ବୟନ ଓ ହସ୍ତତନ୍ତ କ୍ଷେତ୍ରକୁ ଶକ୍ତି ଯୋଗାଣ ପାଇଁ ସରକାରଙ୍କ ପ୍ରାଥମିକତା

ବୟନ ଓ ହସ୍ତତନ୍ତ କ୍ଷେତ୍ରକୁ ଶକ୍ତି ଯୋଗାଣ ପାଇଁ ସରକାରଙ୍କ ପ୍ରାଥମିକତା । ପ୍ରମୁଖ ବିନ୍ଦୁବୟନ ଏବଂ ହସ୍ତତନ୍ତ କ୍ଷେତ୍ରକୁ ପ୍ରାକୃତିକ ଗ୍ୟାସ ଯୋଗାଣ ପାଇଁ ପ୍ରାଥମିକତା; ଗତ ୬ ମାସର ହାରାହାରି ବ୍ୟବହାରର ୮୦% ଯୋଗାଣ ଅବ୍ୟାହତ ୨୯ଟି ପ୍ରମୁଖ ବୟନ କଞ୍ଚାମାଲ ଉପରୁ ସୀମା ଶୁଳ୍କ ସ୍ଥଗିତ; ଏମଏମଏଫ ମୂଲ୍ୟ ଶୃଙ୍ଖଳ ଏବଂ କପା ସମେତ ଅନ୍ୟାନ୍ୟ କଞ୍ଚାମାଲ ଉପରୁ ଶୁଳ୍କ ହଟାଇବା ପାଇଁ ଜାରି ରହିଛି ବୟନ ମନ୍ତ୍ରଣାଳୟର ପ୍ରୟାସଅନୁପ୍ରବାହ ଉଦ୍ୟୋଗଗୁଡ଼ିକର ସୁରକ୍ଷା ପାଇଁ ଇଏଫ୍‍ଓ୍ୱାଇ ଏବଂ ଭିଏଫ୍‍ଓ୍ୱାଇ ଉପରୁ ଆଣ୍ଟି-ଡମ୍ପିଂ ଶୁଳ୍କ ହଟାଇବା କିମ୍ବା ସ୍ଥଗିତ ରଖିବାକୁ ବୟନ ମନ୍ତ୍ରଣାଳୟର ସୁପାରିଶମାର୍ଚ୍ଚ ୨୦୨୬ ପରଠାରୁ ଦେଶସାରା ୬୭,୦୦୦ରୁ ଅଧିକ ସିଲିଣ୍ଡର ଜବତ, ୧୧୬୦ରୁ ଅଧିକ ଏଫଆଇଆର୍ ରୁଜୁ ଏବଂ ୨୭୧ ଜଣ ଗିରଫଗତକାଲି ସୁଦ୍ଧା ମାଇପିଏନ୍‍ଜିଡିଡଟ୍‍ଇନ ୱେବସାଇଟ୍ ମାଧ୍ୟମରେ ୪୨,୮୦୦ରୁ ଅଧିକ ପିଏନଜି ଗ୍ରାହକଙ୍କ ଏଲପିଜି ସଂଯୋଗ ଫେରସ୍ତ୯ ଏପ୍ରିଲ ୨୦୨୬ ପରଠାରୁ ମୁମ୍ବାଇ, କୋଚି, ବିଶାଖାପାଟଣା, ଚେନ୍ନାଇ ଏବଂ ମଥୁରା ରିଫାଇନାରୀ ଦ୍ୱାରା କେମିକାଲ୍, ଫାର୍ମା ଏବଂ ପେଣ୍ଟ ଶିଳ୍ପକୁ ୮୩୦୦ ମେଟ୍ରିକ୍ ଟନରୁ ଅଧିକ ପ୍ରୋପିଲିନ୍ ଏବଂ ୮୭୦ ମେଟ୍ରିକ୍ ଟନ୍ ବ୍ୟୁଟାଇଲ୍ ଆକ୍ରିଲେଟ୍ ବିକ୍ରିଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏପର୍ଯ୍ୟନ୍ତ ଗଲ୍ଫ ଅଞ୍ଚଳର ବିଭିନ୍ନ ସ୍ଥାନରୁ ୨,୮୦୦ରୁ ଅଧିକ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଅଣାଯାଇଛି, ଯେଉଁଥିରେ ଗତ ୨୪ ଘଣ୍ଟାରେ ଆସିଥିବା ୨୪ ଜଣ ସାମିଲ।ପ୍ରଭାବିତ ଅଞ୍ଚଳରୁ ଭାରତକୁ ଅଧିକ ବିମାନ ଚଳାଚଳ ସହ ସାମଗ୍ରିକ ବିମାନ ଚଳାଚଳ ସ୍ଥିତିରେ ସୁଧାର ଜାରି ନୂଆଦିଲ୍ଲୀ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ବୟନ ଏବଂ ହସ୍ତତନ୍ତ କ୍ଷେତ୍ର ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ବୟନ ମନ୍ତ୍ରଣାଳୟ ନିରନ୍ତରଭାବେ ସଂପୃକ୍ତ ଅଂଶୀଦରଙ୍କ ସହ ଯୋଗାଯୋଗରେ ରହିଛନ୍ତି। ଏହି ଶିଳ୍ପକୁ ସହାୟତା କରିବା ପାଇଁ ଏକ ଅନୁଧ୍ୟାନ ସେଲ୍ ଗଠନ କରାଯାଇଛି। ସଙ୍କଟର ମୁକାବିଲା ପାଇଁ ମନ୍ତ୍ରଣାଳୟ ସାପ୍ତାହିକ ଭିତ୍ତିରେ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କରୁଛନ୍ତି। ଏଥିରେ ରପ୍ତାନି ପ୍ରୋତ୍ସାହନ ପରିଷଦ, ଘରୋଇ ସଂଗଠନ, ଆଞ୍ଚଳିକ କ୍ଲଷ୍ଟର ସଂଘ (ତିରୁପୁର, ସୁରଟ, ପାଲି ବାଲୋତ୍ରା) ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଅଧିକାରୀମାନେ ସାମିଲ ରହିଛନ୍ତି। ମନ୍ତ୍ରଣାଳୟର ଡିଜି ସିପିଂ, ଗେଲ୍ ଏବଂ ଅନ୍ୟାନ୍ୟ ଏଜେନ୍ସି ସହ ମଧ୍ୟ ଯୋଗାଯୋଗରେ ରହିଥିବା ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବିଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଛି। ଆଜି ନ୍ୟାସନାଲ ମିଡିଆ ସେଣ୍ଟରରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ ଜାଳେଣି ଉପଲବ୍ଧତା, ସାମୁଦ୍ରିକ କାର୍ଯ୍ୟକଳାପ ଏବଂ ଭାରତୀୟ ନାଗରିକଙ୍କୁ ସହାୟତା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ବୟନ ମନ୍ତ୍ରଣାଳୟ ମଧ୍ୟ ବୟନ କ୍ଷେତ୍ର ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ। ହସ୍ତତନ୍ତ ଓ ବୟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବିଭିନ୍ନ ରପ୍ତାନି ପରିଷଦ (ଇପିସି) ମଧ୍ୟ ନିଜ ନିଜ ସ୍ତରରେ ପରାମର୍ଶ ବୈଠକ କରୁଛନ୍ତି। କାର୍ପେଟ ରପ୍ତାନି ପ୍ରୋତ୍ସାହନ ପରିଷଦ ୬ ଏପ୍ରିଲରେ ରପ୍ତାନୀ ପାଇଁ ଆବଶ୍ୟକ ସହାୟତା ପଦକ୍ଷେପ ‘ରିଲିଫ୍‍ଁ ( RELIEF) ସନ୍ଦର୍ଭରେ ଏକ ୱେବିନାର ଆୟୋଜନ କରିଥିଲେ। ହସ୍ତତନ୍ତ ରପ୍ତାନି ପ୍ରୋତ୍ସାହନ ପରିଷଦ ୨୦ ଏପ୍ରିଲରେ ପରିବହନ ସମସ୍ୟା ଉପରେ ସଚେତନତା ସେମିନାର କରିଥିଲେ। ଏଥିରେ ବିଶ୍ୱସ୍ତରୀୟ ଜାହାଜ ଚଳାଚଳରେ ବାଧା, ବିକଳ୍ପ ପଥ ଚୟନ ଏବଂ ଖର୍ଚ୍ଚ କମାଇବା କୌଶଳ ଉପରେ ଆଲୋଚନା ହୋଇଥିଲା। ଡିଜି ସିପିଂଙ୍କ ପକ୍ଷରୁ ଜାରି ପରାମର୍ଶାବଳୀକୁ ସଂପୃକ୍ତ ପକ୍ଷଙ୍କ ମଧ୍ୟରେ ବଣ୍ଟନ କରାଯାଉଛି। ପଶ୍ଚିମ ଏସିଆକୁ ଯୋଗାଣ ପାଇଁ ଜେଦା ଭଳି ବିକଳ୍ପ ବନ୍ଦର ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉ ଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଫେବୃୟାରୀ ଶେଷରେ ପଶ୍ଚିମ ସିଆରେ ଉତ୍ତଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହା ଏଯାଏ ବି ଅନିଶ୍ଚିତତା ଭିତରେ ଗତି କରୁଛି। ଏଭଳି ପରିସ୍ଥିତିରେ ଭରତର ଶକ୍ତି ଓ ବାଣିଜ୍ୟ ଆବଶ୍ୟକତାକୁ ପୂରଣ କରିବା ଲାଗି କେନ୍ଦ୍ର ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ବାବଦରେ ଅପଡେଟ୍ ପ୍ରଦାନ ଜାରି ରଖିଛନ୍ତି। ଏହାଦ୍ୱାରା ନାଗରିକଙ୍କୁ ସଚେତନ ରଖିବା ଏବଂ ପରିସ୍ଥିତିକୁ ମୁକାବିଲା କରିବା ଲାଗି ସାହସ ପ୍ରଦାନ ଲାଗି ଉଦ୍ୟମ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭାରତ ସରକାର ନିରନ୍ତର ଭାବେ ଶିଳ୍ପ ପାଇଁ ଇନ୍ଧନ ତଥା ପ୍ରାକୃତିକ ଗ୍ୟାସ ଯୋଗାଣ ନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ବୟନ ଏବଂ ହସ୍ତତନ୍ତ ଶିଳ୍ପକୁ ଗ୍ୟାସ ଯୋଗାଣ ପାଇଁ ବୟନ ମନ୍ତ୍ରଣାଳୟ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସହ ଆଲୋଚନା ହୋଇଛି। ଏହାର ଉତ୍ତରରେ ଗେଲ୍ ଜଣାଇଛି ଯେ ବୟନ ଏବଂ ହସ୍ତତନ୍ତ କ୍ଷେତ୍ର ପ୍ରାଥମିକତା ଶ୍ରେଣୀ-୩ ଓ ୪ (ଶିଳ୍ପ ଗ୍ରାହକ) ଅଧୀନରେ ଅଛି ଏବଂ ସେମାନଙ୍କୁ ଗତ ୬ ମାସର ହାରାହାରି ବ୍ୟବହାରର ୮୦% ଯୋଗାଣ ଜାରି ରହିଛି। ମନ୍ତ୍ରଣାଳୟ ବିଭିନ୍ନ କ୍ଲଷ୍ଟରରେ ଯୋଗାଣ ସ୍ଥିତି ଉପରେ ନଜର ରଖିଛି। ଯଦି କୌଣସି ସ୍ଥାନରେ ଯୋଗାଣ କମ୍ ହୁଏ, ତେବେ ଅନୁଧ୍ୟାନ ସେଲ୍ ଏହି ବିଷୟରେ ଗେଲ୍ କର୍ତ୍ତୃପକ୍ଷଙ୍କ ସହ ସ୍ପଟ୍ ମାର୍କେଟ କିଣାବିକା ପାଇଁ ଆଲୋଚନା କରିବ ବୋଲି ସୂଚନା ଦିଆଯାଇଛି। ବୟନ ଏବଂ ହସ୍ତତନ୍ତ କ୍ଷେତ୍ରର କଞ୍ଚାମାଲ ଉପରୁ ସୀମା ଶୁଳ୍କ ଛାଡ଼ମୂଲ୍ୟର ଅସ୍ଥିରତା ଏବଂ ଅନୁପ୍ରବାହ ଶିଳ୍ପ ପାଇଁ ଯୋଗାଣ ଶୃଙ୍ଖଳାର ନିରନ୍ତର କରିବାକୁ, ମନ୍ତ୍ରଣାଳୟ ବୟନ ଏବଂ ହସ୍ତତନ୍ତ କ୍ଷେତ୍ରର କଞ୍ଚାମାଲ ଉପରୁ ସୀମା ଶୁଳ୍କ ପ୍ରତ୍ୟାହାର ପାଇଁ ସୁପାରିଶ କରିଆସୁଛି।ଏହି ପରିପ୍ରେକ୍ଷୀରେ, ରାଜସ୍ୱ ବିଭାଗ ୦୧.୦୪.୨୬ ତାରିଖର ବିଜ୍ଞପ୍ତି ମାଧ୍ୟମରେ ଏମଏମ୍‍ଏଫ କ୍ଷେତ୍ରର କଞ୍ଚାମାଲ ସମେତ ଅନେକ ଉତ୍ପାଦ ଉପରୁ ସୀମା ଶୁଳ୍କ ହଟାଇ ଦେଇଛି। ବୟନ କ୍ଷେତ୍ର କ୍ଷେତ୍ରରେ, ୨୯ଟି କଞ୍ଚାମାଲ ଉପରୁ ଶୁଳ୍କ ସ୍ଥଗିତ ରଖାଯାଇଛି, ଯେଉଁଥିରେ ମୋନୋଇଥାଇଲିନ ଗ୍ଲାଇକଲ୍, ପ୍ୟୁରିଫାଇଡ୍ ଟେରେପଥାଲିକ୍ ଏସିଡ, ପଲି(ଇଥାଇଲିନ ଟେରେପଥାଲେଟ୍ ଚିପ୍ସ, ପଲି(ବ୍ୟୁଟିଲିନ ଟେରେପଥାଲେଟ୍ ), ମିଥାନୋଲ୍, ଟୋଲୁଇନ୍, ଷ୍ଟାଇରିନ୍, ଭିନାଇଲ୍ କ୍ଲୋରାଇଡ୍ ମୋନୋମର୍, ଫେନୋଲ୍, ଆସେଟିକ୍ ଏସିଡ୍, ଭିନାଇଲ୍ ଆସେଟେଟ୍ ମୋନୋମର୍, ଇଥାଇଲିନଡାୟାମାଇନ୍, ମୋନୋଇଥାନୋଲାମାଇନ୍ ବା ଡାଏଥାନୋଲାମାଇନ୍, ପଲିଇଥାଇଲିନ୍, ପଲିପ୍ରୋପିଲିନ୍ , ପଲିଷ୍ଟାଇରିନ୍, ପଲିଭିନାଇଲ୍ କ୍ଲୋରାଇଡ୍, ଆକ୍ରିଲୋନାଇଟ୍ରାଇଲ୍-ବ୍ୟୁଟାଡାଇନ୍-ଷ୍ଟାଇରିନ୍, ଷ୍ଟାଇରିନ୍-ଆକ୍ରିଲୋନାଇଟ୍ରାଇଲ୍, ପଲିଭିନାଇଲ୍ ଆସେଟେଟ୍, ପଲିଭିନାଇଲ୍ ଆଲକୋହଲ୍, ଏପୋକ୍ସି ରେସିନ୍, ପଲିୟୁରେଥେନସ୍, ପଲିକାର୍ବୋନେଟ୍ସ, ଆଲକାଇଡ୍ ରେସିନ୍, ଅନସାଚୁରେଟେଡ୍ ପଲିଷ୍ଟର ରେସିନ୍, ଟୋଲୁଇନ୍ ଡାୟୋ-ଆଇସୋସିୟାନେଟ୍, ପଲିଓଲ୍ସ ଏବଂ ଲିନିୟର୍ ଆଲକାଇଲବେଞ୍ଜିନ୍ସ ପ୍ରଭୃତି ଅନ୍ତର୍ଭୁକ୍ତ। ଦ୍ୱିତୀୟରେ, ମନ୍ତ୍ରଣାଳୟ ଅନ୍ୟ କେତେକ କଞ୍ଚାମାଲ ଉପରୁ ସୀମା ଶୁଳ୍କ ହଟାଇବା ପାଇଁ ରାଜସ୍ୱ ବିଭାଗ ସହିତ ଆଲୋଚନା କରିଛି। ସେ ମଧ୍ୟରେ କାପ୍ରୋଲାକ୍ଟମ୍, ନାଇଲନ୍ ଚିପ୍ସ, ରେୟନ ଗ୍ରେଡ୍ କାଠ ପଲ୍ପ, କପା ପ୍ରଭୃତି ଅନ୍ତର୍ଭୁକ୍ତ। କାଚ ସାମଗ୍ରୀ ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ଯେମିତି