ଉଦଳା ରେ ବିସ୍ଥାପିତ ମାନଙ୍କୁ ଥଇଥାନ ଓ ବେରୋଜଗାରୀ ମାନଙ୍କୁ ନିଯୁକ୍ତି ନେଇ ଭାରତୀୟ ଜାତୀୟ କଂଗ୍ରେସ ର ପ୍ରେସ ମିଟ l
ଉଦଳା ତା ୨୮/୫ ଭାରତୀୟ ଜାତୀୟ କଂଗ୍ରସ ମୟୁରଭଞ୍ଜ ଜିଲ୍ଲା ସଭାପତି (ପୂର୍ବ ) ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ ଙ୍କ ଆବାହନ କ୍ରମେ ଉଦଳା ରେ ଗତ କାଲି ଏକ ପ୍ରେସ ମିଟ କରାଯାଇଥିଲା l ଏହି ପ୍ରେସ ମିଟ ରେ ଜିଲ୍ଲା ଜାତୀୟ କଂଗ୍ରେସ ର ସାଧାରଣ ସମ୍ପାଦକ ନାରାୟଣ ପଟ୍ଟନାୟକ, ଉତ୍ତମ ବେହେରା, ଉଦଳା ବ୍ଲକ ସଭାପତି ସେକ କଳାମୁଦ୍ଦିନ ଙ୍କ ସହ ବହୁ କର୍ମୀ ତଥା ଜାତୀୟ କଂଗ୍ରେସ ର ନୀତି ଆଦର୍ଶ କୁ ଭଲ ପାଉଥିବା ବୁହୁତ ବ୍ୟକ୍ତି ସମୂହ ଯୋଗଦାନ କରିଥିଲେ l ପ୍ରେସ ମିଟ ରେ ବିଶେଷ କରି ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ବିସ୍ଥାପିତ ହୋଇଥିବା ଜନ ସାଧାରଣ ଙ୍କୁ ଥଇଥାନ କରିବା, ବେ ରୋଜଗାରି ମାନଙ୍କୁ କର୍ମ ସଂସ୍ଥାନ ଯୋଗାଇବା, ଉଦଳା କୁ ସରସ ସୁନ୍ଦର କରି ଗଢି ତୋଳିବା ଇତ୍ୟାଦି l

ଜିଲ୍ଲା ଜାତୀୟ କଂଗ୍ରେସ ସଭାପତି (ପୂର୍ବ ) ଶ୍ରୀ ବିଶ୍ୱାଳ ଦୁଃଖର ସହ କହିଲେ ଜେ କିଛିଦିନ ପୂର୍ବରୁ କପ୍ତିପଦା ଉପ ଖଣ୍ଡ ଉପ ଜିଲ୍ଲା ପାଳ ଙ୍କ ଅଭିଯୋଗ ପ୍ରକୋଷ୍ଟ ରେ ଆୟୋଜିତ ହୋଇଥିବା ଯୁଗ୍ମ ଜନ ଶୁଣାଣି ସମୟ ରେ ଲିଖିତ ଆକାର ରେ ଜିଲ୍ଲା ପାଳ ଙ୍କୁ ଉଦଳା ର ବହୁବିଧ ସମସ୍ୟା ସମ୍ପର୍କରେ ଅବଗତ କରା ଯାଇଥିଲା ମାତ୍ର ବର୍ତ୍ତମାନ ସୁଦ୍ଧା ଫଳ ଶୂନ l ବିସ୍ଥାପିତ ମାନଙ୍କୁ ଥଇଥାନ କରିବା ସହ ଆଗାମୀ ଦିନରେ ଉଦଳା ର ସର୍ବାଙ୍ଗୀନ ଉନ୍ନତି ଜାତୀୟ କଂଗ୍ରେସ ମୁଖ୍ୟ ଦାବି ବର୍ତମାନ ସରକାର ଙ୍କ ଠାରେ ରଖୁଅଛି l ଯଦି ଏହାର ବ୍ୟତିକ୍ରମ ହୁଏ ତେବେ ଜାତୀୟ କଂଗ୍ରେସ ଆଗାମୀ ଦିନରେ ଜନ ଆନ୍ଦୋଳନ କରିବା ସମ୍ଭାବନା କୁ ଏଡାଇ ଦିଆ ନା ଯାଇ ପାରେ l
