ପୁରୀ ବଡ଼ଶଙ୍ଖରେ ଦୁର୍ବୁତଙ୍କ ଆତଙ୍କରାଜ

ପୁରୀ ବଡ଼ଶଙ୍ଖରେ ଦୁର୍ବୁତ୍ତ୍ତଙ୍କ ଆତଙ୍କରାଜ। ଗତକାଲି ରାତିରେ ଦୁଇଜଣ ବ୍ୟକ୍ତିଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୂର୍ବୁତ୍ତ। ବିଚ୍ ବଜାରରେ ଦୁଇଜଣ ବ୍ୟକ୍ତିଙ୍କୁ ଦୁର୍ବୁତ୍ତ ମାନେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଦୁଇ ବ୍ୟକ୍ତି ହେଉଛନ୍ତି ପୁରୀ ଦରଜୀ ପୋଖରୀ ଅଞ୍ଚଳର ଗିଲଟି କାଳୁ ଓରଫ ସୁବାସ ଚନ୍ଦ୍ର ମହାନ୍ତି ଏବଂ ନାରାୟଣ ମହାନ୍ତି। ସୁବାସ ଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ନାରାୟଣଙ୍କ ହାତରେ ଗଭୀର ଆଘାତ ଲାଗିଛି। ଚିକିତ୍ସା ପାଇଁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବରପାଇ କୁମ୍ଭାରପଡ଼ା ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଚାରିଜଣ ଦୁର୍ବୁତ୍ତ ହାତରେ ମାରଣାସ୍ତ୍ର ଧରି ଗାଳିଗୁଲଜ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଗିଲଟି କାଳୁ ଓରଫ ସୁବାସ ମହାନ୍ତି ନାଁ ରେ ଅନେକ ଅପରାଧିକ ମାମଲା ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ଗିଲଟି କାଳୁକୁ ଡାକ୍ତର କଟକ ସ୍ଥାନାନ୍ତର କରିଛନ୍ତି। ତେବେ ଘଟଣାସ୍ଥଳରେ ମାରଣାସ୍ତ୍ର ସହ ସ୍କୁଟି ପଡିଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *