ବିଦ୍ୟା ବିହାର ଏକ ଅନୁଷ୍ଠାନ ନୁହେଁ,

“ବିଦ୍ୟା ବିହାର ଏକ ଅନୁଷ୍ଠାନ ନୁହେଁ, ଏହା ସ୍ୱପ୍ନର ଜନ୍ମଭୂମି, ସଫଳତାର ସୋପାନ ଓ ସ୍ମୃତିର ଅମର ଠିକଣା, ବିଧାୟକ ନୀଳମଣି,
ବେଲଗୁଣ୍ଠା -୨୬.୦୭, ରବିବାର, ଗଞ୍ଜାମ ଜିଲ୍ଲା, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ୪୩ତମ ପ୍ରତିଷ୍ଠା ଦିବସ ଏକ ବର୍ଣ୍ଣାଢ୍ୟ ପରିବେଶରେ ପାଳିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଅନୁଷ୍ଠାନ ପ୍ରତି ଉତ୍ସର୍ଗୀକୃତ ମନୋଭାବ ନେଇ ନିଜର କର୍ତ୍ତବ୍ୟ ପାଳନ ନିମିତ୍ତ ପରାମର୍ଶ ପ୍ରଦାନ କରିଥିଲେ। ଏହି ବିଦ୍ୟା ବିହାର ଏକ ଅନୁଷ୍ଠାନ ନୁହେଁ, ଏହା ସ୍ୱପ୍ନର ଜନ୍ମଭୂମି, ସଫଳତାର ସୋପାନ ଓ ସ୍ମୃତିର ଅମର ଠିକଣା ବୋଲି ସେ ପ୍ରକାଶ କରିଥିଲେ। ବିଶିଷ୍ଟ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ତଥା ଅନୁଷ୍ଠାନର ପରିଚାଳନା ପରିଷଦ ସଭାପତି ଉମାଶଙ୍କର ବେହେରା ସାମ୍ପ୍ରତିକ ଡ଼ିଜିଟାଲ୍ ଯୁଗ ପୃଷ୍ଠଭୂମି ଅଧାରରେ ଛାତ୍ର ଛାତ୍ରୀ କିପରି ନିଜକୁ ଉତ୍ତମ ମାର୍ଗର ପଥିକ କରିପାରିବେ ଓ ନିଜ ଦକ୍ଷତାର ବିକାଶ କରି ଶ୍ରେଷ୍ଠ ହେବେ ସେ ସମ୍ବନ୍ଧୀୟ

ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ରୂପେ ପାଟପୁର କଲେଜ ରସାୟନ ବିଭାଗ ଅଧ୍ୟାପକ ଡା କୈଳାସ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଛାତ୍ର ଛତ୍ରୀଙ୍କୁ ଆଧ୍ୟାତ୍ମିକ ମାର୍ଗ ଅନୁସରଣ କରି ନିଜର ଭବିଷ୍ୟତ ଗଠନ ପାଇଁ ସୁନ୍ଦର ମାର୍ଗଦର୍ଶନ କରାଇଥିଲେ। ସମ୍ମାନୀତ ଅତିଥି ରୂପେ ଉତ୍ତର ଘୁମୁସର ବନ ଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଯୋଗ ଦେଇ ପରିବେଶର ସୁରକ୍ଷା ସହ ଛାତ୍ରଛାତ୍ରୀ ମାନେ ନିଜ କ୍ୟାରିଅର ଗଠନ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ରୂପେ ବେଲଗୁଣ୍ଠା ବ୍ଲକ ଆର୍.ଡି, ଏସ.ଡି.ଓ ତଥା ଅନୁଷ୍ଠାନର ଜଣେ ପୂର୍ବତନ ଛାତ୍ରୀ ହିତାଞ୍ଜଳି ପଣ୍ଡା, କର୍ଯ୍ୟକ୍ରମ ଆରମ୍ଭରେ ପ୍ରଭୁ ଗଜାନନଙ୍କ ନିକଟରେ ପୂଜା କରାଯିବ ସହ ଅନୁଷ୍ଠାନପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ପ୍ରତିମୂର୍ତ୍ତି ଏବଂ ପୂର୍ବତନ ଇତିହାସ ବିଭାଗ ଅଧ୍ୟାପକ ପ୍ରଦୀପ ତ୍ରିପାଠୀଙ୍କ ଫୋଟରେ ଅତିଥି ଗଣ ପୁଷ୍ପ ମାଲ୍ୟ ପ୍ରଦାନ କରିଥିଲେ। କାରଗିଲ ବିଜୟ ଦିବସ ସ୍ମୃତି ଅବସରରେ ସମସ୍ତ ନିମନ୍ତ୍ରିତ ଅତିଥି , ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାଙ୍କ ଦ୍ୱାରା ଚାରା ରୋପଣ କରାଯାଇଥିଲା । ଅନୁଷ୍ଠାନର ଛତ୍ରୀ ଗଣ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ପରେ ସାଂସ୍କୃତିକ ପରିଷଦର ଉପସଭାପତି ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ରୁନିବାଳା ତ୍ରୀପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନ ତରଫରୁ ସମସ୍ତ ମଞ୍ଚାସୀନ ଅତିଥି ବୃନ୍ଦଙ୍କୁ ଉପଢୌକନ, ଫୁଲତୋଡ଼ା ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରଯାଇଥିଲା । ଠିକ୍ ସେହିପରି ଶୈକ୍ଷିକ ଓ ସହ-ଶୈକ୍ଷିକ କାର୍ଯ୍ୟାବଳୀରେ ନିଜର ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରିଥିବା ଅନୁଷ୍ଠାନର କିଛି କୃତୀ ଛାତ୍ର ଛାତ୍ରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ଯୋଗ ଦେଇଥିବା ସମସ୍ତ ପୂର୍ବତନ ଶୈକ୍ଷିକ କର୍ମଚାରି , ଅଣ-ଶୈକ୍ଷିକ କର୍ମଚାରି ଏବଂ ଅନୁଷ୍ଠାନ ପ୍ରତି ଉତ୍ସର୍ଗୀକୃତ ମନୋଭାବ ରଖିଥିବା କିଛି ସ୍ଥାନୀୟ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରଯାଇଥିଲା। ଶେଷରେ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ସହ ସାଂସ୍କୃତିକ ଉପ-ସଭାପତି କିରନ କହଁର ଧନ୍ଯବାଦ ଦେଇଥିଲେ। କାର୍ଯ୍ଯକ୍ରମରେ ଅନୁଷ୍ଟାନର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ଦେବେଶ ଚନ୍ଦ୍ର ମହାପାତ୍ର, ତ୍ରିନାଥ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କର୍ଯ୍ୟକ୍ରମରେ କ୍ଷତ୍ରିୟବରପୁର ଡ଼ିଗ୍ରୀ କଲେଜର ଅଧ୍ୟକ୍ଷ ଡ. ଗିରିଧାରୀ ନାୟକଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *