ମାଡ଼ିବସିଲେଣି ମେଡିକାଲ ଜାଗା
କୋଣାର୍କ,୧୦.୦୯- କୋଣାର୍କ ନିକଟସ୍ଥ ବାଲିଦୋକାନରେ ଥିବା ୬୦ ବର୍ଷରୁ ଅଧିକ ପୁରୁଣା ସରକାରୀ ମେଡିକାଲ ପାଇଁ ଥିବା ଜାଗାକୁ କିଛି ଅସାଧୁ ବ୍ୟକ୍ତି ମାଡି ବସିଲେଣି। କିନ୍ତୁ ମେଡିକାଲ ଅଧିକାରୀ, ତହସିଲ ପ୍ରଶାସନ, ସ୍ଥାନୀୟ ଜନ ପ୍ରତିନିଧି ଓ ଲୋକମାନେ ସବୁ ଜାଣି ଚୁପ ରହିବା ଚିନ୍ତାର ବିଷୟ ପାଲଟିଛି। ପୁରୀ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ବାଲିଦୋକାନ ପ୍ରାଥମିକ ଚିକିତ୍ସାଳୟ ତଥା ଆଶୁ ଆରୋଗ୍ୟ କେନ୍ଦ୍ର ଦୀର୍ଘ ବର୍ଷ ହେବ ଅବହେଳିତ ଅବସ୍ଥାରେ। ଜମି ଜମା ସମସ୍ୟା ହେତୁ ମେଡିକାଲ ପରିସର ଚାରିପଟୁ ସ୍ବାର୍ଥନ୍ଵେସି ଲୋକମାନେ ମାଡି ମାଡି ଆସିଲେଣି। ଏତେ ବର୍ଷର ମେଡିକାଲ ଉପରେ ଅବଦାନ, କୁରୁଜଙ୍ଗ ଓ କାଦୁଆ ପଞ୍ଚାୟତର ପ୍ରାୟ ୪୦ ଖଣ୍ଡ ଗ୍ରାମର ହଜାର ହଜାର ଲୋକେ ନିର୍ଭର କରନ୍ତି। ମେଡ଼ିକାଲରେ ପ୍ରାଚୀର ନଥିବା କାରଣରୁ ଚାରି ପଟୁ ଲୋକେ ବାଲି ବିକି ମାଡି ଗଲେଣି। କିଛି ଅସାଧୁ ଘର ମଧ୍ୟ କରିଛନ୍ତି। ଏବେ କିଛି ନିଜ ଜମି କହି ପରିସରରୁ ମୂଲ୍ୟବାନ ଗଛ କାଟି ସଫା କରିଛନ୍ତି। ଏନେଇ ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ଅତିରିକ୍ତ ତହସିଲଦାର ନିରଞ୍ଜନ ପାତ୍ର, ବ୍ଳକ ବିଡ଼ିଓ ତଥା ଭାରପ୍ରାପ୍ତ ତହସିଲଦାର ନାରାୟଣ ଦିକ୍ଷୀତ, ଅଧକ୍ଷ ଶ୍ରୀଧର ନାୟକ, ବାଙ୍ଗୁରିଗାଁ ମେଡିକାଲ ଅଧିକାରୀ ଓ ବିଧାୟକ ତୁଷାରକାନ୍ତି ବେହେରା ଙ୍କୁ ଜଣାଇଛନ୍ତି। ମେଡିକାଲ ଜମି ସମସ୍ୟା ସମାଧାନ ହେଲେ ପ୍ରାଚୀର ନିର୍ମାଣ ସହ କର୍ମଚାରୀଙ୍କ ପାଇଁ ରହିବା ଗୃହ ଆଦି ଆନୁଷଙ୍ଗିକ ବ୍ୟବସ୍ଥା ହୋଈ ପାରିବ । ଏଥି ସହିତ ୩ ଟି କୋଠା ଜରାଜୀର୍ଣ୍ଣ ଓ ଅସୁରକ୍ଷିତ ଭାବେ ପଡି ରହିଛି, ଯାହା କୌଣସି କାମରେ ଲାଗୁନି। ଡ଼ାକ୍ତର ନିୟୋଜନ ସମସ୍ୟା ମଧ୍ୟ ରହିଛି। ପାଚେରୀ ନଥିବାରୁ ଅନେକ ଥର ମେଡିକାଲରୁ ଆସବାବପତ୍ର ଚୋରୀ ହେଉଛି। ମନଇଚ୍ଛା ନିଶାଗ୍ରସ୍ତ ଲୋକେ ପରିସରରେ ଆଡ୍ଡା କରୁଛନ୍ତି। ଗୋରୁଗାଈ ଓ ଛେଳି ମେଣ୍ଢା ମଧ୍ୟ ପଶି ଗଛ ଲତା ନଷ୍ଟ କରୁଛନ୍ତି। ଯାହାକୁ ନେଇ ସାମାଜିକ କର୍ମୀ ତଥା ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ, ରାଜ୍ଵସ ବିଭାଗ ଓ ସ୍ଥାନୀୟ ନେତା ମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।