ବୀରତୁଙ୍ଗ ଗ୍ରାମୀଣ ଉଦ୍ୟାନ ଆଲୋକୀକରଣ ରେ ଟଙ୍କା ହଡ଼ପ !

ଵୀରତୁଙ୍ଗ ଗ୍ରାମୀଣ ଉଦ୍ୟାନ ଆଲୋକୀକରଣ ନାମରେ ୧ଲକ୍ଷ ୬୦ ହଜାର ଟଙ୍କା ଆତ୍ମସାତ ଘଟଣା l ଜିଲ୍ଲାପାଳ ଙ୍କୁ ମିଥ୍ୟା ତଥ୍ୟ ଦେଲେ ବିଡିଓ l ପାର୍କ ରେ ଵିଦ୍ୟୁତ୍ ଖୁଣ୍ଟ ନାହିଁ କି ଵଲ୍ ନାହିଁ l ମିଥ୍ୟା ଵିଲ୍ ରେ ଟଙ୍କା ହଡପ lଗୋପ ୩/୦୬ – ଗୋପ ଵ୍ଲକ ଵୀରତୁଙ୍ଗ ପଂଚାୟତ ଗ୍ରାମୀଣ ଉଦ୍ୟାନ ଆଲୋକୀକରଣ ନାମରେ ଆତ୍ମସାତ୍ କରାଯାଇଥିବା ୧ଲକ୍ଷ ୬୦ ହଜାର ଟଙ୍କା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହା ଉପରେ ତଦନ୍ତ କରି ରିପୋର୍ଟ ଦେଵା ପାଇଁ ପୁରୀ ଜିଲ୍ଲାପାଳ ଗୋପ ବ୍ଲକ ଵିଡିଓ ଙ୍କୁ ନିର୍ଦ୍ଧେଶ ଦେଇଥିଲେ l ମାତ୍ର ଵୀରତୁଙ୍ଗ ପଂଚାୟତ ଗ୍ରାମୀଣ ଉଦ୍ୟାନରେ ଆଲୁଅ ଜଳିବା ତ ଦୂରର କଥା ଗୋଟିଏ ହେଲେ ଵିଦ୍ୟୁତ ଖୁଣ୍ଟ କି ବଲବ୍ ଦେଖିବାକୁ ମିଳୁନି l ଏପରିକି ବିନା ଏକ୍ସଟିମେଣ୍ଟରେ ଏହି ପ୍ରକଳ୍ପ କାର୍ଯ୍ୟ ହୋଇଥିବା ଅଭିଯୋଗ ହେଉଥିବା ଵେଳେ ବ୍ଲକ କାର୍ଯ୍ୟାଳୟରେ ଦାଖଲ ହୋଇଥିବା ଅସ୍ତରଙ୍ଗ ଅଂଚଳର ଵିଦ୍ୟୁତ୍ ଉପକରଣର ବିଲ୍ ନକଲି ଵୋଲି ଜଣାପଡିଛି l କାରଣ ଅସ୍ତରଙ୍ଗ ଅଂଚଳରେ ସେପରି ନାମରେ କୌଣସି ଇଲୋକ୍ଟ୍ରୋନିକ୍ସ ଦୋକାନ ନଥିବା ଜଣାପଡିଛି l ହେଲେ ଜିଲ୍ଲାପାଳ ଙ୍କୁ ମିଥ୍ୟା ତଥ୍ୟ ଗୋପ ଵିଡିଓ ସୂର୍ଯ୍ୟ ଶଙ୍କର ଦାସ ପ୍ରଦାନ କରିଥିବା ଜଣାପଡିଛି l ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠ ଚିଠି ନମ୍ବର ସି ୩୯୦୪୨୮ ଅନୁଯାୟୀ ଗୋପ ଵ୍ଲକ କାର୍ଯ୍ୟାଳୟ ଚିଠି ନମ୍ବର ୧୮୧୦/ତା ୧୯.o୫.୨୦୨୬ ରେ ବିଡିଓ ପ୍ରଦାନ କରିଥିବା ତଥ୍ୟ ସଂପୂର୍ଣ୍ଣ ମିଥ୍ୟା ଵୋଲି ଜଣାପଡିଛି l ଵିଡିଓ ଜିଲ୍ଲାପାଳ ଙ୍କୁ ଦେଇଥିବା ତଥ୍ୟ ଅନୁଯାୟୀ ଵୀରତୁଙ୍ଗ ଗ୍ରାମୀଣ ଉଦ୍ୟାନରେ ସରକାରୀ ନିୟମାନୁଯାୟୀ ଆଲୋକୀକରଣ କରାଯାଇଅଛି l ଏଵଂ ଏହାର ଏକ୍ସଟିମେଣ୍ଟ ଓ ଜିଏସଟି