ମହାପ୍ରଭୁ ଜ୍ଵର ରେ ପୀଡିତ.. ରାଜବୈଦ୍ୟ ପ୍ରସ୍ତୁତ କରୁଛନ୍ତି ଦଶମୂଳ ମୋଦକ

ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରିବା ପରେ ଜ୍ଜରରେ ପୀଡ଼ିତ ଥିବା ଚତୁର୍ଦ୍ଧା ବିଗ୍ରହଙ୍କର ସୁସ୍ଥତା ପାଇଁ ଅଣସର ଘରେ ଦଇତାପତି ସେବକଙ୍କ ଦ୍ବାରା ଚାଲିଛି ଗୁପ୍ତ ଉପଚାର। ଆଜି ଅଣସରର ଦଶମୀ ତିଥିରେ ଚକା ବିଜେ କରିବେ ମହାବାହୁ। ସେପଟେ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ହେଉଛି ଦଶମୂଳ ମୋଦକ। ତ୍ରୟୋଦଶ ଶତାଦ୍ଧୀରେ ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ବୈଦ୍ୟ ଓ ଶାସ୍ତ୍ର ବୈଦ୍ୟ ସେବା ସ୍ଥାପିତ ହୋଇଥିଲା। ଅଣସର ଦଶମୀ ସଂନ୍ଧ୍ୟାରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବା ପରେ ଏକାଦଶୀ ଦିନ ମହାପ୍ରଭୁ ଏହି ଦଶମୂଳ ଔଷଧ ସେବନ କରିବା ପରେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବେ । ତେବେ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ରାଜବୈଦ୍ୟ ମାନେ ନିଜ ନିଜ ଘରେ ପ୍ରସ୍ତୁତ କରିଛନ୍ତି ଦଶମୂଳ ମୋଦକ।

Leave a Reply

Your email address will not be published. Required fields are marked *