ପୁରୀ ପୋଲିସର ତତ୍ପରତାରେ ଦୁଇ ନାବାଳକଙ୍କୁ ସୁରକ୍ଷିତ ଭାବେ ପରିବାର ନିକଟକୁ ହସ୍ତାନ୍ତର
ପୋଲିସର ତତ୍ପରତାରେ ଦୁଇ ନାବାଳକଙ୍କୁ ସୁରକ୍ଷିତ ଭାବେ ପରିବାର ନିକଟକୁ ହସ୍ତାନ୍ତରଆଜି ସକାଳ ପ୍ରାୟ ୧୦.୩୦ ମିନିଟ ସମୟରେ ୧୧୨ ଜରୁରୀକାଳୀନ ସେବାକୁ ଏକ ସୂଚନା ମିଳିଥିଲା ଯେ, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳର ଦୁଇଜଣ ନାବାଳକ ନିଜ ହଷ୍ଟେଲରୁ ପଳାଇ ଆସି ପୁରୀରେ ବୁଲୁଛନ୍ତି। ଖବର ପାଇବା ମାତ୍ରେ ପୁରୀ ପୋଲିସର PCR-3 ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟ ନାବାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ପରିଚୟ ଯାଞ୍ଚ କରି ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରାଯାଇଥିଲା। ଯଥାର୍ଥ ଯାଞ୍ଚ ଓ ଆବଶ୍ୟକ ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରିବା ପରେ ଉଭୟ ନାବାଳକଙ୍କୁ ସେମାନଙ୍କ ପରିବାର ଲୋକଙ୍କ ନିକଟରେ ସୁରକ୍ଷିତ ଭାବେ ହସ୍ତାନ୍ତର କରାଯାଇଛି। ଉଦ୍ଧାର ହୋଇଥିବା ନାବାଳକମାନେ ହେଲେ ୧. ଶ୍ରୀ ଗାୟାଧର ଢଳଙ୍କ ପୁତ୍ର, ଗ୍ରାମ ତରତରା, ଥାନା ଆନନ୍ଦପୁର, ଜିଲ୍ଲା କେନ୍ଦୁଝର। ୨. ଶ୍ରୀ ଅଶୋକ କୁମାର ରାଉତଙ୍କ ପୁତ୍ର, ଗ୍ରାମ ପାଇକଚାତ୍ରା, ଥାନା ଭରତିପଡ଼ା, ଜିଲ୍ଲା କେନ୍ଦୁଝର। ପୁରୀ ପୋଲିସ ସାଧାରଣ ଜନତାଙ୍କୁ ଅନୁରୋଧ କରୁଛି ଯେ, କୌଣସି ନାବାଳକ କିମ୍ବା ନାବାଳିକା ଅସହାୟ ଅବସ୍ଥାରେ ବୁଲୁଥିବା କିମ୍ବା ସନ୍ଦେହଜନକ ପରିସ୍ଥିତିରେ ଦେଖାଗଲେ, ତୁରନ୍ତ ୧୧୨ ଜରୁରୀକାଳୀନ ସେବା କିମ୍ବା ନିକଟସ୍ଥ ପୋଲିସ ଥାନାକୁ ସୂଚନା ଦେଇ ସହଯୋଗ କରନ୍ତୁ।
