କଂଗ୍ରେସ ଲଢେ଼ଇ ଆଦିବାସୀଙ୍କ ପାଇଁ ,ଡବଲ ଇଂଜିନି ସରକାର ଶିଳ୍ପପତିଙ୍କର : ରାମଚନ୍ଦ୍ର କାଡାମ

ଉଦଳା, ତା୯/୬( ) : ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ଉଦଳା ରେ ପାଳିତ ହୋଇଯାଇଛି । ଜିଲ୍ଲା ଆଦିବାସୀ କଂଗ୍ରେସ ଅଧକ୍ଷ ଦୁଖୀଶ୍ୟାମ ମୁର୍ମୁଙ୍କ ପ୍ରତ୍ୟକ୍ଷ ପରିଚାଳନା ରେ ଆୟୋଜିତ ହୋଇଥିଲା । ଉଦଳା ଡାକ ବଙ୍ଗଳା ନିକଟରୁ ଏକ ପରିକ୍ରମା ସଭାଯାତ୍ରା ବାହାରି ମସଜିଦ ଛକ ନିକଟରେ ସହିଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ରେ ଓ ଥାନା ଛକ ସ୍ଥିତ ତିଲକା ମାଝୀ ଓ ଶେଷରେ ବି ଆର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଉଦଳା ତୁଳସୀ କଲ୍ୟାଣ ମଣ୍ଡପରେ ସଭା ଆୟୋଜନ ହୋଇଥିଲା । ମୁଖ୍ୟ ଅତିଥି ଭାବେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ ଯୋଗ ଦେଇ ଆଦିବାସୀ କଂଗ୍ରେସ ସମାଜ ର ସମସ୍ତ ଶ୍ରେଣୀ କୁ ଯୋଡିବା ସହିତ ଆଦିବାସୀଙ୍କ ଜଳ, ଜଙ୍ଗଲ, ଜମି ଅଧିକାର ପାଇଁ ସଂଗ୍ରାମ କରିବାର ସମୟ ବୋଲି କହିଥିଲେ । କଂଗ୍ରେସ ଏମିତି ଏକ ଦଳ ଯିଏ ଆଦିବାସୀ ଙ୍କ ପାଇଁ ଜଙ୍ଗଲ ଜମି ଅଧିକାର ଆଇନ ଆଣିଥିଲା ।

କଂଗ୍ରେସ ଆଦିବାସୀଙ୍କ ସହ ଥିବା ବେଳେ ସରକାର ଜଙ୍ଗଲ ଜମି କ୍ଷେତ୍ରରେ ଶିଳ୍ପପତି ଙ୍କ ସହ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଦିବାସୀ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ୟସବନ୍ତ ସିଂ ଲାଗୁରି ଯୋଗ ଦେଇ ଆଦିବାସୀଙ୍କ ଭିଟାମାଟି ଲଢ଼େଇ ରେ ଜଙ୍ଗଲ ଜମି ଆଇନ ସହିତ ବୋଲି କହିଥିଲେ । ପୂର୍ବତନ ସାଂସଦ ପ୍ରାର୍ଥୀ ତଥା ଅଵସରପ୍ରାପ୍ତ ଆଇପିଏସ ଅଧିକାରୀ ଶ୍ୟାମସୁନ୍ଦର ହଁସଦା, ଜିଲ୍ଲା ଆଦିବାସୀ କଂଗ୍ରେସ ସଂପାଦକ ଲକ୍ଷ୍ମୀଧର ସିଂ, ଜିଲ୍ଲା କଂଗ୍ରେସ ସଭାପତି ପୂର୍ଣ୍ଣ ଚନ୍ଦ୍ର ବିଶ୍ଵାଳ , ବାରିପଦା ଓକିଲ ସଂଘର ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିପ୍ରକାଶ ରଥ, ଯୁବନେତା କ୍ଷୀରୋଦ ପାତ୍ର ,ବରିଷ୍ଠ କଂଗ୍ରେସ ନେତା ନାରାୟଣ ପଟ୍ଟନାୟକ , ଆଦିବାସୀ କଂଗ୍ରେସ ରାଜ୍ୟ ଉପାଧ୍ୟକ୍ଷ ଚୈତନ୍ୟ ହଁସଦା ପ୍ରମୁଖ ବଳିଦାନ ଦିବସ ଓ ଜଳ ଜମି ଜଙ୍ଗଲ ନେଇ ବିସ୍ତ୍ରୁତ ଆଲୋଚନା କରି ସରକାର ଙ୍କ ଆଦିବାସୀ ବିରୋଧୀ ନୀତି କୁ ସମାଲୋଚନା କରିଥିଲେ । ଏହି ବଳିଦାନ ଦିବସ ପାଳନରେ ଉଦଳା ବ୍ଲକ ସଭାପତି ଏସ କେ କାଲମଉଦ୍ଦିନ, କପ୍ତିପଦା ବ୍ଲକ ସଭପତି ରବି ନାରାୟଣ ପରିଡା, ଜିବିନଗର ବ୍ଳକ ସଭପତି ପୂର୍ଣ୍ଣ ଚନ୍ଦ୍ର ବିନ୍ଧାଣି , ଟାଉନ ସଭାପତି ମୟୁକ୍ଷ ଦାସ , ପୂର୍ବତନ ସରପଂଚ ରାମଚନ୍ଦ୍ର ସିଂ, ମହନ ଦାସ,ଗୀତାଞ୍ଜଳି ବିଶ୍ଵାଳ, ନାଳିନୀ ପ୍ରଭା ପଟ୍ଟନାୟକ ,ନଳିନୀ ପଟ୍ଟନାୟକ , ଉତ୍ତମ ବେହେରା, ଜଗଦୀଶ ନାୟକ ଓ ବିନୋଦ ଘଡେ଼ଇ ସମେତ ବହୁ କାର୍ଯ୍ୟକର୍ତା ପରିଚାଳନାରେ ସହଯୋଗ କରିଥିଲେ । ଏହି ଦିବସରେ ଏକ ହଜାର ରୁ ଅଧିକ ପୁରୁଷ ମହିଳା ସମିଲହୋଇଥିଲେ ।

Leave a Reply

Your email address will not be published. Required fields are marked *