ପୁରୀ ଜିଲ୍ଲା ଅସ୍ତରଙ୍ଗ ଠାରେ ଅବୈଧ ସରକାରୀ ଜମିରେ ଘର ଉଚ୍ଛେଦ

ପୁରୀ ଜିଲ୍ଲା ଅସ୍ତରଙ୍ଗ ମେରାଇନ ଥାନା ଅନ୍ତର୍ଗତ ନୂଆଗଡ଼ ମୌଜାରେ ବଟକୃଷ୍ଣ ବରିକ (ପିତା–ଦେହାନ୍ତ ଗନ୍ଧର୍ବ ବରିକ), ଗ୍ରାମ–ନୂଆଗଡ଼ଙ୍କ ଦ୍ୱାରା ଅବୈଧ ସରକାରୀ ଜମିରେ ଦୋକାନ ତିଆରି କରି ଅବୈଧ ମଦ ବିକ୍ରି କରାଯାଉଥିବା ବିଷୟରେ ମିଳିଥିବା ସୂଚନା ଆଧାରରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନରେ ତହସିଲଦାର, ଅସ୍ତରଙ୍ଗଙ୍କ ଉପସ୍ଥିତିରେ ସମୟରେ ଅବୈଧ ମଦ ବିକ୍ରି ଦୋକାନ ଖାତା ନଂ–504, ପ୍ଲଟ୍ ନଂ–1142 ରେ ଅବସ୍ଥିତ ଅବୈଧ ଦୋକାନକୁ ଭଙ୍ଗା (Eviction/Demolition) ଯାଇଛି ।ଏହି ସମ୍ବନ୍ଧରେ ଅସ୍ତରଙ୍ଗ ଥାନାରେ କେସ୍ ନଂ–79/26 ଓ 80/26 ରଜିଷ୍ଟର୍ କରାଯାଇଛି ଏବଂ ଆଗାମୀ ତଦନ୍ତ ଜାରି ରହିଛି। ପୁରୀ ପୋଲିସ ଦ୍ୱାରା ଅବୈଧ ମଦ ବିକ୍ରି ଓ ସରକାରୀ ଜମି ଦଖଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।

Leave a Reply

Your email address will not be published. Required fields are marked *