ସୋଡା ଆସ୍ (ସୋଡିୟମ୍ କାର୍ବୋନେଟ୍ ବୋରିକ୍ ଏସିଡ୍/ ବୋରନ୍ ଅକ୍ସାଇଡ୍ (HS 281000), ଆଲୁମିନା (HS 281820), ସେଲେନିୟମ୍ ଯୌଗିକ (HS 280490), ସେରିୟମ୍ ଅକ୍ସାଇଡ୍ (HS 284610), ଜିର୍କୋନିଆ ରିଫ୍ରାକ୍ଟୋରୀଜ୍ (HS 690390), ଫର୍ଣ୍ଣେସ୍ ବର୍ଣ୍ଣର୍/ ସିଷ୍ଟମ୍ (HS 841620, 841780), ପୋଟାସିୟମ୍ ନାଇଟ୍ରେଟ୍ (HS 283421), ପୋଟାସିୟମ୍ କାର୍ବୋନେଟ୍ (HS 283640), ଆର୍ସେନିକ୍ ଟ୍ରାଇଅକ୍ସାଇଡ୍ (HS 281129) ଏବଂ ବେରିୟମ୍ କାର୍ବୋନେଟ୍ (HS 283660) ପ୍ରଭୃତି ମଧ୍‍ୟ ଏଥିରେ ଅନ୍ତର୍ଭୁକ୍ତ ରହିଛି। ।ଆଣ୍ଟି-ଡମ୍ପିଂ ଶୁଳ୍କ ପ୍ରତ୍ୟାହାରକିଛି ଅନୁପ୍ରବାହ ଶିଳ୍ପାନୁଷ୍ଠାରର ସୂଚନା ଅନୁସାରେ, କଞ୍ଚାମାଲର ଅସ୍ଥିର ମୂଲ୍ୟ ଯୋଗୁଁ ଆଣ୍ଟି-ଡମ୍ପିଂ ଶୁଳ୍କ ସେମାନଙ୍କ ଉତ୍ପାଦନକୁ ପ୍ରଭାବିତ କରୁଛି। ନିମ୍ନଗାମୀ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି, ଏମଏସ୍‍ଏମ୍‍ଇ ଅଂଶଗ୍ରହଣ ଏବଂ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବା ଭଳି ବିଷୟଗୁଡ଼ିକର ଆଭ୍ୟନ୍ତରୀଣ ବିଶ୍ଳେଷଣ ପରେ, ବୟନ ମନ୍ତ୍ରଣାଳୟ ରାଜସ୍ୱ ବିଭାଗକୁ ଇଲାଷ୍ଟୋମେରିକ୍ ଫିଲାମେଣ୍ଟ ୟାର୍ନ (EFY) ଓ ଭିସକୋସ୍ ରେୟନ ଫିଲାମେଣ୍ଟ ୟାର୍ନ (VFY ଉପରୁ ଆଣ୍ଟି-ଡମ୍ପିଂ ଶୁଳ୍କ ହଟାଇବା କିମ୍ବା ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛି। ରାଜ୍ୟ ସରକାରଙ୍କ ଉତ୍ତମ ପ୍ରୟାସର ପ୍ରଚାର ଓ ପ୍ରସାରରାଜ୍ୟ ସରକାର ଏବଂ ଶିଳ୍ପ ସଂଘଗୁଡ଼ିକ ସହ ଅନୁଷ୍ଠିତ ବୈଠକରେ ରାଜ୍ୟଗୁଡ଼ିକ ଦ୍ୱାରା ଆପଣାଯାଇଥିବା କେତେକ ଶ୍ରେଷ୍ଠ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦିଆଯାଇଛି। ସେଗୁଡ଼ିକ ମଧ୍ୟରେ ସାମିଲ ଅଛି:ଏଲପିଜି ବିତରଣର ସମୀକ୍ଷା ପାଇଁ ଜିଲ୍ଲାପାଳ/ଡେପୁଟି କମିଶନରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କମିଟି।ଏମ୍ଏସ୍‍ଏମ୍‍ଇ ୟୁନିଟଗୁଡ଼ିକୁ ପାଇପ୍‌ ଭିତ୍ତିକ ପ୍ରାକୃତିକ ଗ୍ୟାସ ବ୍ୟବହାର ପାଇଁ ପ୍ରୋତ୍ସାହିତ କରିବା।ଶ୍ରମିକମାନଙ୍କ ପାଇଁ ଗୋଷ୍ଠୀ ରୋଷେଇ ଶାଳ ଖୋଲିବା।କୋଇଲା ବଦଳରେ କପା କାଠିରୁ ପ୍ରସ୍ତୁତ ବାୟୋମାସ ଭଳି ବିକଳ୍ପ ଜାଳେଣିର ବ୍ୟବହାର।ରପ୍ତାନି ରିହାତି ଯୋଜନାବୟନ କ୍ଷେତ୍ର ସମ୍ପର୍କିତ ରପ୍ତାନି ରିହାତି ଯୋଜନା ଉପରେ ସଂପୃକ୍ତ ପକ୍ଷମାନେ କିଛି ପରାମର୍ଶ ଦେଇଛନ୍ତି। ଏଥିରେ RODTEP ଏବଂ ROSCTL ଭଳି ଯୋଜନା ସାମିଲ ଅଛି।ଏହି ଯୋଜନାରେ ରିହାତି ହାର ବୃଦ୍ଧି ଏବଂ ଏହାର ପରିସର ସମ୍ପ୍ରସାରଣ ପାଇଁ ଦିଆଯାଇଥିବା ପରାମର୍ଶଗୁଡ଼ିକୁ ଉଚିତ କର୍ତ୍ତୃପକ୍ଷଙ୍କ ପାଖକୁ ପଠାଯାଇଛି।ବୈଦେଶିକ ବାଣିଜ୍ୟ ନୀତି ସମ୍ପର୍କିତ ପ୍ରସ୍ତାବପଶ୍ଚିମ ଏସିଆ ସଙ୍କଟ ସମୟରେ ରପ୍ତାନିକାରୀଙ୍କୁ ସୁବିଧା ଯୋଗାଇବା ପାଇଁ ସୁଧ ରିହାତି, ଇପିସିଜି ଯୋଜନା ଏବଂ ଆଗୁଆ ଅନୁମତି ସମ୍ପର୍କିତ ପରାମର୍ଶଗୁଡ଼ିକୁ ବିଚାର କରି ଡିଜିଏଫଟି କାର୍ଯ୍ୟାଳୟକୁ ପଠାଯାଇଛି।ଶକ୍ତି ଯୋଗାଣ ଏବଂ ଜାଳେଣି ଉପଲବ୍ଧତାପଶ୍ଚିମ ଏସିଆର ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ ଉତ୍ପାଦ ଏବଂ ଏଲପିଜିର ନିରନ୍ତର ଉପଲବ୍ଧତା ନିଶ୍ଚିତ କରିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଦ୍ୟତମ ସୂଚନା ପ୍ରଦାନ କରିଛନ୍ତି। ଏଥିରେ ନିମ୍ନଲିଖିତ ବିଷୟଗୁଡ଼ିକ ଉଲ୍ଲେଖ କରାଯାଇଛି:ସର୍ବସାଧାରଣ ପରାମର୍ଶ ଏବଂ ନାଗରିକ ସଚେତନତାସରକାର ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଉପଲବ୍ଧି ନିଶ୍ଚିତ କରିବାକୁ ସମସ୍ତ ପ୍ରକାର ପ୍ରୟାସ କରୁଥିବାରୁ ନାଗରିକମାନଙ୍କୁ ଆତଙ୍କିତ ହୋଇ ଏଗୁଡ଼ିକ କିଣାକିଣି ନକରିବାକୁ ପରାମର୍ଶ ଦିଆଯାଇଛି।ଗୁଜବ ପ୍ରତି ସତର୍କ ରୁହନ୍ତୁ ଏବଂ ସଠିକ୍ ସୂଚନା ପାଇଁ କେବଳ ସରକାରୀ ସୂତ୍ର ଉପରେ ଭରସା କରିବାକୁ କୁହାଯାଇଛି।ଏଲପିଜି ଗ୍ରାହକମାନଙ୍କୁ ଡିଜିଟାଲ ବୁକିଂ ପ୍ଲାଟଫର୍ମ ବ୍ୟବହାର କରିବାକୁ ଏବଂ ବିତରକଙ୍କ ପାଖକୁ ନଯିବାକୁ ଅନୁରୋଧ କରାଯାଇଛି।