ଓଡ଼ିଆ ଭାଷା, ସଂସ୍କୃତି,ଧର୍ମଚେତନା ଓ ଶିକ୍ଷା ବିକାଶ ରେ ଅତିବଡ଼ି ସ୍ମରଣ ରହିବେ-
ପୁରୀ ରେ ଅତିବଡି ଜଗନ୍ନାଥ ଦାସଙ୍କ ଜୟନ୍ତୀ ସମାରୋହ -ଓଡିଆ ଭାଷାର ବିକାଶ , ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ର ସୁରକ୍ଷା ବିଶେଷ କରି ଶିକ୍ଷା ବିକାଶ କ୍ଷେତ୍ରକୁ ସମୃଦ୍ଧ କରିବାରେ ଓଡ଼ିଆ ଭାଗବତ ପ୍ରଣେତା ଅତିବଡି ଜଗନ୍ନାଥ ଦାସଙ୍କୁ ଏହି ଜାତି ଚୀରକାଳ ସ୍ମରଣ ରଖିବ ବୋଲି କହିଛନ୍ତି ଓଡ଼ିଆ ସାହିତ୍ୟ ଏକାଡେମୀ ର ସଂପାଦକ ଡକ୍ଟର ଚନ୍ଦ୍ରଶେଖର ହୋତା।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ସିଦ୍ଧ ସାଧକ ଭାଗବତକାର ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ସମାରୋହ ଓଡ଼ିଆ ଭାଷା ପ୍ରତିଷ୍ଠାନ ର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର କୈଳାଶ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ସାତଲହଡି ମଠ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ସମାରୋହରେ ‘ଶ୍ରୀମଦ୍ ଭାଗବତ ଓ ଅତିବଡ଼ି ଜଗନ୍ନାଥ ଦାସ’ ଶୀର୍ଷକ ଆଲୋଚ୍ୟ ବିଷୟରେ ବିଶିଷ୍ଟ ଅତିଥି ଶ୍ରୀଯୁକ୍ତ ଅଭୟ ନାୟକ, ସମ୍ମାନନୀୟ ଅତିଥି ଶ୍ରୀମତୀ ଶୈଳବାଳା ମହାପାତ୍ର, ସମ୍ମାନନୀୟ ଆଲୋଚକ ଭାଗବତ ଭାଷ୍ୟକାର ଡକ୍ଟର ବଦ୍ରି ମିଶ୍ର, ଡକ୍ଟର ହେମନ୍ତ କୁମାର ଛୋଟରାୟ ଓ ଶ୍ରୀଯୁକ୍ତ ପାର୍ଥସାରଥୀ ମହାନ୍ତି ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ଉପସ୍ଥାପନ କରି କହିଥିଲେ ଯେ,ଏକ ଗ୍ରନ୍ଥ ର ଜନ୍ମଦିବସ ପାଳନ ହେବା ଭାରତବର୍ଷରେ ଏକ ବିସ୍ମୟ।ଓଡ଼ିଆ ଅସ୍ମିତାର ଆଧାର ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଶ୍ରୀମଦ୍ ଭାଗବତ,କେଵଳ ଆମକୁ ସାକ୍ଷର କରିନଥିଲା , ଅପରପକ୍ଷେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏସବୁ ମୁଖ୍ୟ ଭୂମିକା ନିଭାଇଥିଲା। ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ସହଯୋଗରେ ଏକାଡେମୀ ର ସଂପାଦକ ଚନ୍ଦ୍ରଶେଖର ହୋତା,ସହ- ସଂପାଦକ ସଂଜୟ ଛୁଆଳସିଂହ, ଡକ୍ଟର କୈଳାଶ ଚନ୍ଦ୍ର ଟିକାୟତରାୟ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା ଓ ଗୀତିକାର ବଦ୍ରି ମିଶ୍ରଙ୍କ ନେତୃତ୍ବରେ ଏକ ସଚେତନତା ସଂକୀର୍ତ୍ତନ ପଦଯାତ୍ରା ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ବାହାରି ସାତଲହଡି ମଠ ଆସିଥିଲା। ପରେପରେ ଭାଗବତ ପାଠ କରାଯାଇଥିଲା । ଏକାଡେମୀର ସହ-ସଚିବ ସଞ୍ଜୟ କୁମାର ଛୁଆଳସିଂହ ଅତିଥି ମାନଙ୍କ ପରିଚୟ ଓ ସ୍ବାଗତ କରିଥିବା ବେଳେ, ସଂପାଦକ ଡକ୍ଟର ହୋତା ଅତିଥିମାନଙ୍କୁ ଓଡ଼ିଆ ଭାଗବତ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅତିବଡି ଜଗନ୍ନାଥ ଦାସଙ୍କ ଜନ୍ମପୀଠ କପିଳେଶ୍ୱରପୁର ରୁ ଯୁବ ଭାଷ୍ୟକାର ପ୍ରଶାନ୍ତ କୁମାର ତ୍ରିପାଠୀ, ବାମୁଣ୍ଡା ଭାଗବତ ଟୁଙ୍ଗି ର ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ପ୍ରବଚିକା ନିର୍ମଳା ଫତେସିଂହ, ବିଶିଷ୍ଟ କବି ବିପିନ ବିହାରୀ ଦଳାଇ,ପାଦୁକା ପୀଠ ମଠକାଙ୍କୁଡା ର ସଂଗଠକ ପ୍ରଭାକର ସାହୁ, ପ୍ରାକ୍ତନ ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଜିଲ୍ଲା ସଂସ୍କୃତି ସଂଗଠନ ର ଉପସଭାପତି ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନେକ ଶିକ୍ଷାବିତ୍ ଓ ସଂଗଠକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ର ରଶ୍ମୀ ରଞ୍ଜନ ଶତପଥୀ ଓ ଚିନ୍ମୟ ମିଶ୍ର। ଏହି ଅବସରରେ ଭାଗବତ ସଂଗଠକ ବିପିନ ଦଳାଇଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
