ଟିକିତାରାର ୧୯୦ତମଦେଖିଲେଖ ପ୍ରତିଯୋଗିତା ପୁରୀ: ୩୧/୮: ପୁରୀ ସିଦ୍ଧ ମହାବୀର ପାଟଣା ପ୍ରାଥମିକ ବିଦ୍ୟାଳୟରେ ଟିକିତାରା ଭ୍ରାମ୍ୟମାଣ ସାହିତ୍ୟ ସଂସ୍ଥା ପକ୍ଷରୁ ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଦ୍ୟାଳୟର ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀର ଛାତ୍ରୀ ଛାତ୍ର ଅଂଶଗ୍ରହଣ କରିଥିଲେ। ପଞ୍ଚମ ଶ୍ରେଣୀର ଶୁଭ୍ରାଂଶୁ ପାଣି, ପ୍ରତିଭା ମିଶ୍ର ଓ ବିଜୁଳି ବେହେରା ଏବଂ ଚତୁର୍ଥ ଶ୍ରେଣୀର ଗାୟତ୍ରୀ ବିଶୋୟୀ ରୋନାଲି ସାହୁ ଓ ସାନୁ ପଲାଇ ଯଥାକ୍ରମେ ପ୍ରଥମ, ଦ୍ବିତୀୟ

ଏବଂ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁକାନ୍ତି ମିଶ୍ର, ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରୀତିରାଣୀ ଭଞ୍ଜ, ଶ୍ରୀମତୀ ରଶ୍ମିତା କୁମାରୀ ସାହୁ ଓ ଶ୍ରୀମତୀ ଡି. ଗୀତା ପରିଚାଳନା କରିଥିଲେ। ସଂପାଦକ ବିପିନ ବିହାରୀ ଦଳାଇ ଏବଂ ମୁଖ୍ୟ ଅତିଥି ପିଲାମାନଙ୍କୁ ଲେଖିବା ଶୈଳୀ ବିଷୟରେ ବୁଝାଇଥିଲେ।

Leave a Reply

Your email address will not be published. Required fields are marked *