ଜିଲ୍ଲା ସ୍ତରୀୟ ପ୍ୟାରେଡ୍ ଗ୍ରାଉଣ୍ଡରେ ଚମକିଲେ ଦୁଇ ପ୍ରତିଭା

▪️୮୦ ତମ ସ୍ବାଧିନତା ଦିବସ ଅବସରରେ ଆୟୋଜିତ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ, କ୍ଳଷ୍ଟରରୁ ଜିଲ୍ଲାସ୍ତର:ପ୍ରତି ପର୍ଯ୍ୟାୟରେ ପ୍ରଥମ!
◼️ଜିଲ୍ଲା ସ୍ତରୀୟ ପ୍ୟାରେଡ୍ ଗ୍ରାଉଣ୍ଡରେ ଚମକିଲେ ଦୁଇ ପ୍ରତିଭା

∆ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଦୁଇ କୁନି ପ୍ରତିଭା ଦେବସ୍ମିତା ଓ ବିଶ୍ୱବିଜିତାଙ୍କ ଅଦ୍ଭୂତପୂର୍ବ କୃତିତ୍ୱ।

ନୟାଗଡ଼: ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ଓ ସୁନାମ ଅର୍ଜନ କରିଥିବା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପୁଣିଥରେ ନିଜର ପ୍ରତିଭାର ପରାକାଷ୍ଠା ପ୍ରମାଣିତ କରିଛି। ଆଜି ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ୮୦ ତମ ସ୍ବାଧୀନତା ଦିବସ ପାଳନ ହୋଇ ଯାଇଛି। ଏହି ଉତ୍ସବରେ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାପାତ୍ର ଯୋଗଦେଇ ବିଦ୍ଯାଳୟ ପ୍ରାଙ୍ଗଣରେ ସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ମିଳିତ ପ୍ଯାରେଡରେ ପତାକା ଉତ୍ତୋଳନ କରିବା ସହିତ ସ୍ବାଧୀନତା ପାଇଁ ବଳିଦାନ କରିଥିବା ମହାପୁରୁଷ ମାନଙ୍କ ଅମରଗାଥା ବର୍ଣ୍ଣନା କରି ସ୍ବାର୍ଥ ତ୍ଯାଗ କରି ଦେଶମାତୃକାର ସେବା କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ। ଆଜିର ଉତ୍ସବରେ ବିଦ୍ଯାଳୟର ଦୁଇ କୁନି ପ୍ରତିଭା ବିଶ୍ବବିଜିତା ମହାନ୍ତି ଓ ଦେବସ୍ମିତା ନାୟକ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସମଗ୍ର ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଥିବାରୁ ଦୁଇ ଛାତ୍ରୀଙ୍କୁ ଆଜିର ସ୍ଵାଧୀନତା ଦିବସର ମୁଖ୍ୟ ଅତିଥି ଡାକ୍ତର ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ। ଏହା ସହିତ ଅନ୍ୟ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା।

ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ କ୍ଳଷ୍ଟରସ୍ତରରୁ ଆରମ୍ଭ ହୋଇଥିବା ଏହି ସଫଳତାର ଯାତ୍ରା ବ୍ଳକ ସ୍ତର ଦେଇ ଜିଲ୍ଲାସ୍ତରରେ ପହଞ୍ଚିଛି। ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରତ୍ୟେକ ସ୍ତରରେ ନିଜର ଶ୍ରେଷ୍ଠତା ବଜାୟ ରଖି ପ୍ରଥମ ସ୍ଥାନ ଅଧିକାର କରି ଏହି ଦୁଇ ଛାତ୍ରୀ ନିଜର ଅସାଧାରଣ ପ୍ରତିଭାର ପରିଚୟ ଦେଇଛନ୍ତି। ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ରୀ ଦେବସ୍ମିତା ନାୟକ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରୀ ବିଶ୍ୱବିଜିତା ମହାନ୍ତି ନିଜ ନିଜ ପ୍ରତିଭା, ଦକ୍ଷତା, ଆତ୍ମବିଶ୍ୱାସ ଓ ପରିଶ୍ରମ ବଳରେ ଏହି ବକ୍ତୃତା ପ୍ରତିଯୋଗିତାରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। କ୍ଳଷ୍ଟରସ୍ତରରେ ପ୍ରଥମ ସ୍ଥାନ ହାସଲ କରିବା ପରେ ବ୍ଳକ ସ୍ତରରେ ମଧ୍ୟ ନିଜର ଶ୍ରେଷ୍ଠତା ପ୍ରମାଣିତ କରି ପ୍ରଥମ ହୋଇଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ଦକ୍ଷତାର ସହିତ ପ୍ରତିଦ୍ୱନ୍ଦ୍ୱିତା କରି ସଫଳତାର ଶୀର୍ଷ ସ୍ଥାନ ଅଧିକାର କରିବା ନିଶ୍ଚିତ ଭାବେ ଏକ ଗୌରବର ବିଷୟ। ଏଥିପାଇଁ ଆଜିର ଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ଉତ୍ସବରେ ମୁଖ୍ଯ ଅତିଥି ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଦୁଇ କନ୍ଯା ରତ୍ନକୁ ପୁରଷ୍କୃତ କରିଛନ୍ତି।

