ଦାବି ପୁରଣ ସକାଶେ ଚତୁର୍ଥ ଶ୍ରେଣୀ କର୍ମଚାରିଙ୍କ ବୈଠକ

.ଓଡିଶା ଗ୍ରାମପଞ୍ଚାୟତ କର୍ମଚାରୀ ସଙ୍ଘରବନ୍ଧୁଗାଁ ଶାଖା ସଭାପତି ଗାଣ୍ଟା ସୁବାରାଓଙ୍କ ଅଧକ୍ଷତାରେଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ଦୈନିକ ମଜୁରୀ ପ୍ରଦାନ ସହ ଆଠଟି ଦାବିନେଇ ଆଜି ଅଗ୍ନି ଗଙ୍ଗାମା ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ଜାଇଛି।ବ୍ଲକରେ ଥିବା ୧୩ଟି ପଞ୍ଚାୟତର ସମସ୍ତ ଚତୁର୍ଥ ଶ୍ରେଣି କର୍ମଚାରି ମାନେ ସଫେଇ ଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରୁହନ୍ତି।ସ୍ଵଳ୍ପ ବେତନରେ ଏସବୁ କାର୍ଯ୍ୟ କରିବା କଷ୍ଟକର। ଛୁଟି ଦିନ ଛାଡି ଦେଲେ ଦୈନିକ ହିସାବରେ ଜାହା ପାରୀଶ୍ରମିକ ମିଳୁଛି ସେଥିରେ ପରିବାର ଚଳାଇବା କଷ୍ଟ ସାଧ୍ୟ।ପିଲାଙ୍କ ପାଠ ପଢାରେ ବାଧା,ଦେହପା ଖରାପ ହେଲେ ଚିକିସ୍ଛାରେ ବାଧା,ଏମିତି କେତେ ଦିନ ଆମେ ପିଲା ଛୁଆଙ୍କୁ ଧରି ଏହି ମହରଗ ଦୁନିଆରେ ଚଳିବା।ଏନେଇ ଆଗାମି ଦିନରେ ସମୁହ ଏକତ୍ରୀତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେସ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଜିବ।ଦାବି ପୁରଣ ନହେଲେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଜିବ ବୋଲି ଆଲୋଚନା ହୋଇଥିଲା।ଏଥିରେ ସଂଘର ସମ୍ପାଦକ କାର୍ତ୍ତିକ ପୂଜାରୀ, କୋଷାଧକ୍ଷ ମାର୍କଣ୍ଡ ମହାନନ୍ଦିଆ ସହ ଚତୁର୍ଥ ଶ୍ରେଣୀ କର୍ମଚାରି ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *