ଅସରାୟ ବର୍ଷାରେ ଆଣ୍ଠୁଏ ଜଳ।ଅନାଲ୍ ପଡ଼ାରେ ଜଳ ନିଷ୍କାସନ ପଥ ଅବରୋଧ
ଅସରାୟ ବର୍ଷାରେ ଆଣ୍ଠୁଏ ଜଳ।ଅନାଲ୍ ପଡ଼ାରେ ଜଳ ନିଷ୍କାସନ ପଥ ଅବରୋଧ।ଆଙ୍କର-ଅସରାୟ ବର୍ଷାରେ ଜମି ରହିଛି ଆଣ୍ଠୁଏ ଜଳ…ଲୋକଙ୍କ ଯାତାୟତରେ ହେଉଛି ବାଧା ସୃଷ୍ଟି।ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ୩୦ ପରିବାର।ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଫତେପୁର ପଞ୍ଚାୟତ ଫତେପୁର ଗ୍ରାମର ଦଣ୍ଡାସାହି ନିକଟରେ ଥିବା ଅନାଲ୍ ପଡ଼ାରେ।ତେବେ ଦୀର୍ଘ ବର୍ଷ ଧରି ଏହି ଦଣ୍ଡାସାହି ଅନାଲ୍ ପଡ଼ାର ବାସିନ୍ଦା ମାନେ ନାଇଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ମାତ୍ର ଏହି ପଡ଼ାରେ ପ୍ରାୟ ୨୦ରୁ ୩୦ପରିବାର ଅର୍ଥାତ୍ ୨ଶହରୁ ଉର୍ଦ୍ଧ୍ବ ଲୋକେ ବସବାସ କରୁଥିବା ବେଳେ ଅସରାୟ ବର୍ଷାରେ ଜମି ରହୁଛି ଆଣ୍ଠୁଏ ଜଳ।ହେଲେ ଜଳ ନିଷ୍କାସନ ପଥ ବନ୍ଦ ଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଠାକାର ଲୋକେ।ଏନେଇ ଫତେପୁର ଦଣ୍ଡାସାହି ଅନାଲ୍ ପଡ଼ାର ଲୋକେ ବାରମ୍ବାର ପଞ୍ଚାୟତ ଠୁ ବ୍ଲକ୍, ସ୍ଥାନୀୟ ତହସିଲଦାରଙ୍କୁ ଯେତେ ଗୁହାରୀ କଲେବି କେହି କର୍ଣ୍ଣପାତ କରୁନଥିବା ଗଣ ମାଧ୍ୟମ ଜରୀଆରେ ଅଭିଯୋଗ କରିଛନ୍ତି ଅନାଲ ପଡ଼ାର ବାସିନ୍ଦା।ତେବେ ଜଳ ନିଷ୍କାସନ ପଥକୁ କେତେକ ବ୍ୟକ୍ତି ନିଜ ଅତିଆରରେ ଅବରୋଧ କରିଥିବା ଜାଗାକୁ ସ୍ଥାନୀୟ ତହସିଲଦାର ଉଚ୍ଛେଦ କରି ଜଳ ନିଷ୍କାସନ ପଥ ବାହାର କଲେ ହୁଏତ ଅନାଲ ପଡ଼ାର ଲୋକେ ଜଳବନ୍ଦୀରୁ ମୁକ୍ତ ହେବେ ବୋଲି ଆଶା କରାଯାଉଛି।ତେବେଅନାଲ ପଡ଼ାର ବାସିନ୍ଦା ବାରମ୍ବାର ଗୁହାରି କଲେବି କହି ଶୁଣୁନାହାନ୍ତି।ଯେଉଁ ସରକାର କହୁଛନ୍ତି ଲୋକଙ୍କ ସରକାର ଓ ଡ଼ବଲ ଇଞ୍ଜିନି ସରକାର କିନ୍ତୁ ଆମେ ମାନେ କଣ ଭୋଟ ଦେଇଥିଲୁ ଏହି ଦଶା ଭୋଗିବା ପାଇଁ।ନା ଫତେପୁର ସରପଞ୍ଚ ଙ୍କୁ କହିଲେ ଶୁଣୁଛନ୍ତି ନା ତହସିଲ ପ୍ରଶାସନ ଶୁଣୁଛନ୍ତି ଆମ କଥା କେହି ଶୁଣୁନାହାନ୍ତି ଏବଂ ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କୁ ମଧ୍ୟ ଗୁହାରୀ କରୁଛୁ ଫତେପୁର ବାସିନ୍ଦା ଙ୍କୁ ପାଣି ଘେରରୁ ରକ୍ଷୀୟ କରନ୍ତୁ।ନହେଲେ ତହସିଲ ସମୁଖ୍ୟରେ ଧାରଣା ଦେବେ ବୋଲି ଜେତାବନୀ ଦେଇଛନ୍ତି ଫତେପୁର ପଞ୍ଚୟତ ଅନାଲ ଗ୍ରାମବାସୀ।
