ବେପରୁଆ ଓ ଅବହେଳାଜନିତ ଗାଡ଼ି ଚାଳନା ମାମଲାରେ ଦୋଷୀ ସାବ୍ୟସ୍ତ

କାକଟପୁର ଥାନା ମାମଲା ନଂ-୧୪୬, ତାରିଖ ୧୫.୦୬.୨୦୨୫ ଏବଂ ଜି.ଆର୍. ମାମଲା ନଂ-୧୮୫/୬୪୬/୨୦୨୫ରେ ଆଜି ତାରିଖ ୦୯.୦୬.୨୦୨୬ ରେ ମାନ୍ୟବର ଜେ.ଏମ୍.ଏଫ୍.ସି., କାକଟପୁରଙ୍କ ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଉକ୍ତ ମାମଲାରେ ଅଭିଯୁକ୍ତ ସୁମନ୍ତ କୁମାର ମଲ୍ଲିକଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୨୮୧/୧୦୬ ଏବଂ ମୋଟର ଯାନ ଆଇନର ଧାରା ୧୮୧/୧୯୬ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇ, ୧୦ ଦିନର ସଶ୍ରମ କାରାଦଣ୍ଡ (RI) ସହ ୨,୦୦୦ ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରାଯାଇଛି।ମାମଲା ରୁଜୁ ହେବାର ମାତ୍ର ୧୧ ମାସ ୨୮ ଦିନ ମଧ୍ୟରେ ଏହି ଦୋଷୀ ସାବ୍ୟସ୍ତ ରାୟ ପ୍ରାପ୍ତି କାକଟପୁର ପୋଲିସ ଓ ପ୍ରସିକ୍ୟୁସନ୍ ଟିମ୍‌ର ସମନ୍ୱିତ ପ୍ରୟାସ ଓ ନିଷ୍ଠାର ପ୍ରତିଫଳନ।ଏହା ବେପରୁଆ ଓ ଅବହେଳାଜନିତ ଗାଡ଼ି ଚାଳନା ସମ୍ବନ୍ଧୀୟ ମାମଲାରେ ନୂତନ BNS ଅଧୀନରେ କାକଟପୁର ପୋଲିସର ପ୍ରଥମ ଦୋଷୀ ସାବ୍ୟସ୍ତ ରାୟ ହେଉଛି।ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶାନୁସାରେ ମାମଲାର ସଠିକ୍ ତଦନ୍ତ, ପ୍ରମାଣ ସଂଗ୍ରହ ଓ ଅଦାଲତରେ ଦୃଢ଼ ଭାବେ ଉପସ୍ଥାପନ ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି।

Leave a Reply

Your email address will not be published. Required fields are marked *