ନାଗରିକମାନଙ୍କୁ ପିଏନଜି ଏବଂ ବୈଦ୍ୟୁତିକ କିମ୍ବା ଇଣ୍ଡକସନ୍ ଚୁଲା ଭଳି ବିକଳ୍ପ ଜାଳେଣି ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯାଉଛି।ବର୍ତ୍ତମାନର ପରିସ୍ଥିତିରେ ସମସ୍ତ ନାଗରିକଙ୍କୁ ସେମାନଙ୍କର ଦୈନନ୍ଦିନ ବ୍ୟବହାରରେ ଶକ୍ତି ସଂରକ୍ଷଣ ପାଇଁ ଆବଶ୍ୟକୀୟ ପ୍ରୟାସ କରିବାକୁ ଅନୁରୋଧ କରାଯାଇଛି।ସରକାରୀ ପ୍ରସ୍ତୁତି ଏବଂ ଯୋଗାଣ ପରିଚାଳନା ପଦକ୍ଷେପଚାଲିଥିବା ଭୂ-ରାଜନୈତିକ ପରିସ୍ଥିତି ସତ୍ତ୍ୱେ ସରକାର ଘରୋଇ ଏଲପିଜି, ଘରୋଇ ପିଏନଜି ଏବଂ ସିଏନଜି-ପରିବହନ ପାଇଁ ୧୦୦% ଯୋଗାଣ ନିଶ୍ଚିତ କରିଛନ୍ତି।ବ୍ୟବସାୟିକ ଏଲପିଜି ପାଇଁ ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି। ଏହା ବ୍ୟତୀତ ଫାର୍ମା, ଇସ୍ପାତ, ଅଟୋମୋବାଇଲ୍, ବିହନ, କୃଷି ଇତ୍ୟାଦି କ୍ଷେତ୍ରକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ଏହା ସହିତ, ମାର୍ଚ୍ଚ ୨ ଏବଂ ୩, ୨୦୨୬ ର ହାରାହାରି ଦୈନିକ ଯୋଗାଣ ଆଧାରରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ୫ କେଜି ଏଫଟିଏଲ୍ ସିଲିଣ୍ଡର ଯୋଗାଣକୁ ମଧ୍ୟ ଦ୍ୱିଗୁଣିତ କରାଯାଇଛି।ସରକାର ଯୋଗାଣ ଏବଂ ଚାହିଦା ଉଭୟ ପକ୍ଷରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି, ଯେଉଁଥିରେ ରିଫାଇନାରୀ ଉତ୍ପାଦନ ବୃଦ୍ଧି, ସହରାଞ୍ଚଳରେ ବୁକିଂ ବ୍ୟବଧାନ ୨୧ ରୁ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ଏବଂ ଯୋଗାଣ ପାଇଁ ବିଭିନ୍ନ କ୍ଷେତ୍ରକୁ ପ୍ରାଥମିକତା ଦେବା ସାମିଲ ଅଛି।ଏଲପିଜି ଚାହିଦା ଉପରେ ଚାପ କମାଇବା ପାଇଁ କିରୋସିନ ଏବଂ କୋଇଲା ଭଳି ବିକଳ୍ପ ଜାଳେଣି ଉପଲବ୍ଧ କରାଯାଇଛି।କୋଇଲା ମନ୍ତ୍ରଣାଳୟ କୋଲ୍ ଇଣ୍ଡିଆ ଏବଂ ସିଙ୍ଗାରେନି କୋଲିଅରିଜ୍‌କୁ କ୍ଷୁଦ୍ର ଓ ମଧ୍ୟମ ଗ୍ରାହକମାନଙ୍କ ମଧ୍ୟରେ ବିତରଣ ପାଇଁ ରାଜ୍ୟଗୁଡ଼ିକୁ ଅତିରିକ୍ତ କୋଇଲା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।ଘରୋଇ ଏବଂ ବ୍ୟବସାୟିକ ଗ୍ରାହକଙ୍କ ପାଇଁ ନୂତନ ପିଏନଜି ସଂଯୋଗ ସୁବିଧା ଯୋଗାଇ ଦେବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସହ ସମନ୍ୱିତ ପ୍ରୟାସଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ, ୧୯୫୫ ଏବଂ ଏଲପିଜି ନିୟନ୍ତ୍ରଣ ଆଦେଶ, ୨୦୦୦ ଅଧୀନରେ ଯୋଗାଣର ଅନୁଧ୍ୟାନ କରିବା ଏବଂ ମହଜୁଦକାରୀ ଓ କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି।ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସ୍ଥିତିର ଅନୁଧ୍ୟାନ ଓ ନିୟନ୍ତ୍ରଣ କରିବାରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମୁଖ୍ୟ ଭୂମିକା ରହିଛି। ଭାରତ ସରକାର ବିଭିନ୍ନ ପତ୍ର ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଏହା ପୁନର୍ବାର ସୂଚାଇ ଦେଇଛନ୍ତି।ଭାରତ ସରକାର ୨୭.୦୩.୨୦୨୬ ଏବଂ ୦୨.୦୪.୨୦୨୬ ତାରିଖର ପତ୍ର ମାଧ୍ୟମରେ ଜାଳେଣିର ପର୍ଯ୍ୟାପ୍ତ ଉପଲବ୍ଧତା ସମ୍ପର୍କରେ ନାଗରିକମାନଙ୍କୁ ଆଶ୍ୱାସନା ଦେବା ପାଇଁ ସକ୍ରିୟ ଜନସମ୍ପର୍କ ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ନିୟମିତ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ, ୦୨.୦୪.୨୦୨୬ ( ମନ୍ତ୍ରଣାଳୟ ସଚିବଙ୍କ ଅଧ୍ୟକ୍ଷତାରେ) ଏବଂ ୦୬.୦୪.୨୦୨୬ (MoPNG ସଚିବ ଏବଂ ସୂଚନା ଓ ପ୍ରସାରଣ ତଥା ଉପଭୋକ୍ତା ବ୍ୟାପାର ସଚିବଙ୍କ ମିଳିତ ଅଧ୍ୟକ୍ଷତାରେ) ଦୁଇଟି ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥିଲା:ଦୈନିକ ପ୍ରେସ ବ୍ରିଫିଂ ଏବଂ ନିୟମିତ ସର୍ବସାଧାରଣ ପରାମର୍ଶାବଳୀ ଜାରି କରିବା।ସୋସିଆଲ ମିଡିଆରେ ମିଥ୍ୟା ଖବର / ବିଭ୍ରାନ୍ତିକର ସୂଚନାର ସକ୍ରିୟ ଅନୁଧ୍ୟାନ ଏବଂ ଏହାର ପ୍ରତିକାର କରିବା।ଜିଲ୍ଲା ପ୍ରଶାସନ ଦ୍ୱାରା ଦୈନିକ ପ୍ରବର୍ତ୍ତନ ଅଭିଯାନକୁ ଜୋରଦାର କରିବା ଏବଂ ତୈଳ ବିପଣନ କମ୍ପାନୀ ମାନଙ୍କ ସହ ସମନ୍ୱୟ ରକ୍ଷା କରି ଚଢ଼ାଉ ଓ ଯାଞ୍ଚ ଜାରି ରଖିବା।ନିଜ ନିଜ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ବ୍ୟବସାୟିକ ଏଲପିଜି ଆବଣ୍ଟନ ନିର୍ଦ୍ଦେଶ ଜାରି କରିବା।ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ଆବଣ୍ଟିତ ଅତିରିକ୍ତ କିରୋସିନ ର ଆବଣ୍ଟନ ନିର୍ଦ୍ଦେଶ ଜାରି କରିବା।ପିଏନଜି ବ୍ୟବହାର ଏବଂ ବିକଳ୍ପ ଜାଳେଣିକୁ ପ୍ରୋତ୍ସାହିତ କରିବା।ଏଲପିଜି ଯୋଗାଣ, ବିଶେଷ କରି ଘରୋଇ ଆବଶ୍ୟକତାକୁ ପ୍ରାଥମିକତା ଦେବା ଏବଂ ଯୋଗାଣ ସ୍ଥିରତା ନିଶ୍ଚିତ କରିବାକୁ ୫ କେଜି ଏଫଟିଏଲ୍ (ସିଲିଣ୍ଡରର ଲକ୍ଷ୍ୟଭିତ୍ତିକ ବିତରଣ ବ୍ୟବସ୍ଥା ଆପଣାଇବା।ମହଜୁଦକାରୀ ଏବଂ କଳାବଜାରୀ ରୋକିବା ପାଇଁ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କଣ୍ଟ୍ରୋଲ ରୁମ୍ ଏବଂ ଜିଲ୍ଲା ଅନୁଧ୍ୟାନ କମିଟି ଗଠନ କରାଯାଇଛି। ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ ନିୟମିତ ପ୍ରେସ ବ୍ରିଫିଂ କରାଯାଉଛି।କାର୍ଯ୍ୟାନୁଷ୍ଠାନ ଓ ଅନୁଧ୍ୟାନ ଏଲପିଜିର ମହଜୁଦକାରୀ ଏବଂ କଳାବଜାରୀ ରୋକିବା ପାଇଁ ଦେଶସାରା ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଗତକାଲି ଦେଶସାରା ୨୮୦୦ ରୁ ଅଧିକ ଚଢ଼ାଉ କରାଯାଇଥିଲା।ମାର୍ଚ୍ଚ ୨୦୨୬ ପରଠାରୁ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ଏକାଧିକ ଚଢ଼ାଉରେ ୬୭,୦୦୦ ରୁ ଅଧିକ ସିଲିଣ୍ଡର ଜବତ କରାଯାଇଛି। ଏହାବ୍ୟତୀତ ୧୧୬୦ ରୁ ଅଧିକ ଏଫଆଇଆର୍ ରୁଜୁ କରାଯାଇଛି ଏବଂ ୨୭୧ ଜଣଙ୍କୁ ଗିରଫ କରାଯାଇଛି।ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ ଆକସ୍ମିକ ପରିଦର୍ଶନକୁ କଡ଼ାକଡ଼ି ଓ ଅବ୍ୟାହତ ରଖିଛନ୍ତି ଏବଂ ଗତକାଲି ସୁଦ୍ଧା ୩୧୬ ଟି ଏଲପିଜି ବିତରକ କେନ୍ଦ୍ର ଉପରେ ଜରିମାନା ଲଗାଯାଇଥିବା ବେଳେ ୭୨ ଟି ଏଲପିଜି ବିତରକ କେନ୍ଦ୍ରକୁ ନିଲମ୍ବିତ କରାଯାଇଛି।ଗତକାଲି ୪୬ ଜଣ ଏଲପିଜି ବିତରକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା, ୬ ଟି ବିତରକ କେନ୍ଦ୍ର ଉପରେ ଜରିମାନା ଲଗାଯାଇଥିଲା ଏବଂ ୧ ଜଣ ବିତରକଙ୍କୁ ନିଲମ୍ବନ କରାଯାଇଥିଲା।ଏଲପିଜି ଯୋଗାଣ ସ୍ଥିତିଘରୋଇ ଏଲପିଜି ଯୋଗାଣ ସ୍ୱାଭାବିକ ଅଛି ଏବଂ ଅନଲାଇନ୍ ବୁକିଂ ୯୯% କୁ ବୃଦ୍ଧି ପାଇଛି।ଚୋରା ଚାଲାଣ ରୋକିବା ପାଇଁ ଡିଏସି ଆଧାରିତ ବିତରଣ ୯୩% କୁ ବୃଦ୍ଧି ପାଇଛି।ବ୍ୟବସାୟିକ ଏଲପିଜି: ବ୍ୟବସାୟିକ ଏଲପିଜି ଯୋଗାଣକୁ ସଙ୍କଟ ପୂର୍ବ ସ୍ତରର ୭୦% କୁ ବୃଦ୍ଧି କରାଯାଇଛି। ୧ ଏପ୍ରିଲ ପରଠାରୁ ପ୍ରାୟ ୨୦.୩୨ ଲକ୍ଷ – ୫ କେଜି ସିଲିଣ୍ଡର ବିକ୍ରି ହୋଇଛି।ଅଟୋ ଏଲପିଜି ବିକ୍ରି କ୍ଷେତ୍ରରେ ପ୍ରାୟ ୧୦୦% ବୃଦ୍ଧି ଘଟିଛି, ଯାହା ବର୍ତ୍ତମାନ ଦୈନିକ ହାରାହାରି ୩୫୩ ମେଟ୍ରିକ୍ ଟନରେ ପହଞ୍ଚିଛି।ବ୍ୟବସାୟିକ ଏଲପିଜି ଯୋଗାଣ ଏବଂ ଆବଣ୍ଟନ ପଦକ୍ଷେପ:ମୋଟ ବ୍ୟବସାୟିକ ଏଲପିଜି ଆବଣ୍ଟନକୁ ସଙ୍କଟ ପୂର୍ବ ସ୍ତରର ପ୍ରାୟ ୭୦% କୁ ବୃଦ୍ଧି କରାଯାଇଛି, ଯେଉଁଥିରେ ୧୦% ସଂସ୍କାର-ଭିତ୍ତିକ ଆବଣ୍ଟନ ସାମିଲ ଅଛି।ଭାରତ ସରକାର ୦୬.୦୪.୨୦୨୬ ତାରିଖର ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ, ପ୍ରବାସୀ ଶ୍ରମିକମାନଙ୍କୁ ବିତରଣ ପାଇଁ ପ୍ରତ୍ୟେକ ରାଜ୍ୟରେ ଉପଲବ୍ଧ ୫ କେଜି ଏଫଟିଏଲ୍ ସିଲିଣ୍ଡରର ଦୈନିକ ପରିମାଣକୁ ଦ୍ୱିଗୁଣିତ କରାଯାଉଛି। ଏହା ୨୧.୦୩.୨୦୨୬ ପତ୍ରରେ ଉଲ୍ଲେଖ କରାଯାଇଥିବା ୨୦% ସୀମାଠାରୁ ଅଧିକ ଏବଂ ମାର୍ଚ୍ଚ ୨-୩ ତାରିଖ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କୁ ହୋଇଥିବା ହାରାହାରି ଦୈନିକ ଯୋଗାଣ ଉପରେ ଆଧାରିତ। ଏହି ୫ କେଜି ଏଫଟିଏଲ୍ ସିଲିଣ୍ଡରଗୁଡ଼ିକ ତୈଳ ବିପଣନ କମ୍ପାନୀମାନଙ୍କ ସହାୟତାରେ କେବଳ ପ୍ରବାସୀ ଶ୍ରମିକମାନଙ୍କୁ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଅଧୀନରେ ରହିବ।ଫେବୃଆରୀ-୨୬ ମାସରେ ମୋଟ ୨୧.୭ ଲକ୍ଷ ୫ କେଜି ଏଫଟିଏଲ୍ ସିଲିଣ୍ଡର ବିକ୍ରି ହୋଇଥିଲା। ତଥାପି, ୧ ଏପ୍ରିଲ ୨୦୨୬ ପରଠାରୁ ପ୍ରାୟ ୨୦.୩୨ ଲକ୍ଷ ୫ କେଜି ଏଫଟିଏଲ୍ ସିଲିଣ୍ଡର ବିକ୍ରି ହୋଇସାରିଛି।