ମହାପ୍ରଭୁଙ୍କ ଆଶିଷ ଲାଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଥିରେ ରହିଥିଲେ ଧର୍ମପତ୍ନୀ ମୃଦୁଳା ଠାକୁର ଓ କେନ୍ଦ୍ରମନ୍ତ୍ରୀଙ୍କ ମାଆ ।ସିଂହଦ୍ୱାରରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ପିତା ଦେବେନ୍ଦ୍ରଙ୍କ ପ୍ରଧାନଙ୍କ ମୃତ୍ୟୁ ବାର୍ଷକୀ ପରେ ଏହାଥିଲା ସପରିବାର କେନ୍ଦ୍ରମନ୍ତ୍ରୀଙ୍କ ପ୍ରଥମ ଗ୍ରସ୍ତ। ଏହି ଅବସରରେ ପ୍ରାୟ 45 ମିନିଟ୍ ଶ୍ରୀମନ୍ଦିରରେ ବିତାଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ବିମଳା,ଲକ୍ଷ୍ମୀ ଓ ଅନ୍ୟ ପାର୍ଶ୍ୱ ଦେବାଦେବୀ ମନ୍ଦିର ପରିଦର୍ଶନ ମଧ୍ୟ କରିଥିଲେ ।ସିଂହଦ୍ୱାରରେ ସଂକ୍ରାନ୍ତି ହୋମରେ ଘିଅ ମଧ୍ୟ ଅର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ। ପରେ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଦର୍ଶନ ପରେ ଅତ୍ୟନ୍ତ ଭାବବିହ୍ୱଳ ହୋଇ ପଡିଥିଲେ କେନ୍ଦ୍ରମନ୍ତ୍ରୀ ।ପବିତ୍ର ସଂକ୍ରାନ୍ତି ଦିନରେ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ସେବନ ଅତ୍ୟନ୍ତ ସୌଭାଗ୍ୟର କଥା ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ମିତବ୍ୟୟୀ ହେବା ସହ ପେଟ୍ରୋଲ ଡିଜେଲ ବ୍ୟବହାର କମାଇବାକୁ ଗୁରୁତ୍ଵ ଦିଅନ୍ତୁ ବୋଲି ଓଡ଼ିଶାବାସୀ ଙ୍କୁ ଅପିଲ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l
