ୍ତି । କେବଳ ଟସ୍ ଉପରେ ଦଳର ଭାଗ୍ୟ ନିର୍ଭର କରିବ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ ।
ଦିଲ୍ଲୀ କ୍ୟାପିଟାଲ୍ସ ସମ୍ଭାବ୍ୟ ଏକାଦଶ : ଡେଭିଡ୍ ୱାର୍ଣ୍ଣର(ଅଧିନାୟକ), ପୃଥ୍ୱୀ ଶ’, ସର୍ଫରାଜ ଖାନ, ରାଇଲି ରସୋ, ରୋଭମାନ ପାୱେଲ୍, ଅକ୍ଷର ପଟେଲ, ଅମନ ଖାନ, ଅଭିଷେକ ପୋରେଲ, କୁଲଦୀପ ଯାଦବ, ଆନରିଚ ନର୍ଜ, ମୁକେଶ କୁମାର ।
ରାଜସ୍ଥାନ ରୟାଲ୍ସ ସମ୍ଭାବ୍ୟ ଏକାଦଶ : ଜସସ୍ୱୀ ଜୈସ୍ୱାଲ, ଜୋସ ବଟଲର/ଦେବଦତ୍ତ ପାଡ଼ିକଲ, ସଞ୍ଜୁ ସାମସନ(ଅଧିନାୟକ), ସିମରନ ହେତମାୟର, ଧ୍ରୁବ ଜୁରେଲ, ଜାସନ ହୋଲ୍ଡର, ରିୟାନ ପରାଗ, ଆର ଅଶ୍ୱିନ, ୟୁଝବେନ୍ଦ୍ର ଚହଲ, ଟ୍ରେଣ୍ଟ ବୋଲ୍ଟ, ନବଦୀପ ସାଇନି ।
