କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଜୁନ୍ ୨୦୨୬: ପିଆଇବି ଦିଲ୍ଲୀପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁଏତର ଅମୀର ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜାବେର ଅଲ୍ ସବାଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ।ଦୁଇ ନେତା ପଶ୍ଚିମ ଏସିଆରେ ପରିବର୍ତ୍ତିତ ସୁରକ୍ଷା ପରିସ୍ଥିତି ଉପରେ ମତ ବିନିମୟ କରିଛନ୍ତି ।ପ୍ରଧାନମନ୍ତ୍ରୀ ଉତ୍ତେଜନା ବୃଦ୍ଧି ଉପରେ ଗଭୀର ଚିନ୍ତା ପ୍ରକାଶ କରିବା ସହ କୁଏତର ସାର୍ବଭୌମତ୍ୱ ତଥା କ୍ଷେତ୍ରୀୟ ଅଖଣ୍ଡତା ଉପରେ ଆକ୍ରମଣକୁ ଭାରତ ପକ୍ଷରୁ ଦୃଢ଼ ନିନ୍ଦା କରିଛନ୍ତି ।ପ୍ରଧାନମନ୍ତ୍ରୀ ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପୁନଃସ୍ଥାପନ ନିମନ୍ତେ ଉତ୍ତେଜନା ହ୍ରାସ କରିବା, ଆଲୋଚନା ତଥା କୂଟନୀତି ପାଇଁ ଆହ୍ୱାନକୁ ପୁନର୍ବାର ଦୋହରାଇଛନ୍ତି ।ପ୍ରଧାନମନ୍ତ୍ରୀ କୁଏତରେ ଥିବା ବିଶାଳ ଭାରତୀୟ ସମ୍ପ୍ରଦାୟର ନିରନ୍ତର ମଙ୍ଗଳ ଏବଂ ସୁରକ୍ଷା ପ୍ରତି ବ୍ୟକ୍ତିଗତ ଧ୍ୟାନ ଦେଇଥିବାରୁ ଆମୀରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *