ବକ୍ସାଇଟ୍‌ ଉତ୍ତୋଳନରେ ଓଡ଼ିଶାର ଅବଦାନ ୭୩%

ନୂଆଦିଲ୍ଲୀ, ୭।୫: ୨୦୨୧-୨୨ ଆର୍ଥତ୍କ ବର୍ଷରେ ଭାରତରେ ବକ୍ସାଇଟ୍‌ ଉତ୍ପାଦନ ୧୦.୩୭ ପ୍ରତିଶତ ବୃ୍‌ଦ୍ଧି ପାଇ ୨୨.୪୯ ନିୟୁତ ଟନ୍‌ରେ ପହଞ୍ଚତ୍ଛି। ସେଥିରେ ଓଡ଼ିଶାର ଅବଦାନ ୭୩.୧୩ ପ୍ରତିଶତ ବୋଲି ଖଣି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ନାଲ୍‌କୋ ୩୩.୧୨ ପ୍ରତିଶତ ବକ୍ସାଇଟ ଉତ୍ପାଦନ କରିଥିବାବେଳେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ଲିଃ ୨୬.୬୭ ପ୍ରତିଶତ, ଓଡ଼ିଶା ମାଇନିଂ କର୍ପୋରେଶନ ୧୩.୩୪ ପ୍ରତିଶତ ଏବଂ ହିଣ୍ଡାଲ୍‌କୋ ୯.୬୪ ପତିଶତ ବକ୍ସାଇଟ୍‌ ଉତ୍ତୋଳନ କରିଛି। ସେହିପରି ଦେଶରେ ମୋଟ ଲୁହା ଉତ୍ପାଦନର ୫୩ ପ୍ରତିଶତ ଓଡ଼ିଶାରୁ ହୋଇଛି। ୨୦୨୧-୨୨ରେ ମୋଟ ଖଣିଜ ଉତ୍ପାଦନରୁ ଓଡ଼ିଶାର ଭାଗ ୪୪.୧୧ ପ୍ରତିଶତ ରହିଥିବାବେଳେ ଛତିଶଗଡ଼ ଭାଗ ୧୭.୩୪%, ରାଜସ୍ଥାନ ୧୪.୧୦%, କର୍ନାଟକ ୧୩.୨୪%, ଝାଡ଼ଖଣ୍ଡ ୪.୩୬%, ମଧ୍ୟପ୍ରଦେଶ ୨.୪୪% ଏବଂ ମହାରାଷ୍ଟ୍ର ଭାଗ ୧.୪୫ ପ୍ରତିଶତ ରହିଛି। ଅବଶିଷ୍ଟ ୧୨ ରାଜ୍ୟରୁ ଖଣିଜ ଉତ୍ପାଦନ ଅବଦାନ ୩ ପ୍ରତିଶତରୁ କମ୍‌।

Leave a Reply

Your email address will not be published. Required fields are marked *