ପୁରୀ ପୋଲିସର କାର୍ଯ୍ୟଦକ୍ଷତା କୁ ସର୍ବସାଧାରଣରେ ପ୍ରଶଂସା
ପୁରୀରେ ଚାଞ୍ଚଲ୍ୟ । ଉଦ୍ୱେଶ୍ୟମୂଳକ ଭାବେ ହତ୍ୟା କରି ଦୁର୍ଘଟଣାର ରୂପ ଦେଉଥିଲେ ଅଭିଯୁକ୍ତ। ଅଭିଯୁକ୍ତଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ପୁରୀ ସଦରଥାନା ପୋଭିସ୍। ଅଭିଯୁକ୍ତମାନେ ହେଉଛନ୍ତି ନୟାଗଡର ପିଣ୍ଟୁ ମାଝି ଏବଂ ପୁରୀର ଅକ୍ଷୟ ରାଉତ । ଗତ ୨ ତାରିଖ ରାତିରେ ଅନିଲ ରଞ୍ଜନ ପାଣିଙ୍କୁ ଖଡିପଦା ଠାରେ ହତ୍ୟାକରୀ ଫୋପାଡି ଦେଇଥିଲେ ଅଭିଯୁକ୍ତ। ଏହାପରେ ଅନିଲର ଭାଇ ସୁନୀଲ ରଞ୍ଜନ ପାଣି ସଦର ଥାନାରେ ଦୁର୍ଘଟଣାରେ ମୃତ୍ୟ ନେଇ ଅଭିଯୋଗ କରିଥିଲେ। ତଦନ୍ତ ସମୟରେ ଏହା ଦୁର୍ଘଟଣା ନୁହେଁ ହତ୍ୟାବୋଲି ପୋଲିସ୍ ଜାଣିବାକୁ ପାଇଥିଲା। ଏହା ପରେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ମାନଙ୍କୁ ପୋଲିସ୍ ଖୋଜୁଛି।