ଗତକାଲି ସାରା ଦେଶରେ ୮୨,୦୦୦ ରୁ ଅଧିକ ୫ କେଜି ଏଫଟିଏଲ୍ ସିଲିଣ୍ଡର ବିକ୍ରି ହୋଇଛି।୩ ଏପ୍ରିଲ ୨୦୨୬ ପରଠାରୁ, ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ୫ କେଜି ଏଫଟିଏଲ୍ ସିଲିଣ୍ଡର ପାଇଁ ୯୩୫୦ ରୁ ଅଧିକ ସଚେତନତା ଶିବିର ଆୟୋଜନ କରିଛନ୍ତି, ଯେଉଁଠାରେ ୧,୫୩,୦୦୦ ରୁ ଅଧିକ ସିଲିଣ୍ଡର ବିକ୍ରି ହୋଇଛି।ଗତକାଲି ୨୨୦ ରୁ ଅଧିକ ଶିବିର ମାଧ୍ୟମରେ ୫୪୩୬ ଟି ୫ କେଜି ଏଫଟିଏଲ୍ ସିଲିଣ୍ଡର ବିକ୍ରି ହୋଇଥିଲା।ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟବସାୟିକ ଏଲପିଜି ବିତରଣର ଯୋଜନା କରିବା ପାଇଁ ଆଇଓସିଏଲ୍‍, ଏଚପିସିଏଲ୍‍ ଓ ବିପିସିଏଲ୍‍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନଙ୍କୁ ନେଇ ଗଠିତ ଏକ ତିନି ଜଣିଆ କମିଟି ରାଜ୍ୟ କର୍ତ୍ତୃପକ୍ଷ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରକ୍ଷା କରୁଛନ୍ତି।ଏପ୍ରିଲ-୨୬ ମାସରେ (୨୭.୦୪.୨୬ ସୁଦ୍ଧା), ମୋଟ ୧,୭୫,୨୦୫ ମେଟ୍ରିକ୍ ଟନ୍ (ଯାହା ୯୨.୨୧ ଲକ୍ଷରୁ ଅଧିକ ୧୯ କେଜି ଏଲପିଜି ସିଲିଣ୍ଡର ସହ ସମାନ) ବ୍ୟବସାୟିକ ଏଲପିଜି ବିକ୍ରି ହୋଇଛି।୨୭.୦୪.୨୦୨୬ ରେ ୯୫୭୮ ମେଟ୍ରିକ୍ ଟନ୍ ବ୍ୟବସାୟିକ ଏଲପିଜି (ଯାହା ୫.୦୪ ଲକ୍ଷରୁ ଅଧିକ ୧୯ କେଜି ସିଲିଣ୍ଡର ସହ ସମାନ) ବିକ୍ରି ହୋଇଥିଲା।ଫେବୃଆରୀ-୨୬ ରେ ହୋଇଥିବା ପ୍ରାୟ ୫୦୦୦ ମେଟ୍ରିକ୍ ଟନ୍ ବିକ୍ରି ତୁଳନାରେ ଏପ୍ରିଲ-୨୬ ମାସରେ (୨୭.୦୪.୨୦୨୬ ସୁଦ୍ଧା) ଅଟୋ ଏଲପିଜି ବିକ୍ରି ୯୫୦୦ ମେଟ୍ରିକ୍ ଟନ୍‌ରୁ ଅଧିକ ହୋଇଛି।ଜାନୁଆରୀ ଏବଂ ଫେବୃଆରୀ ମାସର ଦୈନିକ ହାରାହାରି ପ୍ରାୟ ୧୭୭ ମେଟ୍ରିକ୍ ଟନ୍ ତୁଳନାରେ ଏପ୍ରିଲ-୨୬ ମାସରେ ସରକାରୀ ତୈଳ ବିପଣନକାରୀମାନଙ୍କର ହାରାହାରି ଅଟୋ ଏଲପିଜି ବିକ୍ରି ଦୈନିକ ପ୍ରାୟ ୩୫୩ ମେଟ୍ରିକ୍ ଟନ୍ ରହିଛି। ଏହା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକର ଅଟୋ ଏଲପିଜି ବିକ୍ରିରେ ପ୍ରାୟ ୧୦୦% ବୃଦ୍ଧିକୁ ସୂଚାଉଛି।ପ୍ରାକୃତିକ ଗ୍ୟାସ ଯୋଗାଣ ଏବଂ ପିଏନ୍‍ଜି ସମ୍ପ୍ରସାରଣ ପାଇଁ ପଦକ୍ଷେପଘରୋଇ ପିଏନଜି ଏବଂ ସିଏନଜି-ପରିବହନ କୁ ୧୦୦% ଯୋଗାଣ ସହିତ ଗ୍ରାହକମାନଙ୍କୁ ପ୍ରାଥମିକତା ଦିଆଯାଇଛି।ସାର କାରଖାନାଗୁଡ଼ିକ ପାଇଁ ସାମଗ୍ରିକ ଗ୍ୟାସ ଆବଣ୍ଟନକୁ ସେମାନଙ୍କ ୬ ମାସର ହାରାହାରି ବ୍ୟବହାରର ପ୍ରାୟ ୯୫% କୁ ବୃଦ୍ଧି କରାଯାଇଛି।ଏହା ବ୍ୟତୀତ, ସିଜିଡି ନେଟୱାର୍କ ମାଧ୍ୟମରେ ଯୋଗାଣ ସମେତ ଅନ୍ୟାନ୍ୟ ଶିଳ୍ପ ଏବଂ ବ୍ୟବସାୟିକ କ୍ଷେତ୍ରକୁ ଗ୍ୟାସ ଯୋଗାଣ ୮୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ବ୍ୟବସାୟିକ ଏଲପିଜିର ଉପଲବ୍ଧତା ସମ୍ପର୍କିତ ଚିନ୍ତା ଦୂର କରିବା ପାଇଁ ସିଜିଡି ସଂସ୍ଥାଗୁଡ଼ିକୁ ସେମାନଙ୍କର ସମସ୍ତ ଭୌଗୋଳିକ ଅଞ୍ଚଳରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ୟାଣ୍ଟିନ ଭଳି ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ପିଏନଜି ସଂଯୋଗ ଦେବାକୁ ପରାମର୍ଶ ଦିଆଯାଇଛି।ଆଇଜିଏଲ୍‍, ଏମଜିଏଲ, ଗେଲ ଏବଂ ବିପିସିଏଲ୍‍ ସମେତ ସିଜିଡି କମ୍ପାନୀଗୁଡ଼ିକ ଘରୋଇ ଏବଂ ବ୍ୟବସାୟିକ ପିଏନଜି ସଂଯୋଗ ପାଇଁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି।ସିଜିଡି ନେଟୱାର୍କ ସମ୍ପ୍ରସାରଣ ପାଇଁ ଆବଶ୍ୟକ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ଅନୁରୋଧ କରାଯାଇଛି।ଭାରତ ସରକାର ୧୮.୦୩.୨୦୨୬ ତାରିଖର ପତ୍ର ମାଧ୍ୟମରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ଅତିରିକ୍ତ ୧୦% ବ୍ୟବସାୟିକ ଏଲପିଜି ଆବଣ୍ଟନର ପ୍ରସ୍ତାବ ଦେଇଛନ୍ତି, ଯଦି ସେମାନେ ଏଲପିଜିରୁ ପିଏନଜିକୁ ଦୀର୍ଘକାଳୀନ ପରିବର୍ତ୍ତନ କ୍ଷେତ୍ରରେ ସାହାଯ୍ୟ କରିପାରିବେ।ପିଏନଜି ସମ୍ପ୍ରସାରଣ ସଂସ୍କାର ସହ ଜଡ଼ିତ ୨୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଅତିରିକ୍ତ ବ୍ୟବସାୟିକ ଏଲପିଜି ଆବଣ୍ଟନ ପାଉଛନ୍ତି।ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୨୪.୦୩.୨୦୨୬ ତାରିଖର ପତ୍ର ଜରିଆରେ ସିଜିଡି ଭିତ୍ତିଭୂମି ସମ୍ପର୍କିତ ଆବେଦନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ପାଇଁ ୩ ମାସ ପାଇଁ ସ୍ୱତନ୍ତ୍ର ଭାବେ ଏକ ‘ହ୍ରାସ ହୋଇଥିବା ସମୟସୀମା ସହ ସିଜିଡି ଭିତ୍ତିଭୂମି ପାଇଁ ତ୍ୱରାନ୍ୱିତ ଅନୁମୋଦନ ଢାଞ୍ଚା’ ଆପଣାଇଛନ୍ତି।ଭାରତ ସରକାର ୨୪.୦୩.୨୦୨୬ ତାରିଖର ଗେଜେଟ୍ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ, ୧୯୫୫ ଅଧୀନରେ ‘ପ୍ରାକୃତିକ ଗ୍ୟାସ ଏବଂ ପେଟ୍ରୋଲିୟମ ଉତ୍ପାଦ ବିତରଣ (ପାଇପଲାଇନ ଏବଂ ଅନ୍ୟାନ୍ୟ ସୁବିଧା ସ୍ଥାପନ, ନିର୍ମାଣ, ପରିଚାଳନା ଏବଂ ସମ୍ପ୍ରସାରଣ ମାଧ୍ୟମରେ) ଆଦେଶ, ୨୦୨୬’ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଆଦେଶ ଦେଶସାରା ପାଇପଲାଇନ ସ୍ଥାପନ ଏବଂ ସମ୍ପ୍ରସାରଣ ପାଇଁ ଏକ ସରଳୀକୃତ ଏବଂ ସମୟବଦ୍ଧ ଢାଞ୍ଚା ପ୍ରଦାନ କରେ, ଯାହା ଅନୁମୋଦନରେ ବିଳମ୍ବ ଏବଂ ଜମି ଅଧିଗ୍ରହଣ ସମସ୍ୟାର ସମାଧାନ କରେ ଏବଂ ଆବାସିକ ଅଞ୍ଚଳ ସମେତ ଅନ୍ୟାନ୍ୟ ସ୍ଥାନରେ ପ୍ରାକୃତିକ ଗ୍ୟାସ ଭିତ୍ତିଭୂମିର ଦ୍ରୁତ ବିକାଶରେ ସହାୟକ ହୁଏ। ଏହା ପିଏନଜି ନେଟୱାର୍କର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ, ‘ଲାଷ୍ଟ-ମାଇଲ୍’ ସଂଯୋଗକୁ ବୃଦ୍ଧି କରିବ ଏବଂ ସ୍ୱଚ୍ଛ ଜାଳେଣିକୁ ପରିବର୍ତ୍ତନ କରିବାରେ ସହାୟକ ହେବ, ଯାହାଦ୍ୱାରା ଶକ୍ତି ସୁରକ୍ଷା ମଜବୁତ ହେବ ଏବଂ ଭାରତର ଗ୍ୟାସ-ଭିତ୍ତିକ ଅର୍ଥନୀତି ଆଗକୁ ବଢ଼ିବ।PNGRB ସିଜିଡି ସଂସ୍ଥାଗୁଡ଼ିକୁ ଘରୋଇ ପିଏନଜି ସଂଯୋଗ ପ୍ରକ୍ରିୟା ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ସହିତ, ପିଏନଜି ସମ୍ପ୍ରସାରଣର ଗତି ବଜାୟ ରଖିବା ପାଇଁ ‘ନ୍ୟାସନାଲ ପିଏନଜି ଡ୍ରାଇଭ୍ ୨.୦’ କୁ ୩୦.୦୬.୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ଏକ ସ୍ୱଚ୍ଛ, ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭରଶୀଳ ଶକ୍ତି ଭବିଷ୍ୟତକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ଏକ ମଡେଲ ଚିଠା ‘ରାଜ୍ୟ ସିବିଜି ନୀତି’ ପ୍ରସ୍ତୁତ କରିଛନ୍ତି। ଏହି ମଡେଲ ନୀତି ଏକ ବ୍ୟାପକ ତଥା ନମନୀୟ ମାର୍ଗଦର୍ଶିକା ଭାବେ କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ, ଯାହାଦ୍ୱାରା ରାଜ୍ୟଗୁଡ଼ିକ ସିବିଜି ବିକାଶ ପାଇଁ ନିଜର ନିବେଶକ-ଅନୁକୂଳ ଏବଂ କାର୍ଯ୍ୟକାରୀ-ଆଧାରିତ ପରିବେଶ ସୃଷ୍ଟି କରିପାରିବେ। ଯେଉଁ ରାଜ୍ୟଗୁଡ଼ିକ ଏହାକୁ ଗ୍ରହଣ କରିବେ, ସେମାନଙ୍କୁ ବ୍ୟବସାୟିକ ଏଲପିଜିର ପରବର୍ତ୍ତୀ ଅତିରିକ୍ତ ଆବଣ୍ଟନରେ ପ୍ରାଥମିକତା ଦିଆଯିବ।ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ୦୭.୦୪.୨୦୨୬ ତାରିଖର ଆଦେଶ ଅନୁଯାୟୀ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛି ଯେ ସେ ସିଜିଡି ନେଟୱାର୍କ/ଭିତ୍ତିଭୂମି ସ୍ଥାପନ କିମ୍ବା ପରିଚାଳନା ପାଇଁ ୧୫ ଦିନ ମଧ୍ୟରେ ଅନୁମତି ପ୍ରଦାନ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଗୁଡ଼ିକୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରନ୍ତୁ।ମାର୍ଚ୍ଚ ୨୦୨୬ ପରଠାରୁ, ପ୍ରାୟ ୫.୬୦ ଲକ୍ଷ ପିଏନଜି ସଂଯୋଗ କାର୍ଯ୍ୟକ୍ଷମ ହୋଇଛି ଏବଂ ଅତିରିକ୍ତ ୨.୬୪ ଲକ୍ଷ ସଂଯୋଗ ପାଇଁ ଭିତ୍ତିଭୂମି ସୃଷ୍ଟି କରାଯାଇଛି, ଯାହାଫଳରେ ସମୁଦାୟ ସଂଯୋଗ ସଂଖ୍ୟା ୮.୨୪ ଲକ୍ଷରେ ପହଞ୍ଚିଛି। ଏହା ବ୍ୟତୀତ, ପ୍ରାୟ ୬.୨୯ ଲକ୍ଷ ଗ୍ରାହକ ନୂତନ ସଂଯୋଗ ପାଇଁ ପଞ୍ଜୀକୃତ ହୋଇଛନ୍ତି।୨୭.୦୪.୨୦୨୬ ସୁଦ୍ଧା, ୪୨,୮୦୦ରୁ ଅଧିକ ପିଏନଜି ଗ୍ରାହକ ମାଇପିଜିଡିଡଟ ଇନ ୱେବସାଇଟ୍ ମାଧ୍ୟମରେ ସେମାନଙ୍କର ଏଲପିଜି ସଂଯୋଗ ସମର୍ପଣ କରିଛନ୍ତି।ଅଶୋଧିତ ତୈଳ ସ୍ଥିତି ଏବଂ ରିଫାଇନାରୀ କାର୍ଯ୍ୟସମସ୍ତ ରିଫାଇନାରୀଗୁଡ଼ିକ ପର୍ଯ୍ୟାପ୍ତ ଅଶୋଧିତ ତୈଳ ମହଜୁଦ ସହ ଉଚ୍ଚ କ୍ଷମତାରେ କାର୍ଯ୍ୟ କରୁଛନ୍ତି, ଏଥି ସହିତ ପେଟ୍ରୋଲ ଏବଂ ଡିଜେଲର ପର୍ଯ୍ୟାପ୍ତ ଭଣ୍ଡାର ବଜାୟ ରଖାଯାଇଛି।ଘରୋଇ ବ୍ୟବହାରକୁ ସହାୟତା କରିବା ପାଇଁ ରିଫାଇନାରୀଗୁଡ଼ିକରୁ ଘରୋଇ ଏଲପିଜି (LPG) ଉତ୍ପାଦନ ବୃଦ୍ଧି କରାଯାଇଛି।ଘରୋଇ ବଜାର ପାଇଁ ପେଟ୍ରୋକେମିକାଲ୍ ଫିଡ୍‌ଷ୍ଟକ୍ ଯୋଗାଣର ଉପଲବ୍ଧତା ନିଶ୍ଚିତ କରିବାକୁ ଏକ ଆନ୍ତଃ-ମନ୍ତ୍ରଣାଳୟ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଛି। ଏହାପରେ, ଭାରତ ସରକାର ୦୧.୦୪.୨୦୨୬ ତାରିଖର ନିର୍ଦ୍ଦେଶନାମା ଅନୁଯାୟୀ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ସମେତ ତୈଳ ବିଶୋଧନ କମ୍ପାନୀଗୁଡ଼ିକୁ ସେଣ୍ଟର୍ ଫର୍ ହାଇ ଟେକ୍ନୋଲୋଜି ଦ୍ୱାରା ନିର୍ଦ୍ଧାରିତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ପାଇଁ ନିର୍ଦ୍ଦିଷ୍ଟ ସର୍ବନିମ୍ନ ପରିମାଣର ସି୩ ଏବଂ ସି୪ ଷ୍ଟ୍ରିମ୍ ଉପଲବ୍ଧ କରାଇବାକୁ ଅନୁମତି ଦେଇଛନ୍ତି।ଫାର୍ମାସିଉଟିକାଲ୍ ବିଭାଗ, କେମିକାଲ୍ ଏବଂ ପେଟ୍ରୋ କେମିକାଲ୍ ବିଭାଗ, ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗରୁ ମିଳିଥିବା ଅନୁରୋଧ ଆଧାରରେ, ଫାର୍ମା ଏବଂ କେମିକାଲ୍ କ୍ଷେତ୍ରର କମ୍ପାନୀଗୁଡ଼ିକ ପାଇଁ ଏଲପିଜି ପୁଲ୍‌ରୁ ଦୈନିକ ୧୦୦୦ ମେଟ୍ରିକ୍ ଟନର ବ୍ୟବସ୍ଥା କରାଯାଇଛି।୯ ଏପ୍ରିଲ ୨୦୨୬ ପରଠାରୁ, ମୁମ୍ବାଇ, କୋଚି, ବିଶାଖାପାଟଣା, ଚେନ୍ନାଇ ଏବଂ ମଥୁରା ରିଫାଇନାରୀଗୁଡ଼ିକ ଦ୍ୱାରା କେମିକାଲ୍, ଫାର୍ମା ଏବଂ ପେଣ୍ଟ୍ ଶିଳ୍ପକୁ ୮୩୦୦ ମେଟ୍ରିକ୍ ଟନ୍‌ରୁ ଅଧିକ ପ୍ରୋପିଲିନ୍ ଏବଂ ୮୭୦ ମେଟ୍ରିକ୍ ଟନ୍‌ରୁ ଅଧିକ ବ୍ୟୁଟାଇଲ୍ ଆକ୍ରିଲେଟ୍ ବିକ୍ରି କରାଯାଇଛି।ଖୁଚୁରା ଜାଳେଣି ଉପଲବ୍ଧତା ଏବଂ ମୂଲ୍ୟଦେଶସାରା ସମସ୍ତ ପେଟ୍ରୋଲ ପମ୍ପ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି।ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଲିଟର ପିଛା ୧୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି।ଦେଶ ମଧ୍ୟରେ ଜାଳେଣିର ଉପଲବ୍ଧତା ନିଶ୍ଚିତ କରିବାକୁ ଡିଜେଲ ରପ୍ତାନି ଉପରେ ଲିଟର ପିଛା ୫୫.୫୦ ଟଙ୍କା ଏବଂ ଏଟି,ଫ୍‍ ଉପରେ ୪୨ ଟଙ୍କା ରପ୍ତାନି ଶୁଳ୍କ ବୃଦ୍ଧି କରାଯାଇଛି।ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।କିରୋସିନ ଉପଲବ୍ଧତା ଏବଂ ବିତରଣ ପଦକ୍ଷେପନିୟମିତ ଆବଣ୍ଟନ ବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ୪୮,୦୦୦ କିଲୋ ଲିଟର କିରୋସିନ ଯୋଗାଇ ଦିଆଯାଇଛି।୧୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ କିରୋସିନ ଆବଣ୍ଟନ ନିର୍ଦ୍ଦେଶନାମା ଜାରି କରିଥିବାବେଳେ ହିମାଚଳ ପ୍ରଦେଶ ଏବଂ ଲଦାଖ କୌଣସି ଆବଶ୍ୟକତା ନଥିବା ସୂଚନା ଦେଇଛନ୍ତି।ସାମୁଦ୍ରିକ ସୁରକ୍ଷା ଏବଂ ଜାହାଜ ଚଳାଚଳ କାର୍ଯ୍ୟବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପାରସ୍ୟ ଉପସାଗରରେ ପ୍ରଚଳିତ ସାମୁଦ୍ରିକ ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସେହି ଅଞ୍ଚଳରେ ଭାରତୀୟ ଜାହାଜ ଏବଂ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ବିବରଣୀ ଦିଆଯାଇଛି। ସେଥିରେ କୁହାଯାଇଛି ଯେ:ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ନାବିକମାନଙ୍କ କଲ୍ୟାଣ ଏବଂ ନିରନ୍ତର ସାମୁଦ୍ରିକ କାର୍ଯ୍ୟକଳାପ ନିଶ୍ଚିତ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ମିଶନ ଏବଂ ସାମୁଦ୍ରିକ ସଂପୃକ୍ତ ପକ୍ଷମାନଙ୍କ ସହ ସମନ୍ୱୟ ରକ୍ଷା କରୁଛି।ସେହି ଅଞ୍ଚଳରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ପତାକାଧାରୀ ଜାହାଜ ସହ ଜଡ଼ିତ କୌଣସି ଅଘଟଣ ରିପୋର୍ଟ କରାଯାଇ ନାହିଁ।ଡିଜି ସିପିଂ କଣ୍ଟ୍ରୋଲ ରୁମ୍ ଅପଡେଟ୍: କଣ୍ଟ୍ରୋଲ ରୁମ୍ ସକ୍ରିୟ ହେବା ପରଠାରୁ ୭,୯୨୦ଟି କଲ୍ ଏବଂ ୧୬,୮୩୮ରୁ ଅଧିକ ଇମେଲ୍‌ର ସମାଧାନ କରାଯାଇଛି।

Leave a Reply

Your email address will not be published. Required fields are marked *