ଗୁଣ୍ଡିଚା ମନ୍ଦିରରେ ଉଚ୍ଚ ସ୍ତରୀୟ ଟିମ୍

ଗୁଣ୍ଡିଚା ମନ୍ଦିରରେ ଉଚ୍ଚ ସ୍ତରୀୟ ଟିମ୍। ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିର ଅନୁଧ୍ୟାନ କରିଛନ୍ତି ଉଚ୍ଚସ୍ତରୀୟ ଟିମ୍। ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ , କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ୍ ନାୟକ ,ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଏସପି ପ୍ରତୀକ ସିଂହ,ଦଇତାପତି ନିଯୋଗ,ଶ୍ରୀମନ୍ଦିର ପରିଚାଳନା କମିଟି ଓ ଅନ୍ୟାନ୍ୟ ସେବାୟତ ସଦସ୍ୟ ଗୁଣ୍ଡିଚା ମନ୍ଦିର ଅନୁଧ୍ୟାନ କରୁଛନ୍ତି। ଚଳିତ ବର୍ଷ ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ୭ ଦିନ ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନ ପାଇଁ ଟିକେଟ ଦର୍ଶନ ବ୍ୟବସ୍ଥା କରିବାକୁ ଦଇତାପତି ନିଯୋଗ ପରାମର୍ଶ ଦେଇଛି। ସେହିପରି ଗୁଣ୍ଡିଚା ମନ୍ଦିର ଉତ୍ତର ଦ୍ଵାର ପଟେ ତିନୋଟି ସ୍ଵତନ୍ତ୍ର ଲାଇନ୍ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ ।ଗୁଣ୍ଡିଚା ମନ୍ଦିର ଭିତରେ ଭକ୍ତଙ୍କ ଭିଡ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଗୁଣ୍ଡିଚା ମନ୍ଦିର ରୋଷ ଶାଳା ପାର୍ଶ୍ଵରେ ଏକ ସ୍ବତନ୍ତ୍ର ଲାଇନ୍ କରାଯିବ। ଗତ କିଛି ବର୍ଷ ଧରି ଗୁଣ୍ଡିଚା ମନ୍ଦିର ଉନ୍ନୟନ , ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲୁ ରହିଛି । ନୂଆ ରୂପ ନେଇଛି ଗୁଣ୍ଡିଚା ମନ୍ଦିର । ଗୁଣ୍ଡିଚା ମନ୍ଦିର ଜଗମୋହନ , ତୁଣିଆ ଘରଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପୁରୁଣା ପଥର ପରିବର୍ତ୍ତନ କରାଯାଇ ନୂଆ ଖଣ୍ଡେଲାଇଟ୍ ପଥର ଲଗାଯାଉଛି । ରଥଯାତ୍ରା ପୂର୍ବରୁ ଏ ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ଉଚ୍ଚସ୍ତରୀୟ କମିଟି ଆଶା ରଖିଛି। ବିଶେଷ କରି ରଥଯାତ୍ରା ୯ ଦିନ ଯାକ କିଭଳି ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ରହିବ ,ଗୁଣ୍ଡିଚା ମନ୍ଦିର ଭିତରେ ଓ ବାହାରେ ଭିଡ ନିୟନ୍ତ୍ରଣ କରାଯିବ ,ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ,କେଉଁ ସ୍ଥାନରେ ଫୋର୍ସ ମୁତୟନ ହେବେ ସେସବୁ ଟିକନିଖ ତର୍ଜମା କରିଛନ୍ତି ଅତିରିକ୍ତ ଡିଜି ଓ କେନ୍ଦ୍ରାଞ୍ଚଳ ଆଇଜି ।ଗତବର୍ଷ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଘଟିଥିବା ଦଳାଚକଟା ଘଟଣାର କିଭଳି ପୁନରାବୃତ୍ତି ନ ହେବ ସେଥିପାଇଁ ଯଥେଷ୍ଟ ପୂର୍ବରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *