ରାଜ୍ୟପାଳ ଙ୍କୁ ପୁରୀ ଲୋକ ଭବନ ଜମି ପଟ୍ଟା ପ୍ରଦାନ।
ପୁରୀ ୧୪/୫ ଆଜି ଭୁବନେଶ୍ୱର ଲୋକଭବନ ପରିସରରେ ରାଜ୍ୟପାଳ ଡ.ହରିବାବୁ କମ୍ଭବପାଟି ଙ୍କୁ ପୁରୀ ଲୋକ ଭବନର ପଟ୍ଟା ପ୍ରଦାନ କରାଯାଇଛି।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ. ଶରତ ଚନ୍ଦ୍ର ମହାପାତ୍ର ପୁରୀର ଲୋକଭବନର ଅଧିକାର ରେକର୍ଡ (RoR) ରାଜ୍ୟପାଳ ଙ୍କୁ ପ୍ରଦାନ କରିଛନ୍ତି। ଯାହା ମୌଜା-ଗାନ୍ଧୀ ଘାଟ, ୟୁନିଟ୍-୨୫, ଖାତା ନଂ ୯୦/୧ ମାପ ୦.୫୪୬ ଏକର ଏବଂ ଖାତା ନଂ ୯୨, ପ୍ଲଟ୍ ନଂ ୨୧୫ ମାପ ଆକାର ୧୦.୬୯ ଏକର ଅଟେ। ଅତିରିକ୍ତ ଜିଲ୍ଲାପାଳ ଙ୍କ ସହ ପୁରୀ ସଦର ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇ ଉପସ୍ଥିତ ଥିଲେ।
