ଆସନ୍ତା ମାସ ପ୍ରଥମ ସପ୍ତାହରୁ ଖୋଲି ପାରେ..ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର
ଆସନ୍ତା ମାସ ପ୍ରଥମ ସପ୍ତାହରେ ଖୋଲାଯାଇପାରେ ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର। ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପରିଚାଳନା କମିଟିର ସଦସ୍ୟ ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଗୁଣ୍ଡିଚା ମନ୍ଦିର ଉନ୍ନତିମୂଳକ କାମର ସ୍ଥିତି ପରଖିଛନ୍ତି। ଗୁଣ୍ଡିଚା ମନ୍ଦିର ଭିତରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିବା ବେଳେ ଦାନବାକ୍ସ ଗଣତି ପାଇଁ ସିସିଟିଭି ଲଗାଇବା କାର୍ଯ୍ୟ ଜାରି ରହିଛି। ସେପଟେ ଗୁଣ୍ଡିଚା ମନ୍ଦିରରେ ଦିବ୍ୟାଙ୍ଗ ମାନଙ୍କ ଦର୍ଶନ ପାଇଁ ରାମ୍ପ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଭକ୍ତମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଗୁଣ୍ଡିଚା ମନ୍ଦିର ଆସି ଜନ୍ମଵେଦି ଦର୍ଶନ କରିଥାନ୍ତି। ଦୀର୍ଘବର୍ଷ ହେବ ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ ରହିଥିବାରୁ ଏବେବି ଭକ୍ତମାନେ ଭିତରକୁ ନଯାଇପାରି ବାହାରୁ ନିରାଶ ହୋଇ ଫେରୁଛନ୍ତି।
ତେଣୁ ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହ ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ତେଵେ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଶୁଳ୍କ ୧୦ ଟଙ୍କା ରହିବ,,ଜୋତା ଓ ମୋବାଇଲ୍ ପାଇଁ ନିଶୁଳ୍କ ବ୍ୟବସ୍ଥା ରହିଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ବରିଷ୍ଠ ନାଗରିକ ଓ ଛୋଟ ଶିଶୁଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ପ୍ରବେଶ ସମ୍ପୂର୍ଣ୍ଣ ନିଶୁଳ୍କ ରହିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ବାଇଟ୍1-ଅରବିନ୍ଦ ପାଢୀ,,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
