ଅଠରନଳା ଠାରେ ମଦ ଦୋକାନ ଖୋଲିବା ନେଇ ଗ୍ରାମବାସୀମାନଙ୍କ ବିରୋଧ
ଅଠରନଳା ପାଟଣା ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମ ରେ ଅଠରନଳା ଠାରେ ନୁର୍ତନ ଭାବେ ଗଢି ଉଠିଥିବା ଏକ ମଦ ଦୋକାନ କୁ ବିରୋଧ କରାଯିବା ସହ ଦୋକାନ ଟି ସେହି ଜାଗାରୁ ସମ୍ପୂର୍ଣ୍ଣ ଉଠାଇ ଦେବା ପାଈଁ ପୁରୀ ପ୍ରଶାସନ ଙ୍କୁ ଅନୁରୋଧ କରିଥିଲେ,, ଦୀର୍ଘ ୪ମାସ ପରେ ସେହି ମଦ ଦୋକାନ ଟି ଖୋଲା ଯାଇ ମଦ ବିକ୍ରୟ କରାଯିବା ଦେଖିବାକୁ ମିଳିଥିଲା, ଗ୍ରାମବାସୀ ସେହି ମଦ ଦୋକାନ ସାମ୍ନାରେ ଧାରଣା ଦେବାସହ ମଦ ଦୋକାନ କୁ କେହି ଗ୍ରାହକ ନ ଯିବା ପାଈଁ ବରଣ କରିଥିଲେ, ଯେତେଦିନ ପ୍ରଯ୍ୟନ୍ତ ମଦ ଦୋକାନ ସ୍ଥାନାନ୍ତର ନ ହୋଇଛି ସେତେ ଦିନ ପ୍ରଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି କହିଛନ୍ତି ଗ୍ରାମ ବାସୀ, ସଦର ଥାନା iic ଓ sdpo ମିଳିତ ଭାବରେ ଗ୍ରାମବାସୀ ଙ୍କୁ ବୁଝେଇବା ପରେ ମଧ୍ୟ ଗ୍ରାମବାସୀ ଧାରଣା ରୁ ଉଠିନଥିବା ଦେଖିବାକୁ ମିଳିଥିଲା
