ରମେନ୍ଦ୍ର ପ୍ରାଦଦ ହେଲେ କନ୍ଧମାଳ ଜିଲ୍ଲାର ନୂତନଏସପି ।
ଫୁଲବାଣୀତା୨୭/୦୫/୨୦୬ କନ୍ଧମାଳ ଜିଲ୍ଲା ନୂତନ ଏସପି ଭାବରେ ଦାୟିତ୍ଵ ନେବା ପରେ ଆଜି ପ୍ରଥମେ କନ୍ଧମାଳ ଜିଲ୍ଲା ଗଣମାଧ୍ୟମ ପ୍ରତିନିଧି ମାନଙ୍କସହ ଏକ ସୈଜନ ମୂଳକ ସାକ୍ଷାତ କରି ଜିଲ୍ଲାର ବିଭିନ୍ନ ସମସ୍ୟା ଯଥା- ଅସାମାଜିକ ବ୍ୟକ୍ତି ମାନଙ୍କୁ ସମାଜର ମୁଖ୍ୟ ସ୍ରତକୁ ଆଣିବ। ଜିଲ୍ଲାରେ ନିଶ। କାରବାର ବନ୍ଦ କରିବା, ସଡ଼କ ସୁରକ୍ଷା, ପସ୍କ ମାମଲା ଓ ପୋଲିସ ପେଟ୍ରଲିଂକୁ ଗୁରୁତର ଦେଇ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ବଧ ବୋଲି କହିଥିଲେ । ଏହି ପରିପ୍ରେଖିରେ ଜିଲ୍ଲାର ସମସ୍ତ ସୁବିଧା ଅସୁବିଧା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପଚାରି ବୁଝିଥିଲେ । କନ୍ଧମାଳରେ ମାଓବାଦୀ ସମସ୍ୟା, ଗଞ୍ଜେଇ ମାଫିଆଙ୍କ ଗଞ୍ଜେଇ ଚୋରା ଚାଲାଣ କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଲୋକଙ୍କ ସହଯୋଗ ନିହାତି ଜରୁରୀ ବୋଲି ନୂତନ ଜିଲ୍ଲା ଏସପି ଶ୍ରୀ ରମେନ୍ଦ୍ର ପ୍ରସାଦ କହିଥିଲେ ।