    ଦେବସ୍ମିତା ଓ ବିଶ୍ୱବିଜିତାଙ୍କ ଏହି ସଫଳତା ପଛରେ ରହିଛି ନିୟମିତ ଅଭ୍ୟାସ, ଦୃଢ଼ ମନୋବଳ ଓ ନିଜ ପ୍ରତିଭା ଉପରେ ଆତ୍ମବିଶ୍ୱାସ। ଏକାଧିକ ପର୍ଯ୍ୟାୟ ଅତିକ୍ରମ କରି ପ୍ରତ୍ୟେକ ସ୍ତରରେ ପ୍ରଥମ ହେବା ସହଜ ନୁହେଁ। କିନ୍ତୁ ଏହି ଦୁଇ କୁନି ପ୍ରତିଭା ନିଜର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖି ଏହାକୁ ସମ୍ଭବ କରିପାରିଛନ୍ତି।ସେମାନଙ୍କର ଏହି କୃତିତ୍ୱ କେବଳ ଦୁଇ ଛାତ୍ରୀଙ୍କ ବ୍ୟକ୍ତିଗତ ସଫଳତା ନୁହେଁ; ଏହା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଶିକ୍ଷାଦାନ ପରମ୍ପରା, ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ନିଷ୍ଠା, ଅଭିଭାବକଙ୍କ ସହଯୋଗ ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ପ୍ରତିଭା ବିକାଶ ପ୍ରତି ଅନୁଷ୍ଠାନର ପ୍ରତିବଦ୍ଧତାର ଏକ ଉଜ୍ଜ୍ୱଳ ଉଦାହରଣ ବୋଲି ମତ ପ୍ରକାଶ ପାଇଛି।

 ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶକୁ ଗୁରୁତ୍ୱ ଦେଇ ଆସୁଥିବା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଏହି ସଫଳତା ଏବେ ଶିକ୍ଷାଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି। ଏକାଧିକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ସଫଳତା ବିଦ୍ୟାଳୟର ଶିକ୍ଷା ପରିବେଶ ଓ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ପ୍ରତିଫଳିତ କରୁଥିବା ବେଳେ, ଏହି ଦୁଇ ଛାତ୍ରୀଙ୍କ ଜିଲ୍ଲାସ୍ତରୀୟ ସଫଳତା ଅନୁଷ୍ଠାନର ସୁନାମକୁ ଆହୁରି ମଜବୁତ କରିଛି।
      ଦୁଇ ଛାତ୍ରୀଙ୍କ ଏହି ଅସାଧାରଣ ସଫଳତା ଖବର ପ୍ରଚାରିତ ହେବା ପରେ ବିଦ୍ୟାଳୟର ଶୁଭେଚ୍ଛୁ, ସମର୍ଥକ, ପ୍ରଶଂସକ ଓ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ମହଲରୁ ଦେବସ୍ମିତା ନାୟକ ଓ ବିଶ୍ୱବିଜିତା ମହାନ୍ତିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଥିବା ଦେଖିବାକୁ ମିଳିଛି।  

                   ◼️◼️◼️◼️◼️

Leave a Reply

Your email address will not be published. Required fields are marked *