କୋଇକୋଣ୍ଡା ପ୍ରାଥମିକ ଚିକିତ୍ସାଲୟ ରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ୧୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ l
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କୋଇକୋଣ୍ଡା ଚିକିତ୍ସାଲୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ୧୦ ବର୍ଷ ପୂର୍ତ୍ତି ଉତ୍ସବ ଆଡ଼ମ୍ବର ସହ ପାଳିତ ହୋଇଯାଇଛି। ଏହି ଅବସର ରେ ସୁରକ୍ଷିତ ଗର୍ଭଧାରଣ, ସୁସ୍ଥ ମା’, ଶକ୍ତିଶାଳୀ ଭାରତ” କାର୍ଯ୍ୟକ୍ରମ କୋଇକୋଣ୍ଡା ପ୍ରାଥମିକ ହସ୍ପିଟାଲ ଠାରେ ସଫଳତାର ସହ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆକାଶ ଯୋଗ ଦେଇ ପିତା କାଟି ଉତ୍ସବ ଟିକୁ ଉଦଘାଟନ କରିଥିଲେ। ମୁଖ୍ୟଵକ୍ତା ଭାବେ କୋଇକୋଣ୍ଡା ପ୍ରାଥମିକ ଚିକିତ୍ସାଲୟ ର ଡ଼କ୍ଟର. ସୋମେନ କୁ. ଦେହୁରୀ (ଆୟୁଷ )ଅତିଥି ଭାବେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ର ବିଶେଷ ମହତ୍ୱ କୁ ଗର୍ଭବତୀ ମହିଳାମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଏଲ. ଟି ଜୀତ ବିଶ୍ୱାସ, ସେଗାମ ସତ୍ୟନାରାୟଣ, ଭାଗ୍ୟଲଷ୍ମୀ, ସେଗାମ ସାଇରାମ, ମଲେ ସଲବମ, ଚିଣ୍ଟୁ ମାଡକାମୀ ଓ ସହାୟକ କର୍ମଚାରୀଙ୍କ ସକ୍ରିୟ ସହଯୋଗ ରହିଥିଲା।କାର୍ଯ୍ୟକ୍ରମ ଅବସରରେ ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷିତ ମାତୃତ୍ୱ ଓ ପ୍ରସବ ପୂର୍ବ ସେବା ସମ୍ପର୍କରେ ସଚେତନ କରାଯାଇଥିଲା ଏବଂ ଉପସ୍ଥିତ ଗର୍ଭବତୀ ମହିଳା ଓ ରୋଗୀମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା!
