ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପୁରୀ ୧୧/୫ ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି କୃଷ୍ଣ ପ୍ରସାଦ ବ୍ଲକ ସମ୍ମିଳନୀ ଗୃହ ଠାରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୩୬ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ୨୮ ଗୋଟି ବ୍ୟକ୍ତିଗତ ଓ ୮ ଗୋଟି ଗ୍ରାମ ସମ୍ବନ୍ଧୀୟ ରହିଥିଲା।ତତକ୍ଷଣାତ ୨ ଗୋଟି ଅଭିଯୋଗ ର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା।

ଏହି ଶୁଣାଣୀ ରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ,କୃଷ୍ଣ ପ୍ରସାଦ ବିଡ଼ିଓ ଅମିୟ କୁମାର ପଣ୍ଡା, ତହସିଲଦାର ସହଦେବ ସାହୁ,ପୋଲିସ ଏସଡିପିଓ ମାନସ ରଞ୍ଜନ ବାରିକ ଓ ଅଭିଯୋଗ ଶୁଣାଣୀ ଅଧିକାରୀ ବିବେକାନନ୍ଦ ସାହୁ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ବ୍ରହ୍ମଗିରି ବ୍ଲକରେ ଚଳିତ ମାସ ୧୮ ତାରିଖରେ, ସତ୍ୟବାଦୀ ବ୍ଲକରେ ୨୫ ତାରିଖରେ ସକାଳ ୭ ଘଟିକା ରୁ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଅଭିଯୋଗ ଶୁଣାଣି ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *