ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ

ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ ;ଲୁଟିନେଲେ ସମସ୍ତ ଆସବାବପତ୍ର ସହ ଅଳଙ୍କାର କାକଟପୁର (ତୀର୍ଥକ୍ଷେତ୍ର/ଜ୍ଞାନ ରଞ୍ଜନ ବିଶ୍ଵାଳ) : କାକଟପୁର ଥାନା ଅନ୍ତର୍ଗତ ତହସିଲ ନିକଟସ୍ଥ ପାଣିଟାଙ୍କି ନିକଟରେ ଏକ ଘରୁ ବଡ଼ଧରଣର ଚୋରି ହୋଇଛି। ପରିବାର ଲୋକେ ଘରେ ତାଲା ପକାଇ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ କଳାକନା ବୁଲାଇଥିବାର ଅଭିଯୋଗ ହୋଇଛି।ଘରୁ ଟିଭି, ଇନଭର୍ଟର, ଫ୍ୟାନ, ଘଣ୍ଟା, ଆଲମିରାରେ ଥିବା ସୁନା-ରୂପା ଅଳଙ୍କାର, ଠାକୁର ଘରର ପିତ୍ତଳ ବାସନ, ରୋଷେଇ ସାମଗ୍ରୀ, ଲକରରେ ଥିବା ଟଙ୍କା ଓ ବିଭିନ୍ନ ମୂଲ୍ୟବାନ କାଗଜପତ୍ର ସମେତ ଅନେକ ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଛି। ଅଭିଯୋଗ ପରେ କାକଟପୁର ପୋଲିସ ତଦନ୍ତ ଆରମ୍ଭ କରିଛି। ଦିନକୁ ଦିନ ଚୋରି ବଢୁଛି, ଚିନ୍ତାରେ ସ୍ଥାନୀୟ ଲୋକେ। କାକଟପୁର ଅଞ୍ଚଳରେ ବାରମ୍ବାର ଚୋରି ଘଟଣା ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି। ଘର ହେଉ କି ଦୋକାନ ଚୋରି ରୋକିବା ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି ପୋଲିସକୁ। ଏନେଇ ତଦନ୍ତ କରାଯାଉଛି, ଖୁବ୍ ଶୀଘ୍ର ଦୁବୃର୍ତ୍ତ ମାନଙ୍କୁ ଧରାଯିବ ବୋଲି ଥାନା ଅଧିକାରୀ ବସନ୍ତ କୁମାର ସାହୁ କହିଛନ୍ତି।

Leave a Reply

Your email address will not be published. Required fields are marked *