ଜଗତସିଂହପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣା ଯୋଜନା ର୍ ଶୁଭାରମ୍ଭ

Date-12/06/26 ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସାଂସଦ ବିଭୁପ୍ରସାଦ ତରାଇ, ବିଧାୟକ ଅମରେନ୍ଦ୍ର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ,ଜିଲ୍ଲା ଯୋଗାଣ ଅଧିକାରୀ ଜିତ୍ରାୟ ଟୁଡୁ ପ୍ରମୁଖ ଯୋଗ ଦେଇ ଏହି ଯୋଜନାର ରୂପରେଖ ଓ ଲକ୍ଷ୍ୟ ବାବଦରେ ହିତାଧିକାରୀ ମାନଙ୍କୁ ସୂଚନା ଦେବା ସହିତ ହିତାଧିକାରୀ ମାନେ ୫ କିଲୋ ଚାଉଳ ବଦଳରେ ୧୦ କିଲୋ ଚାଉଳ ପାଇବେ ସେ ବାବଦରେ ଆଲୋକପାତ କରିଥିଲେ ।ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭର ଲାଇଭ ଷ୍ଟ୍ରିମିଙ୍ଗ ଅତିଥିମାନେ ଦେଖିଥିଲେ । ଜଗତସିଂହପୁର ଜିଲ୍ଲାରେ ମୋଟ 8 ଲକ୍ଷ 74 ହଜାର 493 ଜଣ ହିତାଧିକାରୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଯୋଜନା ମାଧ୍ୟମରେ ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ, ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଏହାର ଶୁଭାରମ୍ଭକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *