ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ପାଇବେ ନୂଆ ଅନୁଭୂତି
ପୁଣି ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଶ୍ରଦ୍ଧାଳୁ ପାଇବେ ନୂଆ ଅନୁଭୂତି। ଶ୍ରୀମନ୍ଦିର ଭିତରେ ଅନେକ ଦ୍ୱାରକୁ ରୂପାଛାଉଣୀ କରାଯାଇଥିବା ବେଳେ ଆଜି ଦୁଇଟି ପିତ୍ତଳ କବାଟ ଉତ୍ତରଦୁଆର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇଛି। ଉତ୍ତର ଦୁଆରର ଭିତର ଗୁମୁଟରେ ଏହି ପିତ୍ତଳ ଆଚ୍ଛାଦିତ କରାଯିବ। ଉତ୍ତର ଦୁଆରର ଭିତର ଗୁମୁଟର କବାଟ ବର୍ମାଟିକ୍ କାଠରେ ନିର୍ମିତ ହୋଇଥିବା ବେଳେ ଏହା ଉପରେ ପିତ୍ତଳ ଆସ୍ତରଣ ଦିଆଯିବ ବା ପିତ୍ତଳ ଛାଉଣୀ କରାଯିବ।
