ଶ୍ରୀଜଗନ୍ନାଥ ଭକ୍ତ ସମାଜ ପୁରୀର ତୃତୀୟ ବାର୍ଷିକ ଉତ୍ସବ ପାଳନ।
ଶ୍ରୀଜଗନ୍ନାଥ ଭକ୍ତ ସମାଜ ଟ୍ରଷ୍ଟ ପୁରୀର ତୃତୀୟ ବାର୍ଷିକ ଉତ୍ସବ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ବଡ଼ଦାଣ୍ଡ ପୁରୀ ଠାରେ ଅନୁଷ୍ଠାନର ସଭାପତି ଶ୍ରୀ ଶଙ୍କର୍ଷଣ ମଙ୍ଗରାଜଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ବୈଦିକ ମଙ୍ଗଳା ଚରଣ ସହ ଅତିଥି ମାନଙ୍କ ଦ୍ଵାରା ମହାପ୍ରଭୁଙ୍କ ଶ୍ରୀବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା। ନେବଳ ଦାସ ମଠର ମହନ୍ତ ଶ୍ରୀ ରାମ ଚରଣ ଦାସ ସଭାକାର୍ଯ୍ୟ ଉଦ୍ଘାଟନ କରି ଭକ୍ତ ବଳରାମ ଦାସଙ୍କ ଭକ୍ତି ତତ୍ତ୍ଵର ଆଲୋଚ଼ନା କରିଥିଲେ । ମୁଖ୍ୟ ଅତିଥି ଭାବେ ବଡ଼ ଓଡ଼ିଆ ମଠର ମହନ୍ତ ଶ୍ରୀ ବଂଶୀଧର ଦାସ ଗୋସ୍ଵାମୀ ଯୋଗ ଦେଇ କହିଲେ ଜଗନ୍ନାଥ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ପ୍ରତ୍ୟେକ ଓଡ଼ିଆ ତାଙ୍କ ବିଷୟରେ ଜାଣିବା ଉଚିତ । ମୁଖ୍ୟ ବକ୍ତାରୂପେ ଓଡ଼ିଆ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟ ନାରାୟଣ ଆଚାର୍ଯ୍ୟ ଭକ୍ତପ୍ରିୟ ଶ୍ରୀଜଗନ୍ନାଥ ଓ ଅତିବତି ଜଗନ୍ନାଥ ଦାସଙ୍କ ସମର୍ପଣ ଭାବକୁ ଉପସ୍ଥାପନ କରିଥିଲା । ସମ୍ମାନୀତ ଅତିଥି ଶ୍ରୀ ଭଗବାନ ସୁଆର ଶ୍ରୀମହାପ୍ରସାଦ ରୋଷେଇ ବିଷୟରେ ଆଲୋଚନା କରିଥିଲେ । ସମ୍ମାନୀତ ବକ୍ତା ପ୍ରଫେସର ଦୁର୍ଗା ପ୍ରସାଦ ଦାସ ମହାପାତ୍ର ଯୋଗ ଦେଇ ଐତିହାସିକ ଦୃଷ୍ଟି କୋଣରେ ଶ୍ରୀଜଗନ୍ନାଥ ତତ୍ତ୍ଵ ଉପସ୍ଥାପନା କରିବା ସହ ସ୍ନାନପୂର୍ଣ୍ଣମୀ ଓ ଦ୍ଵାବସ ଯାତ୍ରା ସଂପର୍କରେ ଆଲୋଚନା କରି କହିଲେ ପ୍ରତ୍ୟେକ ଜଗନ୍ନାଥ ମନ୍ଦିର, ଶ୍ରୀମନ୍ଦିରର ନୀତି ନିୟମ ଅନୁସାରେ ଉତ୍ସବ ପାଳନ କରିବା ଉଚିତ୍। ଇତ୍ୟବସରରେ ପଣ୍ଡିତ କୃଷ୍ଣ ଚନ୍ଦ୍ର ମିଶ୍ରଙ୍କୁ ଶ୍ରୀଜଗନ୍ନାଥ କଥା ସେବା ସମ୍ମାନ-୨୦୨୬, ଶ୍ରୀପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାରଙ୍କୁ ଶ୍ରୀଜଗନ୍ନାଥ ସେବକ ସମ୍ମାନ-୨୦୨୬, ଡ. ନରେଶ ଚନ୍ଦ୍ର ଦାଶଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସମ୍ମାନ- ୨୦୨୬, ଡ. ମୀନକେତନ ଦାଶଙ୍କୁ ଶ୍ରୀ ଜଗନ୍ନାଥ ସେବା ସମ୍ମାନ- ୨୦୨୬, ଡ଼ା. ଆଶୁତୋଷ ପ୍ରସାଦ ମିଶ୍ରଙ୍କୁ ଶ୍ରୀଜଗନ୍ନାଥ କଥା ପ୍ରଚାରକ ସମ୍ମାନ- ୨୦୨୬, ସୁଶ୍ରୀ ଇତିଶ୍ରୀ ଦାଶଙ୍କୁ ଶ୍ରୀଜଗନ୍ନାଥ ଆରକ୍ଷୀ ସେବା ସମ୍ମାନ- ୨୦୨୬ ଓ ଶ୍ରୀ ସୁରେଶ କୁମାର ଚୌଧୁରୀଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ସମ୍ମାନ-୨୦୨୬ ରେ ସମ୍ବର୍ଦ୍ଧିତ କରାଯିବା ସହ ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନର ବାର୍ଷିକ ପତ୍ରିକା ଜଗବନ୍ଧୁ ଶ୍ରୀଜଗନ୍ନାଥ ର ଲୋକାର୍ପିତ ହୋଇଥିଲା । ଅନୁଷ୍ଠାନ ଦ୍ୱାରା ହୋଇଥିବା ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ୫୦ ରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ବାଣିଶ୍ରୀ ସଙ୍ଗୀତ ଏକାଡେମୀ,ପୁରୀ ଓ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଭୁବନେଶ୍ୱର ଦ୍ୱାରା ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା । ଡ. ବଳରାମ ଦାଶ ଅତିଥି ପରିଚ଼ୟ ପ୍ରଦାନ କରିବା ସହ ସଂପାଦକ ଡ. ଶଶିକାନ୍ତ ରଥ ବାର୍ଷିକ ବିବରଣୀ ପାଠ ଓ ଡ. ପ୍ରଦୀପ ଚ଼ନ୍ଦ୍ର ଆଚାର୍ଯ୍ୟ ସଭା ପରିଚାଳନା କରିଥିଲେ । ଏଥିରେ ଉପଦେଷ୍ଟା ପ୍ରୋ. ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଯୋଗଗୁରୁ ରାମାବଲ୍ଲଭ ମହାପାତ୍ର, ଭରତ ନାୟକ, ବିଜୟ କୁମାର ସାହୁ, ବୀର ଅନନ୍ତ ପଣ୍ଡା, ପୁଷ୍ପିତା ପଟ୍ଟନାୟକ, ସଂଯୁକ୍ତା ମହାପାତ୍ର,ସମାଜ ସେବୀ ଡ. ନାରାୟଣ ମହାପାତ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ମୋହନ ବେହେରା, ସୁଚ଼ରିତା ପାଢୀ, ପ୍ରତୀମା ଭୋଳ, ଡ. ସ୍ନେହଲତା ରଥ, ବିପ୍ଲବ ବସ୍ତିଆ, ସୁଧିର କୁମାର ସାହାଣୀ, ରମେଶ ଲେଙ୍କା, ସାବିତ୍ରୀ ସାମନ୍ତ ଥାଏ ,ଆଶୁତୋଷ ପଣ୍ଡା, ଓମ୍ ପ୍ରଧାନ, କାଜଲ ପାଢୀ, ସସ୍ମିତା ସାହୁ ତଥା ଅନୁଷ୍ଠାନର ସମସ୍ତ ସଭ୍ୟ ସଭ୍ୟା ସ୍ଵେଛାସେବୀ ପ୍ରମୁଖ କାର୍ଯ୍ୟରେ ସହାୟତା କରିଥିଲେ ।
