ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିଛି

ଚଳିତବର୍ଷ ରଥଯାତ୍ରା ପାଇଁ ତିନି ରଥ ନିର୍ମାଣର ଯଥେଷ୍ଟ ପୂର୍ବରୁ ସରିଛି ଅଖ ଚକ ଡେରା ନୀତି। ପ୍ରତିବର୍ଷ ଶୀତଳ ଷଷ୍ଠୀରେ ସମସ୍ତ ଚକ ଅଖ ଡେରା ହେଉଥୁବା ବେଳେ ଚଳିତବର୍ଷ ଆଗୁଆ ହୋଇଛି। ପରମ୍ପରା ଅନୁଯାଇ ଭଉଁରୀ ଯାତ୍ରା ଦିନ ତିନିରଥର ଗୋଟିଏ ଲେଖାଏଁ ଚକ ଅଖ ଡେରା କାର୍ଯ୍ୟ ସରିଥିବା ବେଳେ ଗତକାଲି ୧୮ ଟି ଅଖରେ ୩୬ ଟି ଚକ ସଂଯୋଗ ହୋଇ ହରିବୋଲ ପକାଇଛନ୍ତି ଭୋଇ ସେବକ। ତେବେ ପ୍ରଥମେ ତାଳଧ୍ଵଜ ରଥର ବାକି ୬ଟି ଅଖରେ ୧୨ଟି ଚକ, ସେହିପରି ନନ୍ଦିଘୋଷରେ ବାକି ୭ଟି ଅଖରେ ୧୪ ଟି ଚକ ଓ ଦେବ ଦଳନ ରଥର ୫ ଟି ଅଖରେ ୧୦ ଟି ଚକ ସଂଯୋଗ କରି ଚକ ଅଖ ଡେରା ନୀତି ସରିଛି। ଏହାପରେ କଳଷ, ତା ପରେ ବନ୍ଧ ଦିଆହୋଇ ଲାଗିବ ଦଣ୍ଡା ଓ ମେଂଢ଼ୀ। ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ତିନି ରଥ ନିର୍ମାଣ କାର୍ଯ୍ୟ ଆଜିକୁ 42 ଦିନରେ ପହଂଚି ଛି | 2 ଶହରୁ ଉର୍ଦ୍ଧ ସେବକ କରୁଛନ୍ତି ତିନିରଥ ନିର୍ମାଣ କାର୍ଯ୍ୟ। ସମାନ୍ତରାଳ ଭାବରେ ତିନି ରଥର ଚାଳି କାର୍ଯ୍ୟ ଜାରି ରହିଛି | ତିନିରଥର ସମସ୍ତ 21 ଅଖ ସହ 42 ଟି ଚକ ଡେରା କାର୍ଯ୍ୟ ସମ୍ପୂର୍ଣ ହୋଇଛି |।ଏହାପରେ ରଥର ଅନ୍ୟାନ୍ୟ ଅଂଶ ଗୁଡ଼ିକ ପର୍ଯ୍ୟାୟ କ୍ରମେ ଫିଟିଙ୍ଗ ହେବ। ତିନିରଥ ଦଣ୍ଡା ଅନ୍ୟପଟରେ ଫ୍ରେମ୍ ର ବିଭିନ୍ନ ଅଂଶ ଗୁଡ଼ିକର ନମ୍ବରିଙ୍ଗ କାର୍ଯ୍ୟ ସମ୍ପନ୍ନ ହୋଇ ସାରିଛି ।ରୂପକାର ସେବକ ମାନେ ତିନିରଥର ୩୩ ଟି ସାଲ ଗୁଜ ଏବଂ ୮ ଟି ଲେଖାଏଁ ତୀଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଶେଷ ପରେ ତିନିରଥର ‘ ବେଦୀ ସିଂହାସନ ମୁହାଁଟ ‘ ରେ କୁମ୍ଭ, ମତ୍ସ୍ୟ,ଡାଳି ଲତା ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି। ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକ ମାନେ ତିନିରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା ଶେଷ କରି ତିନିରଥର ପୋଟଳ ପାଇଁ ଜଙ୍ଘାକଣ୍ଟା ଏବଂ ପୋଟଳ ବାଗିଆ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି l

Leave a Reply

Your email address will not be published. Required fields are marked *