ବିଦ୍ୟୁତ ବିଭାଗର ନାଲିଆଖିକୁ କୁ ଗ୍ରାମବାସୀ ବିରୋଧ।

ତିର୍ତ୍ତୋଲ:ବିଦ୍ୟୁତ ବିଭାଗର ନାଲିଆଖିକୁ କୁ ଗ୍ରାମବାସୀ ବିରୋଧ। ଘରଜମିରେ ଜବରଦସ୍ତି ବିଦ୍ୟୁତ ଟାୱାର କୁ ନେଇ ଜ଼ିଲ୍ଲାପାଳ ଙ୍କୁ ଅଭିଯୋଗ କଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ କୋଲର ପଞ୍ଚାୟତ ପାଟକୁରା ଗ୍ରାମରୁ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ସେହି ଗ୍ରାମର ପ୍ରାୟ ୮୦ ପରିବାର ର ୪୦୦ ଲୋକ ବସବାସ କରନ୍ତି। ଏହି ଜନଵସତି ଏବଂ ଚାଷ ଜମି ମଧ୍ୟରେ ବଚନ ଟାୱାର ର ଉଚ୍ଚ ଶକ୍ତି ସମ୍ପୂର୍ଣ ଏକ ବିଦ୍ୟୁତ ସଂଯୋଗ ପଥ ନିର୍ଣ୍ଣୟ କରାଯାଇଛି।ଏହି ସଂଯୋଗୀକରଣ ରେ ବସୁଥିବା ଟାୱାର ଗ୍ରାମବାସୀ ଙ୍କ ଚାଷଜମି ଏବଂ ବାସଗୃହ ସ୍ଥାନରେ ବସାଜିବା ସହ ଘର ଉପରେ ଉଚ୍ଚ ମାନର ବିଦ୍ୟୁତ ତାର ଯାଉଛି ଯାହା ପୋଷ୍ୟ ଜୀବଜନ୍ତୁଙ୍କ ସହ ଗ୍ରାମବାସୀଙ୍କ ଜୀବନ ହାନି ଘଟିବାର ସମ୍ଭାବନା ରହିଛି। ଏହି ଘଟଣା କୁନେଇ ବିଦ୍ୟୁତ ବିଭାଗର ଅଧିକାର ଙ୍କୁ ଅଭିଯୋଗ କଲେ ଟଙ୍କା ଏବଂ ଧମକ ଦେଇ ଦସ୍ତଖତ କରିବାକୁ ବାଧ୍ୟ କରାଯାଉଛି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଯଦି ଏହି ଘଟଣାଟି ସମାଧାନ ନକରାଯାଏ ତେବେ ଟାଟା ପାୱାର ଅଫିସ ଆଗରେ ଗ୍ରାମବାସୀ ମାନେ ସାମୁହିକ ବିଷ ଖାଇବୁ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *