ଦେଵୟୁଗ ପରିବାର ଆୟୋଜିତ “ଏକାମ୍ର କ୍ଷେତ୍ର ଚନ୍ଦନ ଉତ୍ସବ–୨୦୨୬

ଦେଵୟୁଗ ପରିବାର ଆୟୋଜିତ “ଏକାମ୍ର କ୍ଷେତ୍ର ଚନ୍ଦନ ଉତ୍ସବ–୨୦୨୬” ଭକ୍ତି, ପରମ୍ପରା ଓ ସାଂସ୍କୃତିକ ଗରିମାରେ ଭବ୍ୟ ଭାବେ ଅନୁଷ୍ଠିତଭୁବନେଶ୍ୱର, ୨୫ ଜୁନ: ଶ୍ରୀ ଶ୍ରୀ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣ, ମାଉସୀମା ଛକ, ଭୁବନେଶ୍ୱରଠାରେ ଦେଵୟୁଗ ପରିବାର ପକ୍ଷରୁ ସଂସ୍ଥାପକ ଓ ଅଧ୍ୟକ୍ଷ ଶ୍ରୀ ଦେବବ୍ରତ ନାୟକଙ୍କ ନେତୃତ୍ୱରେ “ଏକାମ୍ର କ୍ଷେତ୍ର ଚନ୍ଦନ ଉତ୍ସବ–୨୦୨୬” ଆଧ୍ୟାତ୍ମିକ ପରିବେଶ, ଭକ୍ତିଭାବ ଓ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଅପୂର୍ବ ସମନ୍ୱୟରେ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି।ଉତ୍ସବ ଅବସରରେ ପ୍ରଭୁ ଶ୍ରୀ ଶ୍ରୀ ରାମେଶ୍ୱରଙ୍କ ଚନ୍ଦନ ସେବା, ପୁଷ୍ପ ସେବା, ମହାପ୍ରସାଦ ସେବନ ଓ ବିଭିନ୍ନ ଧାର୍ମିକ ଆଚାର-ଅନୁଷ୍ଠାନ ଭକ୍ତିଭାବର ସହ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ଆୟୋଜିତ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ ଭଜନ ଗାୟକ ଓ ପ୍ରଖ୍ୟାତ କଳାକାରମାନଙ୍କ ସୁମଧୁର ପରିବେଷଣ ଉପସ୍ଥିତ ଭକ୍ତବୃନ୍ଦଙ୍କୁ ଭକ୍ତିରସରେ ବିଭୋର କରିଥିଲା। ସମଗ୍ର ମନ୍ଦିର ପ୍ରାଙ୍ଗଣ ଚନ୍ଦନର ସୁଗନ୍ଧ, ଭକ୍ତିମୟ ସଙ୍ଗୀତ ଓ ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଉଠିଥିଲା।ଏହି ମହୋତ୍ସବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ, ବ୍ରହ୍ମପୁର ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପାଣିଗ୍ରାହୀ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ, ଖଣ୍ଡପଡ଼ା ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୂର୍ବତନ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ତଥା ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଜୟଦେବ ଢାଲି, ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସମାଜସେବୀ ଶ୍ରୀ ଜଗନ୍ନାଥ ପ୍ରଧାନ, ବିଜେପି ନେତା ଶ୍ରୀ ଗୋଲକ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ଲୁଲୁ ବଡଜେନା, ବିଜେପି ନେତ୍ରୀ ତଥା ସମାଜସେବୀ ଶ୍ରୀମତୀ ରଶ୍ମି ମହାପାତ୍ର, ପୂର୍ବତନ ଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ବହୁ କର୍ପୋରେଟର, ଜନପ୍ରତିନିଧି, ବିଶିଷ୍ଟ ଅଧିକାରୀ, ସମାଜସେବୀ ଓ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଆୟୋଜନର ଭୂୟସୀ ପ୍ରଶଂସା କରିଥିଲେ।ଅତିଥିମାନେ ଦେଵୟୁଗ ପରିବାର ପକ୍ଷରୁ ଓଡ଼ିଶାର ଆଧ୍ୟାତ୍ମିକ ପରମ୍ପରା, ସାଂସ୍କୃତିକ ଐତିହ୍ୟ ଓ ସାମାଜିକ ଏକତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନିଆଯାଉଥିବା ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ।ଏହି ଅବସରରେ ଦେଵୟୁଗ ପରିବାରର ସଂସ୍ଥାପକ ଓ ଅଧ୍ୟକ୍ଷ ଶ୍ରୀ ଦେବବ୍ରତ ନାୟକ ସମସ୍ତ ଅତିଥି, କଳାକାର, ସ୍ୱେଚ୍ଛାସେବୀ, ସହଯୋଗୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଭକ୍ତବୃନ୍ଦଙ୍କୁ କୃତଜ୍ଞତା ଜଣାଇ କହିଥିଲେ ଯେ, ଦେଵୟୁଗ ପରିବାର ଆଗାମୀ ଦିନରେ ମଧ୍ୟ ମାନବସେବା, ଆଧ୍ୟାତ୍ମିକତା, ସଂସ୍କୃତି ଓ ସମାଜ କଲ୍ୟାଣ କ୍ଷେତ୍ରରେ ଏଭଳି ଜନମୁଖୀ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରତିବଦ୍ଧ ରହିବ।ଭକ୍ତି, ସଂସ୍କୃତି, ସେବା ଓ ସାମାଜିକ ସମରସତାର ଏହି ମହାମିଳନ “ଏକାମ୍ର କ୍ଷେତ୍ର ଚନ୍ଦନ ଉତ୍ସବ–୨୦୨୬”କୁ ରାଜଧାନୀ ଭୁବନେଶ୍ୱରର ଏକ ସ୍ମରଣୀୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହୋତ୍ସବରେ ପରିଣତ କରିଛି।

Leave a Reply

Your email address will not be published. Required fields are marked *