କୋଣାର୍କ,୧୦.୦୯- କୋଣାର୍କ ନିକଟସ୍ଥ ବାଲିଦୋକାନରେ ଥିବା ୬୦ ବର୍ଷରୁ ଅଧିକ ପୁରୁଣା ସରକାରୀ ମେଡିକାଲ ପାଇଁ ଥିବା ଜାଗାକୁ କିଛି ଅସାଧୁ ବ୍ୟକ୍ତି ମାଡି ବସିଲେଣି। କିନ୍ତୁ ମେଡିକାଲ ଅଧିକାରୀ, ତହସିଲ ପ୍ରଶାସନ, ସ୍ଥାନୀୟ ଜନ ପ୍ରତିନିଧି ଓ ଲୋକମାନେ ସବୁ ଜାଣି ଚୁପ ରହିବା ଚିନ୍ତାର ବିଷୟ ପାଲଟିଛି। ପୁରୀ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ବାଲିଦୋକାନ ପ୍ରାଥମିକ ଚିକିତ୍ସାଳୟ ତଥା ଆଶୁ ଆରୋଗ୍ୟ କେନ୍ଦ୍ର ଦୀର୍ଘ ବର୍ଷ ହେବ ଅବହେଳିତ ଅବସ୍ଥାରେ। ଜମି ଜମା ସମସ୍ୟା ହେତୁ ମେଡିକାଲ ପରିସର ଚାରିପଟୁ ସ୍ବାର୍ଥନ୍ଵେସି ଲୋକମାନେ ମାଡି ମାଡି ଆସିଲେଣି। ଏତେ ବର୍ଷର ମେଡିକାଲ ଉପରେ ଅବଦାନ, କୁରୁଜଙ୍ଗ ଓ କାଦୁଆ ପଞ୍ଚାୟତର ପ୍ରାୟ ୪୦ ଖଣ୍ଡ ଗ୍ରାମର ହଜାର ହଜାର ଲୋକେ ନିର୍ଭର କରନ୍ତି। ମେଡ଼ିକାଲରେ ପ୍ରାଚୀର ନଥିବା କାରଣରୁ ଚାରି ପଟୁ ଲୋକେ ବାଲି ବିକି ମାଡି ଗଲେଣି। କିଛି ଅସାଧୁ ଘର ମଧ୍ୟ କରିଛନ୍ତି। ଏବେ କିଛି ନିଜ ଜମି କହି ପରିସରରୁ ମୂଲ୍ୟବାନ ଗଛ କାଟି ସଫା କରିଛନ୍ତି।

ଏନେଇ ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ଅତିରିକ୍ତ ତହସିଲଦାର ନିରଞ୍ଜନ ପାତ୍ର, ବ୍ଳକ ବିଡ଼ିଓ ତଥା ଭାରପ୍ରାପ୍ତ ତହସିଲଦାର ନାରାୟଣ ଦିକ୍ଷୀତ, ଅଧକ୍ଷ ଶ୍ରୀଧର ନାୟକ, ବାଙ୍ଗୁରିଗାଁ ମେଡିକାଲ ଅଧିକାରୀ ଓ ବିଧାୟକ ତୁଷାରକାନ୍ତି ବେହେରା ଙ୍କୁ ଜଣାଇଛନ୍ତି। ମେଡିକାଲ ଜମି ସମସ୍ୟା ସମାଧାନ ହେଲେ ପ୍ରାଚୀର ନିର୍ମାଣ ସହ କର୍ମଚାରୀଙ୍କ ପାଇଁ ରହିବା ଗୃହ ଆଦି ଆନୁଷଙ୍ଗିକ ବ୍ୟବସ୍ଥା ହୋଈ ପାରିବ । ଏଥି ସହିତ ୩ ଟି କୋଠା ଜରାଜୀର୍ଣ୍ଣ ଓ ଅସୁରକ୍ଷିତ ଭାବେ ପଡି ରହିଛି, ଯାହା କୌଣସି କାମରେ ଲାଗୁନି। ଡ଼ାକ୍ତର ନିୟୋଜନ ସମସ୍ୟା ମଧ୍ୟ ରହିଛି। ପାଚେରୀ ନଥିବାରୁ ଅନେକ ଥର ମେଡିକାଲରୁ ଆସବାବପତ୍ର ଚୋରୀ ହେଉଛି। ମନଇଚ୍ଛା ନିଶାଗ୍ରସ୍ତ ଲୋକେ ପରିସରରେ ଆଡ୍ଡା କରୁଛନ୍ତି। ଗୋରୁଗାଈ ଓ ଛେଳି ମେଣ୍ଢା ମଧ୍ୟ ପଶି ଗଛ ଲତା ନଷ୍ଟ କରୁଛନ୍ତି। ଯାହାକୁ ନେଇ ସାମାଜିକ କର୍ମୀ ତଥା ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ, ରାଜ୍ଵସ ବିଭାଗ ଓ ସ୍ଥାନୀୟ ନେତା ମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