ଭାଉଚର ମଧ୍ୟ ପ୍ରସ୍ତୁତ ଅଛି l ଏଥିରେ କୌଣସି ଅନିୟମିତତା କରାଯାଇନାହିଁ ବୋଲି ଦର୍ଶାଇଛନ୍ତି l ହେଲେ ପ୍ରକୣତ ପକ୍ଷେ ଯଦି ଜିଲ୍ଲାପାଳ ମହୋଦୟ ତଦନ୍ତ କରନ୍ତି ତେଵେ ଉକ୍ତ ଗ୍ରାମୀଣ ଉଦ୍ୟାନରେ କୌଣସି ଆଲୋକୀକରଣ ଵ୍ୟଵସ୍ଥା ଦେଖିବାକୁ ପାଇଵେ ନାହିଁ l ଗୋଟିଏପଟେ ଉକ୍ତ ଉଦ୍ୟାନରେ ଖୁଣ୍ଟ କି ବଲ୍ ନଥିବା ଵେଳେ ଅନ୍ୟପଟେ ଅସ୍ତରଙ୍ଗ ଅଂଚଳରେ ସେପରି ଦୋକାନ ନଥାଇ ମିଥ୍ୟା ଜିଏସଟି ଭାଉଚର ଉକ୍ତ ପଂଚାୟତ କାର୍ଯ୍ୟନିର୍ଵାହୀ ଅଧିକାରୀ ଓ ଉକ୍ତ ପଂଚାୟତ ସରପଞ୍ଚ ବ୍ଲକ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି l ଯାହାକି ସୁଚନା ଅଧିକାର ତଥ୍ୟ ରେ ଦୁଇଜଣଙ୍କ ମିଳିତ ଦସ୍ତଖତ ଥାଇ ବ୍ଲକ କର୍ତ୍ତୣପକ୍ଷ ପ୍ରଦାନ କରିଛନ୍ତି l ହେଲେ କଣପାଇଁ ଵିଡିଓ ଜିଲ୍ଲାପାଳ ଙ୍କୁ ମିଥ୍ୟା ତଥ୍ୟ ପ୍ରଦାନ କଲେ ତାହା ଏଵେ ତଦନ୍ତ ସାପେକ୍ଷ l ଏହି ଦୁର୍ନୀତି ପଛରେ ଆଉ ବିଡିଓ ଙ୍କ ହାତ ନାହିଁ ତ ଵୋଲି ପ୍ରଶ୍ନ ଉଠିଥିଵା ଵେଳେ ଏନେଇ ବିଡ଼ିଓ ସୂର୍ଯ୍ୟ ଶଙ୍କର ଦାସଙ୍କୁ ପଚାରିବାରେ ସେ କହିଥିଲେ ଉକ୍ତ ପଂଚାୟତ କାର୍ଯ୍ୟନିର୍ଵାହୀ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ସେ ତଥ୍ୟ ପ୍ରଦାନ କରିଛନ୍ତି l ହେଲେ ଚୋର ହାତରେ ଚାବିକାଠି ଧରାଇଲା ସଦୣଶ ଯେଉଁଠି ପିଇଓ ଏହି ଅର୍ଥ ଆତ୍ମସାତ କରିଥିବା କେତେକ ପଂଚାୟତଵାସୀ ବିଡିଓ ଙ୍କ ଠାରୁ ଆରମ୍ଭ କରି ପଂଚାୟତରାଜ ସଚିବ ଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଛନ୍ତି ଏଵଂ ଏନେଇ କୋର୍ଟରେ ମଧ୍ୟ ମାମଲା ଦାୟର କରିଛନ୍ତି ସେଠି ବିଡିଓ କିପରି ସଂପୣକ୍ତ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦେଲେ ଏଵଂ ତାଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ଜିଲ୍ଲାପାଳ ଙ୍କୁ ତଦନ୍ତ ରିପୋର୍ଟ ଦେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୣଷ୍ଟି କରିଛି l ଯେଉଁଠି ସରକାରଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ଉଠିଛି ସେଠି ଵିଡିଓ ଏହି ଦୁର୍ନୀତିକୁ ଚପାଇ ଦେଵାପାଇଁ କଣ ପାଇଁ ପ୍ରୟାସ କରୁଛନ୍ତି, ଏହା ପଛରେ ତାଙ୍କର ହାତ ନାହିଁ ତ ଵୋଲି ସାଧାରଣରେ ଅଭିଯୋଗ ହେଉଛି l ସେପଟେ ଏନେଇ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ,ପ୍ରକଳ୍ପ ଅଧିକାରୀ ଙ୍କ ସମେତ ଵିଭିନ୍ନ ଦପ୍ତରରେ ଅଭିଯୋଗ କରିଥିବା ଅଭିଯୋଗକାରୀ ଉକ୍ତ ପଂଚାୟତର ଫିରୋଜ ପରିଡା ଅଭିଯୋଗ କରିଛନ୍ତି ଯେ ଏହି ଘଟଣାରେ ଯଦି ତାଙ୍କୁ ନ୍ୟାୟ ନମିଳେ ତେଵେ ସେ ଆସନ୍ତା ୧୦ତାରିଖରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେଵେ l ହେଲେ ହରିଲୁଟ କରିଥିବା ସଂପୣକ୍ତ ଅଧିକାରିଣୀ ଙ୍କୁ କିଏ ଓ କାହିଁକି ଘଣ୍ଟ ଘୋଡାଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୣଷ୍ଟି କରିଛି l କାହା ଛତ୍ରଛାୟା ତଳେ ସଂପୣକ୍ତ ଅଧିକାରିଣୀ ତାହାକୁ ନେଇ ଵଡ ପ୍ରଶ୍ନ ଉଠିଥିଵା ଵେଳେ ଏଭଳି ଦୁର୍ନୀତିକୁ ଘଣ୍ଟ ଘୋଡାଇଵା ପଛରେ ଵ୍ଲକ ପ୍ରଶାସନର କଣପାଇଁ ହାତ ରହିଛି ତାହା ସନ୍ଦେହ ଘେରରେ l ସୁଚନାମୁତାବକ ଗତ ୨୦୨୦- ୨୧ ମସିହାରେ ଵୀରତୁଙ୍ଗ ପଂଚାୟତରେ ୧୦ଲକ୍ଷ ଟଙ୍କା ଵ୍ୟୟଵରାଦରେ ଏକ ଗ୍ରାମୀଣ ଉଦ୍ୟାନ ନିର୍ମାଣ କରାଯାଇଥିଲା l

ପିଲାମାନଙ୍କ ସଂନ୍ଧ୍ୟା ପରିଭ୍ରମଣରେ ଵାଧା ସୣଷ୍ଟି ନହେଵା ପାଇଁ ଉକ୍ତ ଉଦ୍ୟାନରେ ଆଲୋକୀକରଣ ଵ୍ୟଵସ୍ଥା ହେଵାକୁ ଥିବା ଵେଳେ କୌଣସି କାରଣବଶତଃ ପୂର୍ଵ ସରପଞ୍ଚ ଙ୍କ ସମୟରେ ସଂପୂର୍ଣ୍ଣ ହୋଇପାରିନଥିଲା l ହେଲେ ୨୦୨୩ ମସିହାରେ ଉକ୍ତ ଉଦ୍ୟାନ କୁ ଆଲୋକୀ କରଣ କରାଯାଇଥିବା ଦର୍ଶାଇ ୧ଲକ୍ଷ ୬୦ ହଜାର ଟଙ୍କା ଆତ୍ମସାତ୍ କରାଯାଇଥିବା କେତେକ ଗ୍ରାମବାସୀ ଅଭିଯୋଗ କରିଥିଲେ l ଏନେଇ ଗ୍ରାମଵାସୀଙ୍କ ପକ୍ଷରୁ କୋର୍ଟ ରେ ମଧ୍ୟ ଅଭିଯୋଗ ହୋଇଥିବା ଜଣାପଡିଛି l ସଵୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ଉକ୍ତ ପଂଚାୟତର ପିଇଓ ଆରତୀ ରାଉତ ଓ ସରପଞ୍ଚ ଙ୍କ ଦସ୍ତଖତ ଥାଇ ଦିଆଯାଇଥିବା ଏକ ଆରଟିଆଇ ତଥ୍ୟରେ ସଲଗ୍ନ ଥିବା ଉକ୍ତ ଆଲୋକୀକରଣ ପାଇଁ କିଣାଯାଇଥିବା ତାର, ଜିଆଇ ପାଇପ୍, ଜିଆଇ କନେଟର, ପାର୍କ ଲାଇଟ୍, ଗେଟ୍ ଲାଇଟ୍, ୱାଲ ଲାଇଟ୍ କେବୁଲ, ସୁଇଚ୍ ଆଦି ଜିଏସଟି ଭାଉଚର ନକଲି ବୋଲି ଅଭିଯୋଗ ହୋଇଛି l ଯାହାକୁ ନେଇ ଵଡ ପ୍ରଶ୍ନ ଉଠିଥିବା ଵେଳେ ଏହି ଦୁର୍ନୀତିକୁ ପଦାରେ ପକାଇଦେଇଛି l ଯଦି ଏହି ଭାଉଚର ନକଲି ହୋଇଥାଏ ତେଵେ ଜିଏସଟି ନମ୍ବର ଥାଇ ଏହି ଭାଉଚର ଦେଲା କିଏ ଏଵଂ ଏହାକୁ ଆଣିଲା କିଏ ତାହା ସଂନ୍ଦହ ଘେରରେ l ସେହିପରି ସରକାରୀ ନିୟମାନୁଯାୟୀ ଜଣେ ପଂଚାୟତ କାର୍ଯ୍ୟନିର୍ଵାହୀ ଅଧିକାରୀ ଵିନା ଏକ୍ସଟିମେଣ୍ଟରେ ୧୦ ରୁ ୧୫ ହଜାର ଟଙ୍କା ମଧ୍ୟରେ ଭାଉଚର କିମ୍ଵା ଚେକ୍ ରେ ଟଙ୍କା ଉଠାଇ ପାରିଵାର ନିୟମ ଥିବାଵେଳେ ସଂପୣକ୍ତ ଅଧିକାରିଣୀ ଵିନା ଏକ୍ସଟିମେଣ୍ଟରେ କିପରି ଲକ୍ଷାଧିକ ଟଙ୍କା ଚେକ୍ କିମ୍ବା ଭାଉଚରରେ ଉଠାଇଲେ ତାହା ମଧ୍ୟ ସଂନ୍ଦେହ ସୣଷ୍ଟି କରିଛି l ସେପଟେ ଏହି ଘଟଣା ଜଣାପଡିବା ପରେ ସଂପୣକ୍ତ ଅଧିକାରିଣୀ ଏଵେ କେତେକ ଅଧିକାରୀଙ୍କୁ ଧରି ନୂଆ ଏକ୍ସଟିମେଣ୍ଟ ଏଵଂ ଭାଉଜର କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି l ଏହା ଉପରେ ଵିଭାଗୀୟ ଉଚ୍ଚସ୍ତରୀୟ ତଦନ୍ତ ସମେତ ଭିଜିଲାନ୍ସ ତଦନ୍ତ କରାଗଲେ ଏହି ଦୁର୍ନିତିର ପର୍ଦାଫାଶ ହେଵ ଵୋଲି ଦାଵି ହୋଇଛି l ଏହା ଉପରେ ପଂଚାୟତରାଜ ସଚିବ, ମନ୍ତ୍ରୀ, ଭିଜିଲାସନ୍ସ ଏସପି, ଜିଲ୍ଲାପାଳ ଦୣଷ୍ଟି ଦେଵା ନିମନ୍ତେ ସାଧାରଣରେ ଦାଵି ହୋଇଛି l

Leave a Reply

Your email address will not be published. Required fields are marked *