ପୁରୀ ସହରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା

ପୁରୀ ସହରରେ ଏକ ହୃଦୟବିଦାରକ ଘଟଣା ଘଟିଛି | ମାଆକୁ ମାରି ଘରେ ପ୍ଲାଷ୍ଟର କରି ପୁଅ ପୋତି ଦେଇଥିବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଜଘନ୍ୟ ଓ ନିର୍ମମ ହତ୍ୟାକାଣ୍ଡ ପଛର କାରଣ କଣ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ମା କୁ ହତ୍ୟା କରି ପୁଅ ଫେରାର ହୋଇ ଯାଇଥିବା ପୋଲିସ ସୂଚନା ଦେଇଅଛି।ତେବେ ଅଭିଯୁକ୍ତ ପୁଅ ଜଣକ ପାରଳାଖେମୁଣ୍ଡିର ହୋଇଥିବା ବେଳେ ତାର ନାମ ମଦନ ଦଳାଇ ବୋଲି ପୋଲିସ ପ୍ରାଥମିକ ତଦନ୍ତ ରୁ ସୂଚନା ଦେଇଛି। ଭଡ଼ାଘରୁ ଦୁର୍ଗନ୍ଧ ବାହାରିବା ପରେ ରୋଷେଇ ଘର ସ୍ଲାବ ତଳେ ଶବ ପୋତି ଦେଇଥିବା ନେଇ ସନ୍ଦେହ ହେବାରୁ ଘର ମାଲିକ ପୋଲିସ କୁ ଖବର ଦେଇଥିଲେ। ପରେ ପ୍ରାଥମିକ ତଦନ୍ତ କରିବା ସହ ପୋଲିସ ପୋତା ଯାଇଥିବା ସ୍ଥାନ ଖୋଳି ମୃତ ଦେହକୁ ବାହାର କରି ପୋଷ୍ଟମାର୍ଟମ ପାଇଁ ଡାକ୍ତରଖାନା ପଠାଇଛି। ତେବେ ଶବଟି ଗଳିତ ହୋଇ ଯାଇଥିବା ବେଳେ ପ୍ରାୟ ୪ ଦିନ ତଳର ବୋଲି ପୋଲିସ ଅନୁମାନ କରୁଛି। ଘଟଣା ସ୍ଥଳରୁ ଏକ ଛୁରୀ ମଧ୍ୟ ପୋଲିସ ଜବତ କରିଛି | ଶେଷ ଥର ପାଇଁ ଅଭିଯୁକ୍ତ ପୁଅକୁ ଗଲା ୨୧ ତାରିଖରେ ନଜର ଆସିଥିବା ଜଣାପଡ଼ିଅଛି। ଘର ମାଲିକଙ୍କ ସିସିଟିଭି ତଦନ୍ତ କରାଯିବ ବୋଲି ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ତେବେ ଉଭୟ ମା ଓ ପୁଅ ଶ୍ରୀମନ୍ଦିର ଠାରେ ପାଣି ବିକ୍ରି କରୁଥିବା ବେଳେ ଗତ ଦୁଇ ମାସ ପୂର୍ବେ ଘର ଭଡା ନେଇ ରହୁଥିଲେ। ମଦନ ପ୍ରତିଦିନ ଶ୍ରୀମନ୍ଦିର ଯାଇ ଭଜନ କୀର୍ତ୍ତନ ମଧ୍ୟ କରୁଥିବା ନେଇ ଘର ମାଲିକ ପ୍ରକାଶ କରିଥିବା ବେଳେ ଏପରି ଘଟଣା ପୁରୀରେ ପ୍ରଥମ ବୋଲି ଜଣାପଡ଼ିଅଛି।

Leave a Reply

Your email address will not be published. Required fields are marked *