ଭୁବନେଶ୍ୱର–ଧାନବାଦ ଏକ୍ସପ୍ରେସ ଏବେ ସମ୍ପୂର୍ଣ୍ଣ ରୂପେ ଏଲଏଚବି କୋଚ୍ରେ ସଜ୍ଜିତ।
ଭୁବନେଶ୍ୱର, ୨୮ ଏପ୍ରିଲ ୨୦୨୬:ଯାତ୍ରୀମାନଙ୍କ ସୁରକ୍ଷା, ଆରାମ ଏବଂ ଯାତ୍ରା ଅନୁଭୂତିକୁ ଅଧିକ ଉନ୍ନତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଟ୍ରେନ୍ ନମ୍ବର ୧୮୪୦୩/୧୮୪୦୪ ଭୁବନେଶ୍ୱର–ଧାନବାଦ–ଭୁବନେଶ୍ୱର ଏକ୍ସପ୍ରେସରେ ଦ୍ୱିତୀୟ ଏଲଏଚବି (Linke Hofmann Busch) ର୍ୟାକ୍ ସଫଳତାର ସହ ସାମିଲ କରାଯାଇଛି।ଏହି ଟ୍ରେନର ପ୍ରଥମ ଏଲଏଚବି ର୍ୟାକ୍ ପୂର୍ବରୁ ଭୁବନେଶ୍ୱରରୁ ୨୧ ଏପ୍ରିଲ ୨୦୨୬ ଏବଂ ଧାନବାଦରୁ ୨୨ ଏପ୍ରିଲ ୨୦୨୬ ଠାରୁ କାର୍ଯ୍ୟକାରୀ ହୋଇଥିଲା। ଏହି ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରି ଏବେ ଦ୍ୱିତୀୟ ଏଲଏଚବି (LHB) ର୍ୟାକ୍ ଭୁବନେଶ୍ୱରରୁ ୨୮ ଏପ୍ରିଲ ୨୦୨୬ ଏବଂ ଧାନବାଦରୁ ୨୯ ଏପ୍ରିଲ ୨୦୨୬ ଠାରୁ ପ୍ରଚଳନ କରାଯିବ। ଏହା ସହିତ ଏହି ଟ୍ରେନ୍ଟି ଏବେ ସମ୍ପୂର୍ଣ୍ଣ ଭାବେ ଏଲଏଚବି (LHB) କୋଚ୍ ଦ୍ୱାରା ପରିଚାଳିତ ହେବ।ପାରମ୍ପରିକ ICF କୋଚ୍ ବଦଳରେ ସମ୍ପୂର୍ଣ୍ଣ ଭାବେ ଏଲଏଚବି (LHB) କୋଚ୍ ବ୍ୟବହାର କରିବା ଭାରତୀୟ ରେଳବାଇର ଆଧୁନିକୀକରଣ, ଉନ୍ନତ ସୁରକ୍ଷା ମାନଦଣ୍ଡ ଏବଂ ଯାତ୍ରୀ ସୁବିଧା ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।ସଂଶୋଧିତ କୋଚ୍ ସଂରଚନା:ଏସି ୨-ଟାୟାର: ୦୧ କୋଚ୍ଏସି ୩-ଟାୟାର : ୦୩ କୋଚ୍ସ୍ଲିପର୍ କ୍ଲାସ୍ : ୦୮ କୋଚ୍ଜେନେରାଲ୍ ସେକେଣ୍ଡ କ୍ଲାସ୍ : ୦୪ କୋଚ୍ଲଗେଜ୍-ସହ-ଜେନେରେଟର-ସହ-ବ୍ରେକ୍ ଭ୍ୟାନ୍ (ଦିବ୍ୟାଙ୍ଗ ଅନୁକୂଳ): ୦୨ କୋଚ୍ଏଲଏଚବି (LHB) କୋଚ୍ଗୁଡ଼ିକରେ ‘ଆଣ୍ଟି-କ୍ଲାଇମ୍ବିଂ’ ଭଳି ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ରହିଛି, ଯାହା ଦୁର୍ଘଟଣା ସମୟରେ ବଗିଗୁଡ଼ିକୁ ପରସ୍ପର ଉପରକୁ ଚଢ଼ିବାକୁ ଦିଏନାହିଁ। ଏହା ବ୍ୟତୀତ ଏହି କୋଚ୍ଗୁଡ଼ିକରେ ଯାତ୍ରା ଅଧିକ ଆରାମଦାୟକ, ଗତି ଅଧିକ ଏବଂ ଯାତ୍ରୀ ସୁବିଧା ଉନ୍ନତମାନର ହୋଇଥାଏ।ନିରାପଦ, ଦ୍ରୁତ ଏବଂ ଆରାମଦାୟକ ଯାତ୍ରା ପ୍ରଦାନ କରିବା ପାଇଁ ପୂର୍ବତଟ ରେଳପଥ ସର୍ବଦା ଚେଷ୍ଟିତ। ଏହି ଗୁରୁତ୍ୱପୂର୍ଣ୍ଣ ରୁଟ୍ରେ ସମ୍ପୂର୍ଣ୍ଣ ରୂପେ ଏଲଏଚବି (LHB) କୋଚ୍ ପ୍ରଚଳନ ହେବା ଏହି ଦିଗରେ ଆଉ ଏକ ମାଇଲଖୁଣ୍ଟ l
