ଦ୍ବୈତ ନଗରୀ ଓଁକାର ସ୍ୱରୂପ ମହୋତ୍ସବ

କଟକ : କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ୧୧୧ ତମ ଦ୍ବୈତ ନଗରୀ ଓଁକାର ସ୍ୱରୂପ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ , ଡ଼କ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ , କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ବିଶିଷ୍ଟ କବି ରାଜ କିଶୋର ସ୍ୱାଇଁ , ଆଇନଜିବୀ ସଂଯୋଜ ସାମନ୍ତରାୟ , ଲକ୍ଷ୍ମୀ କାନ୍ତ ସାହୁ,ଦିଲ୍ଲୀପ କୁମାର ଜେନା, ବଦ୍ରି ସାହୁ, ଦିଗବିଜୟ ହରିଚନ୍ଦନ ଯୋଗଦାନ କରି ପୂଜା ମଣ୍ଡପରେ ଆଧ୍ୟାତ୍ମିକ ସଂକଳ୍ପ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ଓଡ଼ିଶାର ପ୍ରାଚୀନ ମଣ୍ଡପ ଆଧ୍ୟାତ୍ମିକ ସାହିତ୍ୟର ପ୍ରାଣକେନ୍ଦ୍ର ବୋଲି ମତବ୍ୟକ୍ତ କରିଥିଲେ । ଆଧ୍ୟାତ୍ମିକ ସଂସ୍କୃତି କୁ ଜୀବନ୍ତ ରଖିବା ପାଇଁ ଦ୍ବୈତ ନଗରୀ ଓଁକାର ସ୍ୱରୂପ ସମ୍ମାନ ପ୍ରଦାନ କରାଯାଇଛି ବୋଲି ବିଭିନ୍ନ ମଣ୍ଡପ କର୍ମକର୍ତ୍ତା ଏବଂ ଶ୍ରଦ୍ଧାଳୁ ଙ୍କ ନିକଟରେ ପ୍ରକାଶ କରିଥିଲେ । ଶତାଧିକ ପୂଜାମଣ୍ଡପ ଏବଂ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କଟକ ନୂଆପଡ଼ା ରେ ସର୍ବାଧିକ ମଣ୍ଡପ ସମ୍ବର୍ଦ୍ଧିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *