ନିମାପଡ଼ାର ସଂସ୍କୃତି ପରମ୍ପରା ମହାନ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
ନିମାପଡ଼ା,୧୦/୫( ) ନିମାପଡ଼ା ଏ ନ ଏସି ଅନ୍ତର୍ଗତ ପାଟପୁର ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଦନ ମୋହନଙ୍କ ଭଉଁରୀ ଯାତ୍ରା ପାଳିତ ହୋଇଯାଇଛି ।ଏହି ଯାତ୍ରା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଅଷ୍ଟମୀ ତିଥି ଉତ୍କଳ ଭଉଁରୀ ଦିବସ ୨୧ ଦିନ ଧରି ଚାଲିଥାଏ । ଗ୍ରାମର କପିଳେଶ୍ୱର ଦେବ ମନ୍ଦିର ପୂଜକ ସୌମ୍ୟ ଦର୍ଶନ ପଣ୍ଡା ଓ ଦେବେନ୍ଦ୍ର ମହାପାତ୍ର ଠାକୁର ମଦନ ମୋହନ ଙ୍କୁ ଯଥା ରୀତିନୀତି ଅନୁଯାୟୀ ସୁ ସଜ୍ଜିତ ବିମାନରେ ଉପବିଷ୍ଟ କରାଇ ବାଜା ବାଣ ରୋଷଣି ଶୋଭା ଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ସମସ୍ତ ଶ୍ରଦ୍ଧାଳୁଙ୍କ ଘରେ ଭୋଗ ଲାଗି ହେବାପରେ ଚନ୍ଦନ ପୋଖରୀରେ ଥିବା ଦିପିଦେଉଳି ମନ୍ଦିର ଚତୃପର୍ଶୁଆରେ ୨୧ ଘେରା ପରିକ୍ରମାକରି ମନ୍ଦିରକୁ ଫେରି ଚନ୍ଦନ ଜଳରେ ସ୍ନାନ କରିଥାନ୍ତି ।

ଆଜିର ଏହି ଉତ୍ସବରେ ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏନ ଏସି ଉପାଧ୍ୟକ୍ଷ ସନ୍ତୋଷ ଦାଶ,ଚନ୍ଦନ କମିଟି ସଭାପତି ଉପେନ୍ଦ୍ର ପ୍ରଧାନ,ସମ୍ପାଦକ ଗଗନ ବିହାରୀ ଦାସ,କାଉନସିଲର କବିତା ପ୍ରଧାନ,ନିରଂଜନ ନାୟକ,ପୂର୍ବତନ କାଉନସିଲର ବ୍ରଜେନ୍ଦ୍ର ପ୍ରଧାନ,ସାଂସଦଙ୍କ ପ୍ରତିନିଧି ମୀନଲତା ମହାନ୍ତି,ସରପଂଚ ଦେବାଶିଷ ଆଚାର୍ଯ୍ୟ,ପଦ୍ମ ଚରଣ ମହାନ୍ତି, ରାଜ କିଶୋର ମିଶ୍ର, ବିଶ୍ବରଂଜନ ପଣ୍ଡା ,ସାଇ ପ୍ରିତମ ପଟ୍ଟନାୟକ ପ୍ରମୁଖ ଚାପ୍ ଖେଳ ନୌକା ବିହାରରେ ସାମିଲ ହୋଇଥିଲେ । ଏହି ଭଉଁରୀ ଯାତ୍ରା ଦେଖିବା ପାଇଁ ଚନ୍ଦନ ପୋଖରୀରେ ଚତୃପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍କଳା ରକ୍ଷା ପାଇଁ ଅତିରିକ୍ତ ଏସପି ସଚିନ ପଟେଲ, ଏସଡ଼ିପିଓ ଜନାର୍ଦ୍ଦନ ପାଢ଼ୀ,ଆଇଆଇସି ସମରେନ୍ଦ୍ର ପାଇକରାୟଙ୍କ ସମେତ ବହୁ ଆରକ୍ଷୀ ବାହିନୀ ଉପସ୍ଥିତଥିଲେ । ଏହି ଉତ୍ସବ ଯାତ୍ରା ଦୀର୍ଘ ୮୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଛି ।
